ମହାମାରୀ କୋରୋନା ପାଇଁ ସାରା ଦେଶ ଲକଡାଉନ । ଏପରି ସ୍ଥଳରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ମାଫିଆମାନେ କରୁଛନ୍ତି ଭିନ୍ନଭିନ୍ନ ଉପାୟ । ହେଲେ ପୋଲିସ ହାତରୁ ଖସି ଯିବାକୁ ଚାହିଁଲେ ବି ଖସି ପାରୁ ନାହାନ୍ତି ଗଞ୍ଜେଇ ମାଫିଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ । ସୁଚନା
Trending Photos
)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ମହାମାରୀ କୋରୋନା ପାଇଁ ସାରା ଦେଶ ଲକଡାଉନ । ଏପରି ସ୍ଥଳରେ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ମାଫିଆମାନେ କରୁଛନ୍ତି ଭିନ୍ନଭିନ୍ନ ଉପାୟ । ହେଲେ ପୋଲିସ ହାତରୁ ଖସି ଯିବାକୁ ଚାହିଁଲେ ବି ଖସି ପାରୁ ନାହାନ୍ତି ଗଞ୍ଜେଇ ମାଫିଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ।
ସୁଚନା ମୁତାବକ ଏକ ଟ୍ରକରେ ୩୫ ବସ୍ତା ପିଆଜ ଲୋଡିଂ ହୋଇ ଚାଲାଣ ହେଉଥିବାବେଳେ ମନମୁଣ୍ଡା ପୋଲିସ ଖବର ପାଇ ପିଆଜ ଗାଡିକୁ ଅଟକାଇଥିଲା । ଗାଡି ଚାଳକକୁ ଗାଡିରେ କଣ ଅଛି ବୋଲି ପଚାରିବାରୁ ପିଆଜ ଲୋଡିଂ ହୋଇଥିବା କହିଥିଲେ । ହେଲେ ପୁର୍ବରୁ ପୋଲିସ ସୁଚନା ପାଇଥିଲା ପିଆଜ ଗାଡିରେ ଯାଉଛି ଗଞ୍ଜେଇ । ଗାଡିରେ ଯାଞ୍ଚ ପରେ ଜଣା ପଡିଲା ଗାଡିରେ ଗଞ୍ଜେଇ ଥିଲା । କୁଇଣ୍ଟାଲ କି ଦୁଇ କ୍ୟୁଣ୍ଟାଲ ନୁହେଁ, ପୁରା ୧୧ କୁଇଣ୍ଟାଲ ଗଞ୍ଜେଇକୁ ଜବତ କରିଛି ପୋଲିସ।
କନ୍ଧମାଳ ଓ କଣ୍ଟାମାଳର ଉପାନ୍ତ ଅଞ୍ଚଳରୁ ଏମପି୦୯ଏଚଜି୮୮୭୬ ନମ୍ବର ବିଶିଷ୍ଟ ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସର ଜେରା ପରେ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଘଟଣାକୁ ସ୍ୱୀକାର କରିବା ସହିତ ମସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ , ୫ ଟି ଅଫୁଟା ଗୁଳି ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଟ୍ରକ ଜବତ କରିବା ସହିତ ୩ ଜଣକୁ ଗିରଫ କରିଛି ମନମୁଣ୍ଡା ପୋଲିସ । ତେବେ ଗିରଫ ହୋଇଥିବା ୩ ବ୍ୟକ୍ତି ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ଜଣାପଡିଛି । ଏପଟେ ଗଞ୍ଜେଇ ରାକେଟର ପର୍ଦ୍ଦାଫାସ କରିଛି ମନମୁଣ୍ଡା ପୋଲିସ । ଏହି ଚଢାଉ ପଛରେ ମନମୁଣ୍ଡା ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରି ସାମିଲ ହୋଇଥିବା ଜଣାପଡିଛି ।