Advertisement
Article Detail0/zeeodisha/odisha687290
Zee OdishaBoudhବାର୍ହା ମାଂସ ବିକ୍ରି କରୁଥିଲେ, ପହଞ୍ଚି ପଡ଼ିଲେ ରେଞ୍ଜ ଅଧିକାରୀ...

ବାର୍ହା ମାଂସ ବିକ୍ରି କରୁଥିଲେ, ପହଞ୍ଚି ପଡ଼ିଲେ ରେଞ୍ଜ ଅଧିକାରୀ...

ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜର ତଳଗାଁ ଅଞ୍ଚଳରେ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ଧରିଛନ୍ତି ବନ ବିଭାଗ କର୍ମଚାରୀ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ବନ୍ୟଜନ୍ତୁ ଶିକାର କରିବା ଧର୍ତ୍ତବ୍ୟ ଅପରାଧ ହୋଇଥିବା ସ୍ୱତ୍ତ୍ୱେ କିଛି ଶିକାରୀ ଏହାକୁ ଖୁଲମଖୁଲା ଅବମାନନା କରିଆସୁଛନ୍ତି । ଜଙ୍ଗଲୀ ଜନ୍ତୁ ବାର୍ହା ମାଂସ ବିକ୍ରି କରି ଟଙ୍କା କମାଇବା ନିଶା ଏବେ ଶିକାରୀଙ୍କୁ ଜେଲର ଚାରିକାନ୍ଥ ଭିତରକୁ ନେଇଯାଇଛି । ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜର ତଳଗାଁ ଅଞ୍ଚଳରେ ଚଢ଼ାଉ କରି ଦୁଇ ଶିକାରୀଙ୍କୁ ଧରିଛନ୍ତି ବନ ବିଭାଗ କର୍ମଚାରୀ । ଏହାସହ ସେମାନଙ୍କ ଠାରୁ ୩୫ କେଜି ବାର୍ହା ମାଂସ ଏବଂ ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି । 

ଯାହା ଜଣାପଡ଼ିଛି, ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଭାଲିଆଗୋରା ଗ୍ରାମର ଅଭିଯୁକ୍ତ ରାଜକିଶୋର ରଣା ଏବଂ ଅରୁଣ ନାଏକ ଏକ ମୋଟର ସାଇକେଲ ଯୋଗେ ବାର୍ହା ମାଂସ ଆଣି ତଳଗାଁ ପଞ୍ଚାୟତ ଅଞ୍ଚଳରେ ବିକ୍ରି କରୁଥିଲେ । ଏ ସମ୍ପର୍କରେ ମାଧପୁର ରେଞ୍ଜ ଅଧିକାରୀ ସରୋଜ କୁମାର ମିଶ୍ର ସୂଚନା ପାଇ ଚଢ଼ାଉ କରିଥିଲେ । ଆଉ ଚଢ଼ାଉ ବେଳେ ବାର୍ହା ମାଂସ ବିକ୍ରିର ପର୍ଦ୍ଦାଫାସ ହୋଇଛି । ବାର୍ହା ମାଂସ ଜବତ କରାଯିବା ସହିତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାଧପୁର ରେଞ୍ଜ ଅଧିକାରୀ ସରୋଜ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି । 

Add Zee News as a Preferred Source
About the Author