ବୌଦ୍ଧ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଏବଂ ଏଥିରେ ବନ ବିଭାଗ ଓ କେନ୍ଦୁପତ୍ର ବିଭାଗର ଭୂମିକାକୁ ଦେଖିଲେ ତାହା ହିଁ ମନେ ହେଉଛି । ସମ୍ପୃକ୍ତ ବିଭାଗ ସବୁକିଛି କରୁଥିବା ବେଳେ ପରସ୍ପରକୁ ଦୋଷାରୋପ କରି ଖସି ଯାଉଛନ୍ତି ।
Trending Photos
)
ବୌଦ୍ଧ: କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ । ମହାଭାରତ ଯୁଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏକଥା କହିଥିଲେ । ଆପଣ ଭାବୁଥିବେ ଏଠି କାହିଁକି ଏ ପ୍ରସଙ୍ଗର ଅବତାରଣା। ତେବେ ବୌଦ୍ଧ ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଏବଂ ଏଥିରେ ବନ ବିଭାଗ ଓ କେନ୍ଦୁପତ୍ର ବିଭାଗର ଭୂମିକାକୁ ଦେଖିଲେ ତାହା ହିଁ ମନେ ହେଉଛି । ସମ୍ପୃକ୍ତ ବିଭାଗ ସବୁକିଛି କରୁଥିବା ବେଳେ ପରସ୍ପରକୁ ଦୋଷାରୋପ କରି ଖସି ଯାଉଛନ୍ତି । ଆଉ ବଳି ପଡୁଛନ୍ତି ନିରୀହ ଜନତା।
ବୌଦ୍ଧ ବନଖଣ୍ଡ ଅଧିକାରୀ କହିଛନ୍ତି , ବନବିଭାଗ ଅଭିଯୋଗ କରୁଛି କେନ୍ଦୁପତ୍ର ବିଭାଗ ନିଆଁ ଲଗାଉଛି ବୋଲି । ଖାଲି ଅଭିଯୋଗ ନୁହେଁ, ସେଥିପାଇଁ ସମ୍ପୃକ୍ତ ବିଭାଗର ମୁନସି ଓ ଚପରାଶିଙ୍କୁ ଗିରଫ ବି କରାଯାଇଛି। ଅଭିଯୋଗ, ଜଙ୍ଗଲ ବାହାରେ ଗୋଛା ନ କାଟି ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି କେନ୍ଦୁପତ୍ର ବିଭାଗ କର୍ମଚାରୀ। ସେମାନଙ୍କ ସହ କିଛି ସ୍ଥାନୀୟ ଆଦିବାସୀଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ।
Also Read: ୧୯୫୦ ପୂର୍ବର ଜୀବନ କାଟୁଛନ୍ତି ୫୦ ପରିବାର
ସେପଟେ କେନ୍ଦୁପତ୍ର ବିଭାଗ କର୍ମଚାରୀ ନିଆଁ ଲଗାଇ ନ ଥିବା ନେଇ ବିଭାଗୀୟ ଡିଏଫଓଙ୍କ ଦୃଢ଼ୋକ୍ତି। ନଆଁ ଲିଭାଇବାରେ ବିଫଳ ବନବିଭାଗ କୁଆଡ଼େ ଔଷଧ ବିକଳରେ ତାଟିଆ କାମୁଡୁଛି। ନିରୀହ ଆଦିବାସୀମାନଙ୍କୁ ଅଭିଯୁକ୍ତ ସଜାଇ ଗିରଫ କରାଯାଉଥିବାରୁ କେନ୍ଦୁପତ୍ର ବିଭାଗ ଦେଖାଇଛି ଦରଦ। ଦୁଇଟି ଯାକ ବିଭାଗ ସରକାରଙ୍କର। ତେବେ କିଏ ନିଆଁ ଲଗାଉଛି ବା କିଏ ନିଆଁ ଲିଭାଇବ ତାକୁ ନେଇ ଦୁଇ ବିଭାଗ ମଧ୍ୟରେ ଚାଲିଛି ତୁତୁ ମେଁମେଁ । ଦୁଇ ବିଭାଗର କଳିରେ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍।
ତେବେ ନିଆ ଯିଏ ବି ଲଗାଉ ନା କାହିଁକି, ଲିଭାଇବା ଦାୟିତ୍ୱକୁ ନିଜ ମୁଣ୍ଡରୁ କେହି ବି ଖସାଇ ପାରିବେ ନାହିଁ । ସେ ବନ ବିଭାଗ ହେଉ ଅବା କେନ୍ଦୁପତ୍ର ବିଭାଗ । ସେଥିରେ ନିରୀହ ଆଦିବାସୀଙ୍କୁ ବଳି ପକାଇବା ବାସ୍ତବିକ ଦୁର୍ଭାଗ୍ୟଜନକ ।