Advertisement
Article Detail0/zeeodisha/odisha689322
Zee OdishaBoudh୧୫୬ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ପାର୍

୧୫୬ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ପାର୍

ବୌଦ୍ଧକୁ ଲେଉଟିଲା କୋରୋନା

୧୫୬ ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ପାର୍

ଭୁବନେଶ୍ୱର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ପାର କରିଛି । ନୂଆ ୧୫୬ ମାମଲା ସାମ୍ନାକୁ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚିଛି । ତେବେ ନୂଆ ମାମଲା ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ ସ୍ଥାନୀୟ ଅଞ୍ଚଳର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଆଜି ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡ଼ାରୁ ୫୦ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି କଟକରୁ ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, କନ୍ଧମାଳରୁ ୯, ଭଦ୍ରକରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଖୋର୍ଦ୍ଧା, ନୟାଗଡ଼, ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ ବଲାଙ୍ଗୀରରୁ ୨ଟି ଲେଖାଏଁ ମାମଲା ସାମ୍ନାକୁ ଆସିଥିବା ବେଳେ ମାଲକାନଗିରି, କେନ୍ଦୁଝର ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ତେବେ ରାଜ୍ୟରେ ସମସ୍ତ ୨୧୦୪ କୋରୋନା ଆକ୍ରାନ୍ତ ମଧ୍ୟରୁ ୧୧୨୬ ଜଣ ସୁସ୍ଥ ହେଲେଣି । ସେହିପରି ୭ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏବେ ୯୬୯ଟି ଆକ୍ସିଭ କେସ ରହିଛି । 

Add Zee News as a Preferred Source

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୌଦ୍ଧକୁ ଲେଉଟିଛି କୋରୋନା । ଜିଲ୍ଲାରେ ପୂର୍ବରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ସୁସ୍ଥ ହୋଇ ସାରିଥିଲେ । ତେବେ ଆଜି ପୁଣି ଏକ ନୂଆ ମାମଲା ଆସିଛି । ବୌଦ୍ଧ ଯେ ଏବେ କୋରୋନା ମୁକ୍ତ ନୁହେଁ, ତାହା ସ୍ପଷ୍ଟ ହୋଇଛି । ଅନ୍ୟପଟେ ୨୯ ଜିଲ୍ଲାରେ କୋରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ରାୟଗଡ଼ାର ପାଖ ମାଡ଼ିପାରିନାହିଁ । ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ କୋରୋନା ମୁକ୍ତ ରହିଛି ରାୟଗଡ଼ା । 

About the Author