• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ବୌଦ୍ଧ ଜିଲ୍ଲା ମାଧପୁର ଗ୍ରାମର ରବିନ୍ଦ୍ର କହଁର ନାମକ ଜଣେ ହିତାଧିକାରୀଙ୍କ ଚାଷ ଜମିରେ ଆମ୍ବ ବଗିଚା କରାଇଦେବା ନାଁରେ ଜମିର ପଟା ଓ ଜମି ମାଲିକଙ୍କ ଦସ୍ତଖସ୍ତ ନେଲେ ଉଦ୍ୟାନ ବିଭାଗର କର୍ମଚାରୀ । ଏହାପରେ ଆମ୍ବ ଲଗାଇବା ନାଁରେ ଲଗାଇଲେ ବେଲ ଗଛ । ୨

ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ବୌଦ୍ଧ: ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଘୋଟାଲା । ସୂଚନା ଫଳକ ଲାଗିଲା, ଦୁଇ ଚାରିଟି ଗଛ ବି ଲାଗିଲା କିନ୍ତୁ ପ୍ରକଳ୍ପର ସମୟ ବଧି ସରିବା ପୂର୍ବରୁ ସମସ୍ତ ବିଲ ଉଠାଗଲା । ହେଲେ ନାଁ ଅଛି ଗୋଟିଏ ବି ଗଛ କି ହିତାଧିକାରେ ପାଇଲେ ଟଙ୍କା । ବୌଦ୍ଧ ଜିଲ୍ଲା ଉଦ୍ୟାନ ବିଭାଗ (Boudh District Horticulture Department) ନାଁରେ ଆସିଛି ଏଭଳି ସାଂଘାତିକ ଦୁର୍ନୀତିର ଅଭିଯୋଗ । ମାଧପୁର ଗ୍ରାମରେ ସୂଚନା ଫଳକରେ ସିମିତ ବେଲ ଉଦ୍ୟାନ ବିଭାଗର ବେଲ ବଗିଚା । ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ । ଆପଣ ଭାବୁଥିବେ ଉଦ୍ୟାନ ବିଭାଗ ଦ୍ୱାରା ହୋଇଥିବା ବେଲ ବଗିଚା ସହିତ ଏହାର କି ସମ୍ପର୍କ ରହିଛି । ସହକାରୀ ତହବିଲରୁ ଯୋଜନାକୁ କାଗଜ ପତ୍ରରେ ରୂପାନ୍ତରିତ କରାଯିବା ପାଇଁ କିଭଳି ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି ଜାଣିଲେ ଆପଣ ବି ହୋଇଯିବେ ତାଜୁବ । 

ଅଧିକ ପଢ଼ନ୍ତୁ:-ଲଗାତର ଚତୁର୍ଥ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ବୌଦ୍ଧ ଜିଲ୍ଲା ମାଧପୁର ଗ୍ରାମର ରବିନ୍ଦ୍ର କହଁର ନାମକ ଜଣେ ହିତାଧିକାରୀଙ୍କ ଚାଷ ଜମିରେ ଆମ୍ବ ବଗିଚା କରାଇଦେବା ନାଁରେ ଜମିର ପଟା ଓ ଜମି ମାଲିକଙ୍କ ଦସ୍ତଖସ୍ତ ନେଲେ ଉଦ୍ୟାନ ବିଭାଗର କର୍ମଚାରୀ । ଏହାପରେ ଆମ୍ବ ଲଗାଇବା ନାଁରେ ଲଗାଇଲେ ବେଲ ଗଛ । ୨୦୧୮-୧୯ ଆର୍ଥିକ ବର୍ଷରେ ୧୧ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ହୋଇଥିବା ବେଲ ବଗିଚା କାର୍ଯ୍ୟ ୨୦୨୧ ରେ ସରିବା କଥା । ହେଲେ ଏବେ ବଗିଚାରେ ନାଁ ଅଛି ଗଛ କି ବଗିଚାର କୌଣସି ବାସ୍ନା । ରବିନ୍ଦ୍ର କହଁରଙ୍କ ଜମିରେ ଦୁଇ ଚାରିଟି ବେଲ ଗଛ ଲଗାଇବା ସହିତ, ଗଛର ସୁରକ୍ଷା ପାଇଁ ତାରବାଡ ମଧ୍ୟ ଦିଆଗଲା । ସୂଚନା ଫଳକ ନିର୍ମାଣ ହେଲା । ପରେ ସମସ୍ତ ବିଲ ଉଠାଇବା ପରେ ତାରବାଡ ଉଠାଇ ନିଆଗଲା । 

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଉଦ୍ୟାନ ବିଭାଗରେ ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବାବେଳେ ଏହି ଦୁର୍ନୀତି ପଛରେ ବିଭାଗର ତଳ ସ୍ତରରୁ ଯେ ବଡବଡ ବାବୁ ମାନଙ୍କର ରହି ସିଧାସଳଖ ହାତ । ଭଗବାନଙ୍କ ବର ପାଇଲା ଭଳି ଏଭଳି ଦୁର୍ନୀତି କର ଲକ୍ଷାଧିକ ଟଙ୍କା ଚଳୁ କରୁଛି ବିଭାଗ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଚଂଳବାସୀ ବାରମ୍ବାର ଦାବି କଲେ ସୁଧା ଏହାର ତଦନ୍ତ ହଉନଥିବାରୁ ବାବୁ ମାନେ ଜିଲ୍ଲାରେ କେବଳ ବେଲ ନୁହଁ ଆମ୍ବ ବଗିଚା ନାଁରେ ମଧ୍ୟ କୋଟିକୋଟି ଟଙ୍କା ସରକାରୀ ତହବିଲରୁ ହରିଲୁଟ କରିଛନ୍ତି । ଏପଟେ ଜିଲ୍ଲାରେ ଥିବା ଭିଜିଲାନ୍ସ ବିଭାଗ ହାତବାନ୍ଧି ବସିଥିବାବେଳେ ଏହାର କ୍ରାଇମବ୍ରାଂଚ ତଦନ୍ତ କରି ଦୁର୍ନୀତିରେ ଲିପ୍ତ ଥିବା ବାବୁ ମାନଙ୍କ ବିରୋଧରେ ଦୃଷ୍ଟାନ୍‌ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । 

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ଏହି ଲାଭ

ଅନ୍ୟପଟେ ଏ ସମ୍ପର୍କରେ ଜିଲ୍ଲା ଉଦ୍ୟାନ ବିବାଗର ଅଧିକାରୀ ଯୋଗିନ୍ଦ୍ରନାଥ ମହାପାତ୍ର (ଏ.ଡି.ଏଚ, ବୌଦ୍ଧ) କହିଛନ୍ତି ଏ ବାବଦରେ ତଦନ୍ତ କରାଯିବା ପରେ କ'ଣ ହୋଇଛି ଜଣାପଡିବ ବୋଲି କହିଛନ୍ତି । ମାଧପୁରରେ ବେଲବଗିଚା ନାଁରେ ହୋଇଥିବା ଲକ୍ଷାଧିକ ଟଙ୍କାର ଦୁର୍ନୀତି ଉପରୁ କେବେ ଉଠୁଛି ପରଦା ତା ଉପରେ ରହିଛି ସମସ୍ତଙ୍କ ନଜର ।