ସାନ ଭାଇର ଟାଙ୍ଗିଆ ଚୋଟରେ ଦାଦାପୁଅ ମୃତ
Advertisement

ସାନ ଭାଇର ଟାଙ୍ଗିଆ ଚୋଟରେ ଦାଦାପୁଅ ମୃତ

ବିଦ୍ୟାଧର ନାଏକ ଏବଂ ଦାଦାପୁଅ ବଡ଼ ଭାଇ ନିରଞ୍ଜନ ନାଏକଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ (Land Dispute) କୁ କେନ୍ଦ୍ର କରି ପାରିବାରିକ କଳହ ଲାଗିରହିଥିଲା। ଗୁରୁବାର ତାର ଉଗ୍ର ରୂପ ହତ୍ୟାକାଣ୍ଡ (murder case) ରେ ପରିଣତ ହୋଇଛି।

ସାନ ଭାଇର ଟାଙ୍ଗିଆ ଚୋଟରେ ଦାଦାପୁଅ ମୃତ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ଭୁଲିଗଲା ରକ୍ତର ସମ୍ପର୍କ। ଭାଇ ସାଜିଲା ରାକ୍ଷସ। ନିଜ ଦାଦାପୁଅ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା କରିଛି। ଗୁରୁବାର ଏଭଳି ହତ୍ୟାକାଣ୍ଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ମୁଣ୍ଡାପଡା ପଞ୍ଚାୟତର ଖମାରିପଡା ଗ୍ରାମରେ ଘଟିଛି।

ସୂଚନା ମୁତାବକ, ଖମାରିପଡା ଗ୍ରାମର ବିଦ୍ୟାଧର ନାଏକ ଏବଂ ଦାଦାପୁଅ ବଡ଼ ଭାଇ ନିରଞ୍ଜନ ନାଏକଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ (Land Dispute) କୁ କେନ୍ଦ୍ର କରି ପାରିବାରିକ କଳହ ଲାଗିରହିଥିଲା। ଗୁରୁବାର ତାର ଉଗ୍ର ରୂପ ହତ୍ୟାକାଣ୍ଡ (murder case) ରେ ପରିଣତ ହୋଇଛି। ସାନଭାଇ ବିଦ୍ୟାଧର ରକ୍ତ ସମ୍ପର୍କ ଭୁଲି ବଡ଼ ଭାଇ ନିରଞ୍ଜନଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି। 

Also Read: ISROରେ ISI! ସୁରକ୍ଷା ନାଁରେ ଷଡଯନ୍ତ୍ର

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବିଦ୍ୟାଧର ନାଏକକୁ ପୋଲିସ (Boudh Police) ହେପଜାତକୁ ନେଇଛି। ସେପଟେ ଘଟଣାସ୍ଥଳରେ ବୌଦ୍ଧ ସଦର ଥାନା ଅଧିକାରୀ ଏବଂ ବଘିଆପଡା ଫାଣ୍ଡି ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତ (Primary Investigation) ରୁ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତାପସ୍ୱିନୀ କହଁର କହିଛନ୍ତି।