ଆଜି ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଂଟାମାଳ ବ୍ଲକର ବିଭିନ୍ନ ଅଚଂଳରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ପୋକ ଦେଖିବାକୁ ମିଳିଛି । ଏସବୁ ହଳଦିଆ ରଙ୍ଗର ବୋଲି ଜଣାପଡିଛି ।
Trending Photos
)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଜୁନ ମାସରେ ଓଡିଶା କୁ ଆସି ପାରନ୍ତି ପଙ୍ଗପାଳ ଏନେଇ କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ଅବଗତ କରାଇବା ସହିତ କୃଷି ବିଭାଗକୁ ସଜାଗ ରହିବା ଏବଂ ଚାଷୀ ମାନଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ପଙ୍ଗପାଳକୁ ନେଇ କୃଷି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଚାଷୀ ମାନଙ୍କୁ କୌଣସି ସଚେତନତା କରାଯାଇନଥିବାବେଳେ ଜିଲ୍ଲାରେ ପ୍ରବେଶ କରିଛନ୍ତି ପଙ୍ଗପାଳ ଭଳି ହଜାରହଜାର ସଂଖ୍ୟାର ପୋକ । କିଏ ଏହାକୁ ପଙ୍ଗପାଳ କହୁଥିବାବେଳେ ଆଉ କିଏ ଏହାକୁ ଝୀଂଟିକା କହୁଛନ୍ତି । ସୁଚନା ମୁତାବକ ଗୋଲାପି ରଙ୍ଗର ପଙ୍ଗପାଳ ବିଭିନ୍ନ ଫସଲ ପାଇଁ କ୍ଷତିକାରକ ହୋଇଥିବାବେଳେ ହଳଦିଆ ରଙ୍ଗର ପଙ୍ଗପାଳ ଫସଲ ପାଇଁ କ୍ଷତିକାରକ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଆଜି ଜିଲ୍ଲାର ହରଭଙ୍ଗା,ବୌଦ୍ଧ ଏବଂ କଂଟାମାଳ ବ୍ଲକର ବିଭିନ୍ନ ଅଚଂଳରେ ହଜାରହଜାର ସଂଖ୍ୟାରେ ଦେଖାଯାଉଥିବା ପୋକ ପଙ୍ଗପାଳ ନା ଆଉ କଣ ତାହା ସ୍ପଷ୍ଟ ହୋଇନାହିଁ ।କିନ୍ତୁ ଏସବୁ ହଳଦିଆ ଓ କଳା ରଙ୍ଗର ବୋଲି ଜଣାପଡିଛି । ତେବେ ଏହି ପୋକ ଗୁଡିକ କୌଣସି ଚାଷ ଜମି କିମ୍ବା ଫସଲରେ ଦେଖାଯାଇନଥିଲେ ହେଁ ଚାଷୀକୁଳ ଏହାକୁ ନେଇ ଭୟବିତ ହୋଇପଡିଥିବା କହିଛନ୍ତି ଚାଷୀ । ସୁଚନା ମୁତାବକ ଜିଲ୍ଲାର ପୁରୁଣାକଟକ ପଂଚାୟତ ମଣିପୁର ଗାଁ ନିକଟସ୍ଥ ଜଙ୍ଗଲରେ ହଜାରହଜାର ସଂଖ୍ୟାରେ ପଙ୍ଗପାଳ ଭଳି ଦେଖାଯାଉଥିବା ହଳଦିଆ ଓ କଳା ରଙ୍ଗ ମିଶ୍ରିତ ପୋକ ବିଭିନ୍ନ ଗଛ ପତ୍ରରେ ବସା ବାନ୍ଧି ପତ୍ର ସବୁ ଖାଇଦେଉଥିବାବେ ଜଣାପଡିଛି ।
![]()
ସେହିପରି ବୌଦ୍ଧ ବ୍ଲକର ବାଉଁଶୁଣି,ବଘିଆପଡା ଅଚଂଳରେ ମଧ୍ୟ ଏହା ଦେଖିବାକୁ ମିଳିଛି । ଅନ୍ୟପଟେ ଜଙ୍ଗଲରେ ଥିବା ଶାଳ ଗଛର ପତ୍ରରେ ବ୍ୟାପକ ମାତ୍ରାରେ ଏସବୁ ପୋକ ଜମାଟ ବାନ୍ଧି ପତ୍ର ସବୁ ଖାଇ ଦେଉଛନ୍ତି । ଏପଟେ ଲକଡାଉନ କୋହଳହେବାପରେ ନିକଟସ୍ଥ ଜଙ୍ଗଲକୁ ଯାଇ ଶାଳପତ୍ର ସଂଗ୍ରହ କରି ଖଲିଦନା, ତିଆରି କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଏବେ ଶାଳପତ୍ର ଟିଏ ପାଉନଥିବା ବେଳେ ସବୁ ଶାଳପତ୍ରରେ ଏହି ପୋକ ଲାଗି ନଷ୍ଟ କରିଦେଇଛନ୍ତି । ଫଳରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ପତ୍ର ତୋଳାଳି । ପଙ୍ଗପାଳ କୁ ନେଇ ପତ୍ର ତୋଳାଳି ମାନଙ୍କ ମନରେ ଭାଳେଣି ପଡିଥିବାବେଳେ ଚାଷୀ ମଧ୍ୟ ଚିନ୍ତାରେ ରହିଛି । ବର୍ତମାନ ଜିଲ୍ଲାରେ ମୌସୁମି ଛୁଇଁଥିବାରୁ ହଳଲଙ୍ଗଳ ଧରି ଖରିଫ ଚାଷ ପାଇଁ ଚାଷି ବିଲରେ ଧାନ ତଳି ପକାଇଲେଣି । ଜଙ୍ଗଲୁରୁ ଚାଷଜମିକୁ ଆସି ପଙ୍ଗପାଳ ଭଳି ଦେଖାଯାଉଥିବା ହଳଦିଆ ଓ କଳା ରଙ୍ଗ ମିଶ୍ରିତ ପୋକ ବ୍ୟାପକ ନଷ୍ଟ କରିବା ନେଇ ଆଶଙ୍କା କରିଛନ୍ତି ଚାଷୀ ।
ଏନେଇ ଜିଲ୍ଲା କୃଷି ବିଭାଗ ପାଖରେ କୌଣସି ସୁଚନା ନଥିବା କିମ୍ବା ଜଙ୍ଗଲରେ କାୟା ମେଲାଇଥିବା ପଙ୍ଗପାଳ କୁ ନେଇ ଜଙ୍ଗଲ ବିଭାଗ ପାଖରେ ମଧ୍ୟ କୌଣସି ଖବର ନଥିବା ଚାଷି ମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ପାଣିପାଗ ବିଭାଗ ର ସୁଚନା ଅନୁଯାୟୀ ଚଳିତ ବର୍ଷ ଚାଷକାମ ପ୍ରାରମ୍ଭ ପାଇଁ ପାଗ ଅନୁକୁଳୁ ରହିବ । ଏପଟେ ବୌଦ୍ଧ ଜିଲ୍ଲାରେ ପଙ୍ଗପାଳ ଭଳି ଦେଖାଯାଉଥିବା ପୋକ ପଶିଆସି ଗାଁ ଗୁଡିକର ଚାଷଜମି ନିକଟସ୍ଥ ଜଙ୍ଗଲ ମାନଙ୍କରେ ହଜାରହଜାର ସଂଖ୍ୟାରେ ରିହିବାକୁ ନେଇ କୌଣସି ପଦକ୍ଷେପ ନିଆଯାଇନଥିବାବେଳେ ତୁରନ୍ତ ଚାଷୀ ମାନଙ୍କୁ ପଙ୍ଗପାଳ ବାବଦରେ ସଚେତନତା ସୃଷ୍ଟି କରିଯିବା ସହିତ କୀଟନାଶକ ଔଷଧ ଛିଚଂନ କରି ଜିଲ୍ଲା କୁ ପଶିଥିବା ହଳଦିଆ ଓ କଳା ମିଶ୍ରିତ ରଙ୍ଗର ପୋକ ମାନଙ୍କୁ ଘଉଡାଇବା ପାଇଁ ଦାବି କରିଛନ୍ତି ଜିଲ୍ଲାର ଚାଷୀ । ବେଳ ଥାଉଥାଉ ଜିଲ୍ଲା କୃଷି ବିଭାଗ ଏହାକୁ ଗୁରୁତର ସହିତ ନେଇ ଯଦି ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ ନ କରେ ତାହେଲେ ଆଗାମୀ ଖରିଫ ଚାଷରେ ଏମାନଙ୍କ ପଦ୍ରୁଭାଵ ବଢିବ ବୋଲି ଆଶଙ୍କା କରିଛନ୍ତି ଚାଷୀ ।