ବୌଦ୍ଧ-କନ୍ଧମାଳ ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ SOG ଯବାନ ଗୁରୁତର
Advertisement

ବୌଦ୍ଧ-କନ୍ଧମାଳ ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ SOG ଯବାନ ଗୁରୁତର

ଆଜି ସକାଳେ ମାଓବାଦୀମାନେ ଲୁଚିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ କନ୍ଧମାଳର ଗୋଚ୍ଛାପଡ଼ା ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବର୍ଷଣ କରିଥିଲେ।

 ବୈଦ୍ଧ-କନ୍ଧମାଳ ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ SOG ଯବାନ ଗୁରୁତର

ଭୁବନେଶ୍ୱର: କୁମ୍ବିଂ ଅପରେସନ୍ ବେଳେ ୨ ଯବାନଙ୍କୁ ଗୁଳିମାଡ। ନକ୍ସଲଙ୍କ ଗୁଳିରେ ଗୁରୁତର ହୋଇଛନ୍ତି ୨ ଜଣେ SOG ଯବାନ। ସେମାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବୈଦ୍ଧ-କନ୍ଧମାଳ ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ।

ସୂଚନାମୁତାବକ, ଆଜି ସକାଳେ ମାଓବାଦୀମାନେ ଲୁଚିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ କନ୍ଧମାଳର ଗୋଚ୍ଛାପଡ଼ା ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବର୍ଷଣ କରିଥିଲେ। ଏଥିରେ ୨ ଜଣ SOG ଯବାନ ଗୁରୁତର ହୋଇଛନ୍ତି। ଜଣଙ୍କୁ ଆଖିରେ ଓ ଅନ୍ୟ ଜଣଙ୍କୁ ଛାତିରେ ଗୁଳି ବାଜିଥିବା କୁହାଯାଉଛି। 

Also Read: ବଳଦ ଗାଡିରେ ତୈଳଦର ବୃଦ୍ଧି ପ୍ରତିବାଦ, ନେତାଙ୍କ ଭାର ସମ୍ଭାଳି ପାରିଲାନି ମଞ୍ଚ

 

ଗୁଳି ବିନିମୟ ବେଳେ ୨ ଯବାନ ଗୁରୁତର ହୋଇଥିବା ଖବର ପାଇ DGP ଅଭୟ ତାଙ୍କର ମାଲକାନଗିରି ଓ କୋରୋପୁଟ ଗସ୍ତବାତିଲ କରିଛନ୍ତି। ସୁନାବେଡାରୁ ଫେରି DGP ତାଙ୍କ ହେଲିକ୍ୟାପ୍ଟର ଯୋଗେ ଯବାନଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇଛନ୍ତି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଯବାନଙ୍କୁ ଡାକ୍ତର ତୁଷାର ମିତ୍ରଙ୍କ  ନେତୃତ୍ବରେ ୪ ଜଣିଆ ଟିମ ଚିକିତ୍ସା କରୁଛନ୍ତି। ଟିମରେ  ସର୍ଜରି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, CTBS ଡାକ୍ତର ସାମିଲ ଅଛନ୍ତି। 

ଏମ୍ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ଅନ୍ୟ ଜଣଙ୍କର ଛାତିରେ ବୁଲେଟ ଜନିତ ଆଘାତ ଲାଗିଛି। ଅନ୍ୟପଟେ ସମୟାନୁବର୍ତ୍ତିତା ଓ ଦକ୍ଷତା ପାଇଁ BSF ପାଇଲଟଙ୍କୁ DGP ଧନ୍ୟବାଦ ଜଣାଇଛନ୍ତି। 
ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ପାଇଲଟ ହେଲିକପ୍ଟର ଲ୍ୟାଣ୍ଡ୍‌ କରାଇଥିଲେ। CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ DGP ପ୍ରଶଂସା କରିଛନ୍ତି।