Trending Photos
Black Budget:
ଫେବ୍ରୁଆରି ୧ ତାରିଖରେ ଆସିବ କେନ୍ଦ୍ର ସରକାରଙ୍କ ବଜେଟ୍ । ବଜେଟ୍ ଉପରେ ସାଧାରଣ ଲୋକଙ୍କଠାରୁ ଶିଳ୍ପପତି ସମସ୍ତଙ୍କ ନଜର ରହିଛି । କାରଣ ବଜେଟ୍ ହିଁ ସେମାନଙ୍କ ବଜେଟକୁ ଗତି ଓ ଦୀଗ ଦେବ । ଭାରତୀୟ ଇତିହାସର ପୃଷ୍ଠା ଯେତେବେଳେ ଆପଣ ଓଲଟାଇହବେ ସେତେବେଳେ ଦେଖିବେ ଯେ, ସ୍ୱାଧିନତା ପରେ ଭାରତ ଅନେକ ବଡ଼ ଯୁଦ୍ଧରେ ଜଡିତ ହୋଇଛି । ଥରେ ଯୁଦ୍ଧ ଯୋଗୁଁ ଦେଶର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା । ତା’ପରେ ସରକାରଙ୍କୁ ବ୍ଲାକ୍ ବଜେଟ୍ ଉପସ୍ଥାପନ କରିବାକୁ ପଡିଥିଲା। ଆସନ୍ତୁ ଜାଣିବା ସେହି ବଜେଟ୍ କାହିଁକି ବ୍ଲାକ୍ ବଜେଟ୍ ନାମରେ ପରିଚିତ ହୋଇଥିଲା? ଆସନ୍ତୁ ଏହା ପଛରେ ଥିବା କାହାଣୀ ଜାଣିବା ।
1973-74 ଆର୍ଥିକ ବର୍ଷର ବଜେଟ୍ ଭାରତୀୟ ଇତିହାସରେ 'ବ୍ଲାକ୍ ବଜେଟ୍' ଭାବରେ ଜଣାଶୁଣା, ଯାହା ଭାରତ ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । 1971 ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧ,ମୌସମୀ ଏବଂ ଅର୍ଥନୈତିକ ସଙ୍କଟ ଯୋଗୁଁ ଦେଶରେ ଅନେକ ସମସ୍ୟା ଉପୁଜିଥିଲା। ଏହି ସଙ୍କଟ ସମୟରେ ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା ଏବଂ ସରକାରଙ୍କ ପାଇଁ ବିଶେଷ ପଦକ୍ଷେପ ନେବା ଆବଶ୍ୟକ ଥିଲା। ସେତେବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୱନ୍ତ ରାଓ ବି ଚହ୍ୱାନଙ୍କ ପାଖରେ ଦେଶର ବିକାଶପ ରୂପରେଖକୁ ଦର୍ଶାଉଥିବା ବଜେଟ୍ ଉପସ୍ଥାପନ କରିବାର ଦାୟିତ୍। ଥିଲା। କୁହାଯାଏ ଯେ ସେହି ସମୟରେ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ କଠୋର ଏବଂ ସକରାତ୍ମକ ପଦକ୍ଷେପ ନେବା ଆବଶ୍ୟକ ଥିଲା। ଏଥିପାଇଁ ସେ 'କଳା ବଜେଟ୍' ଉପସ୍ଥାପନ କରିଥିଲେ ଯେଉଁଥିରେ ଦେଶ ପାଇଁ ଆବଶ୍ୟକ ପରିବର୍ତ୍ତନ ଲାଗି ପରାମର୍ଶ ଦିଆଯାଇଥିଲା।
ଏହି କାରଣରୁ ଏମିତି ନାମକରଣ
ଏହି ବଜେଟରେ ଏଭଳି ଯୋଜନାଗୁଡିକ ସାମିଲ କରାଯାଇଥିଲା ଯାହା ଦେଶର ଅର୍ଥନୈତିକ ପୁନରୁଦ୍ଧାରର ସିଧାସଳଖ ଲକ୍ଷ୍ୟ ହାସଲ ପାଇଁ ଉଦ୍ଧିଷ୍ଟ ଥିଲା । ଏହା ସାମାଜିକ ତଥା ଅର୍ଥନୈତିକ ପ୍ରଗତୀ ପାଇଁ ଆବଶ୍ୟକ ପଦକ୍ଷେପଗୁଡିର ସମର୍ଥନ କରୁଥିଲା ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ କଠିନ ନିଷ୍ପତ୍ତି ନେବାକୁ ଚେଷ୍ଟା କରିଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୱନ୍ତ ରାଓ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ ଦେଶରେ ମରୁଡ଼ି ଏବଂ ଖାଦ୍ୟ ଶସ୍ୟ ଉତ୍ପାଦନରେ ହ୍ରାସ ହେତୁ ବଜେଟରେ 550 କୋଟି ଟଙ୍କା ଅଭାବ ଦେଖାଦେଇଛି। ତେଣୁ ଏହାକୁ ‘କଳା ବଜେଟ୍’ କୁହାଯାଉଛି ଏବଂ ଏହା ଏକ ଆହ୍ୱାନପୂର୍ଣ୍ଣ ସମୟରେ ଦେଶର ସାମୂହିକ ତଥା ଅର୍ଥନୈତିକ କଲ୍ୟାଣ ପାଇଁ କଠିନ ନିଷ୍ପତ୍ତିର ପ୍ରତୀକ ହେବାକୁ ଆସିଛି। ଏଭଳି ବଜେଟ୍ କେବଳ ଥରେ ଉପସ୍ଥାପିତ ହୋଇଥିଲା, ଏହା ବିଭିନ୍ନ କ୍ଷେତ୍ରରେ ସଂସ୍କାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ଦେଶକୁ ଆର୍ଥିକ ସଙ୍କଟରୁ ବାହାର କରିବାକୁ ଚେଷ୍ଟା କରିଥିଲା।
କଳା ବଜେଟ୍ କେବେ ଉପସ୍ଥାପିତ ହୁଏ?
ଯେତେବେଳେ ଆୟ କମିଯାଏ ଏବଂ ଖର୍ଚ୍ଚ ବଢିଯାଏ ସେତେବେଳେ ସରକାର ଏକ କଳା ବଜେଟ୍ ଉପସ୍ଥାପନ କରନ୍ତି | ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ରୋଜଗାର 1 ଟଙ୍କା ଏବଂ ଆପଣ ୧.୫୦ ଟଙ୍କା ଖର୍ଚ୍ଚ କରୁଛନ୍ତି,ତେବେ ଏପରି ପରିସ୍ଥିତିରେ, ଆପଣଙ୍କ ଋଣ ପ୍ରତ୍ୟେକ ଥର 50 ପଇସା ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ ସରକାର ନିଜର ଏହାର ଖର୍ଚ୍ଚ ହ୍ରାସ କରନ୍ତି ଏବଂ ବଜେଟକୁ ସନ୍ତୁଳିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତି ।