• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ଆଜି ଭାରତ ବନ୍ଦ
  • ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟ ସଂଗଠନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ
  • ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ବୌଦ୍ଧରେ ଅଭାବନୀୟ ଘଟଣା, ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

ବୁଡ଼ି ଯାଉଥିଲେ ବଡ଼ ଭାଇ, ପାଣିକୁ ଡିଆଁ ମାରିଥିଲେ ସାନ ଭାଇ

ବୌଦ୍ଧରେ ଅଭାବନୀୟ ଘଟଣା, ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ
ଫଟୋ ସୌଜନ୍ୟ: ଜୀ ମିଡିଆ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ଦିନେ ସେ ଭାଇ କେତେ ସ୍ନେହ କରିଥିଲେ । ହାତ ଧରି ଚାଲିବା ଶିଖେଇଥିଲେ । ସାଙ୍ଗରେ ସ୍କୁଲ ନେଉଥିଲେ । ସାନ ଭାଇକୁ ସ୍ନେହ କରିବାରେ କେବେ ଖିଲାପ କରିନଥିଲେ । ଦୁଇ ଭାଇ ମିଶି ଖେଳୁଥିଲେ, ପଢ଼ୁଥିଲେ, କେତେ କ'ଣ କରୁଥିଲେ । 
ଆଉ ଆଜି ବି ସାନ ଭାଇକୁ ସାଥିରେ ନେଇ ମହାନଦୀକୁ ଗାଧୋଇ ଯାଇଥିଲେ । ହେଲେ ହଠାତ ପାଣିରି ବୁଡ଼ି ଯାଇଥିଲେ ବଡ଼ ଭାଇ । ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ । ଅନ୍ୟପଟେ ବଡ଼ ଭାଇକୁ ଏମିତି ଅବସ୍ଥାରେ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ସାନ ଭାଇ । ପହଁରା ଶିଖିନଥିଲେ ବି ମହାନଦୀର ପ୍ରଖର ସ୍ରୋତକୁ ଡିଆଁ ମାରିଥିଲେ । ଶେଷରେ ଲିଭି ଯାଇଛି ଦୁଇ ଭାଇଙ୍କ ଜୀବନ ଦୀପ । ଆଜି ବୌଦ୍ଧ ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଘଟିଥିବା ଏହି ଘଟଣା ଜିଲ୍ଲାବାସୀଙ୍କ ସ୍ତବ୍ଧ କରିଦେଇଛି । 

ସୂଚନା ଅନୁସାରେ, ଗାଁର ଦୁଇ ଭାଇ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ବଡ଼ ଭାଇ ଆଶିଷ ପ୍ରଥମେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଆଉ ଏହା ଦେଖି ବଡ଼ ଭାଇକୁ ବଞ୍ଚାଇବା ପାଇଁ ସାନ ଭାଇ ତୋଫାନ ମଧ୍ୟ ଡିଆଁ ମାରିଥିଲେ । ହେଲେ, ମହାନଦୀର ଗଭୀର ସ୍ରୋତରେ ସେ ବି ଭାସି ଯାଇଛନ୍ତି ।

ଦୁଇ ଭାଇଙ୍କ ଚିତ୍କାର ଶୁଣି ଦମକଳ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ତୁରନ୍ତ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାମରେ ଲାଗିଥିଲେ । ତେବେ ସେତେବେଳକୁ ଉଭୟଙ୍କ ଜୀବନ ଦୀପ ଲିଭି ସାରିଥିଲା । ହରଭଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସ୍ତବ୍ଧ ହୋଇଯାଇଛି ବୌଦ୍ଧ ।