Advertisement
Article Detail0/zeeodisha/odisha696207
Zee OdishaBoudhଗାଧୋଇବାକୁ ଯାଇ ଆଉ ଫେରିଲେନି ମମତା, ମହାନଦୀ ପଠାରେ ଦୁଇ ଝିଅ ସାରିଲେ ଦଶାହ କର୍ମ

ଗାଧୋଇବାକୁ ଯାଇ ଆଉ ଫେରିଲେନି ମମତା, ମହାନଦୀ ପଠାରେ ଦୁଇ ଝିଅ ସାରିଲେ ଦଶାହ କର୍ମ

ପହିଲି ରଜରେ କୋରୋନା ସଂକଟ ସମୟରେ ସମଗ୍ର ରାଜ୍ୟରେ ହସଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ମା' ଛେଉଣ୍ଡ ହୋଇଛନ୍ତି ବୌଦ୍ଧର ଦୁଇ ଝିଅ। ବୌଦ୍ଧର ରୋହିଣୀ ବେହେରା ଓ ତାଙ୍କ ଭଉଣୀ ଶ୍ରାବଣୀ ଗତ ୪ ତାରିଖରେ ତାଙ୍କ ମା' ମମତା ବେହେରାଙ୍କୁ ହରାଇଥିଲେ। ମମତା ଗତ ୪ ତାରିଖ ଦିନ ଘରୁ ଗାଧୋଇବା ପାଇଁ ଗୋଡ଼ କାଢିଥିଲେ। ମାତ୍ର ସବୁଦିନ ପାଇଁ ଯ

ଗାଧୋଇବାକୁ ଯାଇ ଆଉ ଫେରିଲେନି ମମତା, ମହାନଦୀ ପଠାରେ ଦୁଇ ଝିଅ ସାରିଲେ ଦଶାହ କର୍ମ

ହିମାଂଶୁ ଶେଖର ସାହୁ,ବୌଦ୍ଧ: ପହିଲି ରଜରେ କୋରୋନା ସଂକଟ ସମୟରେ ସମଗ୍ର ରାଜ୍ୟରେ ହସଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ମା' ଛେଉଣ୍ଡ ହୋଇଛନ୍ତି ବୌଦ୍ଧର ଦୁଇ ଝିଅ। ବୌଦ୍ଧର ରୋହିଣୀ ବେହେରା ଓ ତାଙ୍କ ଭଉଣୀ ଶ୍ରାବଣୀ ଗତ ୪ ତାରିଖରେ ତାଙ୍କ ମା' ମମତା ବେହେରାଙ୍କୁ ହରାଇଥିଲେ। ମମତା ଗତ ୪ ତାରିଖ ଦିନ ଘରୁ ଗାଧୋଇବା ପାଇଁ ଗୋଡ଼ କାଢିଥିଲେ। ମାତ୍ର ସବୁଦିନ ପାଇଁ ଯେ ସେ ଯାଇଛନ୍ତି ବୋଲି କେହି ମଧ୍ୟ ଅନୁମାନ କରିନଥିଲେ। ସେପଟେ ମା'ଙ୍କ ମୃତ୍ୟୁରେ ଗତକାଲି ପ୍ରଥମ ରଜରେ ଦଶାହ କର୍ମ ସାରିଛନ୍ତି ଦୁଇ ଭଉଣୀ।  ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ପଞ୍ଚାୟତର ଖଣ୍ଡିକୁଡ଼ାସିଙ୍ଗା ଗ୍ରାମର ମାଆ ଛେଉଣ୍ଡ ଦୁଇ ଭଉଣୀ ରୋହିଣୀ ଓ ଶ୍ରାବଣୀ। 

ସେଦିନ ଥିଲା ଜୁନ ମାସ ୪ ତାରିଖ ଗୁରୁବାର । ଘରର ସବୁକାମ ସାରିବା ପରେ ଗାଧୋଇ ଆସିଲେ ସାଙ୍ଗ ହୋଇ ଖାଇବା କହି ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ ସ୍ୱାମୀ ପରିତ୍ୟକ୍ତା ୪୮ ବର୍ଷିୟ ମହିଳା ମମତା। ମାତ୍ର ମମତାଙ୍କୁ ଘରକୁ ଫେରିବା ନେଇ ବିଳମ୍ବ ହେବାରୁ ଘରେ ଥିବା ଦୁଇ ଭଉଣୀ ବିଚଳିତ ହୋଇ ପଡ଼ିଥିଲେ। ବ୍ୟସ୍ତ ଓ ବିବ୍ରତ ହୋଇ ଦୁଇ ଝିଅ ମହାନଦୀ ଘାଟକୁ ଗଲେ।ଆଖପାଖ ଅଞ୍ଚଳରେ ବି ଖୋଜାଖୋଜି କରିଥିଲେ ଦୁଇ ଭଉଣୀ । ଫେରିଆସି ଗାଁ ଲୋକଙ୍କୁ ଜଣାଇବା ପରେ ସମସ୍ତେ ସବୁଆଡେ ଖୋଜାଖୋଜି କରିବାକୁ ଲାଗିଲେ। ମହାନଦୀର ଗଭୀର ଜଳରାଶିରେ ମହିଳା ବୁଡିଯାଇଥିବା ଖବର ପାଇଁ ଦମକଳ ବାହିନି ବି ଛୁଟିଆସିଲେ। ବୋଟ୍ ସାହାଯ୍ୟରେ ମହାନଦୀର ଆଖପାଖ ଅଞ୍ଚଳରେ ତନତନ ଖୋଜିଲେ। ହେଲେ କୌଣସି ପତା ମିଳିଲାନି ମମତାଙ୍କ। 

ତେବେ ମହାନଦୀର ତଳ ମୁଣ୍ଡରେ ମାଛ ମାରୁଥିବା କିଛି ଧୀବରଙ୍କ ଜାଲରେ ଏକ ଲୁଗା ପଡ଼ିବା ଫଳରେ ମମତାଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଲୁଗାକୁ ଆଣି ଦୁଇ ଝିଅକୁ ଦେଖାଇବା ତାହା ମମତାଙ୍କ ଶାଢୀ ବୋଲି ଚିହ୍ନଟ ହୋଇଥିଲା। ମହାନଦୀର କୁଡାସିଙ୍ଗା ଘାଟରୁ ଯେ ବଡମୁଳ ଯାଏଁ ସାତକୋଶିଆ ଗଣ୍ଡ ମଧ୍ୟରେ ରହୁଛନ୍ତି ବହୁ ପ୍ରଜାତିର କୁମ୍ଭୀର। ତେବେ ମମତା କୁମ୍ଭୀରଙ୍କ ଶିକାର ହୋଇଥିବା ନେଇ ସନ୍ଦେହ କରାଯାଇଛି। 

Add Zee News as a Preferred Source

ତେବେ ମମତାଙ୍କୁ ନିଖୋଜ ହେବାର ୧୦ ଦିନ ବିତି ଯାଇଥିଲେ ହେଁ କୌଣସି ଖୋଜ ଖବର ମିଳିନାହିଁ। ସେପଟେ ମମତାଙ୍କୁ ମୃତ ଭାବି  ସାମାଜିକ ରୀତିନୀତି, ଜାତିପ୍ରଥାକୁ ପାଳନ କରିଛନ୍ତି ଦୁଇ ମା ଛେଉଣ୍ଡ ଝିଅ ଶ୍ରାବଣୀ ଓ ରୋହିଣୀ। ମହାନଦୀ ତୁଠରେ ଦଶାହ କାମ ସମ୍ପନ୍ନ କରି ଶୁଦ୍ଧି ହୋଇଛନ୍ତି ଦୁଇ ନାବାଳିକା ଝିଅ। ରଜରେ ଦୁଇ ଭଉଣୀ ଙ୍କ ପାଇଁ ନୂଆ ଡ୍ରେସ କିଣିବାକୁ କଥା ଦେଇଥିଲେ ମାଆ। ହେଲେ ନୂଆ ସାର୍ଟପ୍ୟାଟଂ ପିନ୍ଧି ରଜରେ ମଉଜ କରିବା ବଦଳରେ ମହାନଦୀ ଘାଟରେ କରୁଛନ୍ତି ନିଖୋଜ ମାଆଙ୍କ ଦଶାହ କାମ।

ପୁର୍ବରୁ ବାପା ଥାଇ ବି ବାପା ସ୍ନେହରୁ ବଞ୍ଚିତ ହୋଇ ମାଆ ସହିତ କଷ୍ଟେମଷ୍ଟେ ଜୀବନ କଟାଉଥିବା ଦୁଇ ନାବାଳିକା ଏବେ ମାଆ ଛେଉଣ୍ଡ ହୋଇଯାଇଛନ୍ତି । ସୂଚନା ମୁତାବକ ମମତା ସ୍ୱାମୀ ଅର୍ଥାତ ଦୁଇ ନାବାଳିକଙ୍କ ପିତା ତ୍ରିନାଥ ଦୀର୍ଘ ବର୍ଷ ହେଲା ଅନ୍ୟତ୍ର ବିବାହ କରି ରହୁଛନ୍ତି । ସେହି ଦିନଠାରୁ ଦୁଇ ନାବାଳିକାଙ୍କ ସାହାଭରଷା ଥିବା ମାଆ ମମତା ବି ସେମାନଙ୍କୁ ଛାଡି ଚାଲିଯାଇଥିବା ବେଳେ ଏବେ ବେସାହାରା ହୋଇ ପଡିଛନ୍ତି ରୋହିଣୀ ଓ ଶ୍ରାବଣୀ । ବର୍ତ୍ତମାନ ଏହି ଦୁଇ ଝିଅଙ୍କ ପାଖରେ ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଚାଳ, ନା ଖାଇବାକୁ ଦାନା କି ପିନ୍ଧିବାକୁ କନା । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ଦୁଇ ନାବାଳିକାଙ୍କୁ ସହାୟତା କରିବା ନିତ୍ୟାନ୍ତ ଜରୁରୀ ବୋଲି କହିଛନ୍ତି ଗ୍ରାମବାସୀ । 

About the Author