ଆପଣଙ୍କର ସ୍ମାର୍ଟ ହୋମ୍ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ୭ ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
Advertisement

ଆପଣଙ୍କର ସ୍ମାର୍ଟ ହୋମ୍ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ୭ ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଆପଣ ବ୍ୟବହାର କରୁଥିବା ଡିଭାଇସ ଗୁଡ଼ିକର ସୁରକ୍ଷା ପାଇଁ ଆମେ ନିମ୍ନରେ ୭ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଛୁ । ଯାହା ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ନିଶ୍ଚୟ ।

ଆପଣଙ୍କର ସ୍ମାର୍ଟ ହୋମ୍ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ୭ ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ନୂଆଦିଲ୍ଲୀ: ​​ଏବେ ସ୍ମାର୍ଟ ଡିଭାଇସ୍ ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟି ଯାଇଛି । ଏହି ସ୍ମାର୍ଟ ଡିଭାଇସ ତାଲିକା ବହୁତ ଲମ୍ବା । ଏପରିକି ସମାଜର ଉଚ୍ଚବର୍ଗଠାରୁ ଆରମ୍ଭ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ କିଛିନାକିଛି ସ୍ମାର୍ଟ ଡିଭାଇସ ବ୍ୟବହାର କରୁଛନ୍ତି । ସ୍ମାର୍ଟ ମୋବାଇଲର ସର୍ବାଧିକ ବ୍ୟବହାର ହେଉଥିବାବେଳେ ସ୍ମାର୍ଟ ସ୍ପିକର, ଡୋରବେଲ୍ , ସ୍ମାର୍ଟ ୱାଚ, ସ୍ମାର୍ଟ ଏସି, ସ୍ମାର୍ଟ ଟିଭି ଆଦି ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ୟାମେରା,  ଡୋରବେଲ୍, ଗିଜର, ଏସି ଏବଂ ଅନ୍ୟାନ୍ୟ ଉପକରଣ ଗୁଡ଼ିକ ବ୍ଲୁଟୁଥ ମାଧ୍ୟମରେ ମୋବାଇଲ୍ ଫୋନ୍ ସହିତ ସିଧାସଳଖ ସଂଯୋଗ ହୋଇପାରୁଛି ।

ଆଧୁନିକ ଗ୍ୟାଜେଟ ଗୁଡିକ ଆମକୁ ଅନେକ ସୁବିଧା ପ୍ରଦାନ କରୁଥିବାବେଳେ, ଉପଭୋକ୍ତା ସତର୍କ ନରହିଲେ ହ୍ୟାକର୍ସ ମାନେ ଖୁବ ସହଜରେ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଆଶଙ୍କା ରହିଛି । କିଛି ସାଧାରଣ ଚେକପଏଣ୍ଟରେ ସୁରକ୍ଷାକୁ ନେଇ ସତର୍କ ରହିପାରିଲେ ସ୍ମାର୍ଟ ଉପକରଣଗୁଡ଼ିକ ସୁରକ୍ଷିତ ରହିବା ସହିତ ଆମେମାନେ ମଧ୍ୟ ତଥ୍ୟ ଚୋରି ଆଶଙ୍କାରୁ ନିରାପଦ ରହିପାରିବା ।

ଆପଣ ବ୍ୟବହାର କରୁଥିବା ଡିଭାଇସ ଗୁଡ଼ିକର ସୁରକ୍ଷା ପାଇଁ ଆମେ ନିମ୍ନରେ ୭ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଛୁ । ଯାହା ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ନିଶ୍ଚୟ ।

୧- ଅପଡେଟ ସପ୍ଟୱେର (Update software)
ପ୍ରାୟ ପ୍ରତ୍ୟେକ ସ୍ମାର୍ଟ ଡିଭାଇସ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିୟମିତ୍ତ ଅବଧିରେ ସପ୍ଟୱେର ଅପଡେଟ । ଫୋନ, ଲାପଟପର ନିଜସ୍ୱ ସପ୍ଟୱେର ସହିତ ପ୍ରତିଟି ଡିଭାଇସ ପାଇଁ ପ୍ରଜୁଯ୍ୟ ସପ୍ଟୱେରର ମଧ୍ୟ ଅପଡେଟ କରିବା ଜରୁରୀ । ଏହାଦ୍ୱାରା ହ୍ୟାଙ୍ଗ ଓ ସିଷ୍ଟମ ସ୍ଲୋ, ବଗ ଫିକ୍ସ, ଭାଇରସ ଥ୍ରେଡ ଆଦି ସମସ୍ୟାର ସମାଧାନ ହୋଇଯାଇଥାଏ।  

୨-ରାଉଟର ଏନକ୍ରିପସନ (Router encryption)
କୌଣସି ସ୍ମାର୍ଟ ଡିଭାଇସ ବ୍ୟବହାର ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ରାଉଟର ସର୍ବୋଚ୍ଚ ସ୍ତରର ଏନକ୍ରିପସନ୍ ବ୍ୟବହାର କରୁଛି । ଆପଣଙ୍କର ତଥ୍ୟକୁ ସୁରକ୍ଷିତ ରଖିବାରେ ଏହା ସାହାଯ୍ୟ କରିଥାଏ । ଏକଥା ଧ୍ୟାନ ରଖିବାକୁ ପଡ଼ିବ ଯେ କୌଣସି ଆଭ୍ୟନ୍ତରୀଣ ୱାଇ-ଫାଇ କେବୁଲ କିମ୍ବା ପାୱାର ଲାଇନ ହୋମ ନେଟୱାର୍କ ମଧ୍ୟ ଏନକ୍ରିପସନକୁ ସମର୍ଥନ କରେ ।  ଏହା କେବଳ ଆପଣଙ୍କ ରାଉଟର ନୁହେଁ ସ୍ମାର୍ଟ ଡିଭାଇସ୍ ପାଇଁ ଅତିରିକ୍ତ ସୁରକ୍ଷା ମଧ୍ୟ ଯୋଗାଇବ ।

୩- ରାଉଟରରେ ଡିଫଲ୍ଟ ପାସୱାର୍ଡ ପରିବର୍ତ୍ତନ ( Change the default password)
ରାଉଟରରେ ପାସୱାର୍ଡ ଓ ୱାଇ-ଫାଇ ପାସୱାର୍ଡ ଭିନ୍ନ ଭିନ୍ନ ରଖିବା ସୁରକ୍ଷିତ ଉପାୟ । ଅନେକ ସମୟରେ ସୁବିଧାରେ ଇନଷ୍ଟଲ୍ ହେବା ପାଇଁ ଓ ସହଜ ସେଟ୍ ଅପ୍ ପାଇଁ ଅନୁମତି ଦେବା ପାଇଁ ରାଉଟରକୁ ଏକ ସରଳ ଡିଫଲ୍ଟ ପାସୱାର୍ଡ ଦିଆଯାଏ, ଯାହା ପରେ ବିପଦ ସୃଷ୍ଟି କରଥାଏ । ଏହା ଫଳରେ ହ୍ୟାକର୍ସମାନେ ଆନୁମାନିକ ଭାବେ ପାସୱାର୍ଡ ଜାଣି ପାରନ୍ତି । କାରଣ ଆମେ ବ୍ୟବହାର କରୁଥିବା ବିଭିନ୍ନ ଅନଲାଇନ ଆପ୍ଲିକେସନରେ ଉପଲବ୍ଧ ଥିବା ଅନେକ ତଥ୍ୟ ସାଧାରଣ ୱେବ ତାଲିକାରେ ଉବଲବ୍ଧ ରହିଥାଏ ।  ତେଣୁ ନିଶ୍ଚିତଭାବେ ପାସୱାର୍ଡକୁ ଷ୍ଟ୍ରଙ୍ଗ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

୪- ନୋ ସେୟାରିଂ ୱାଇ-ଫାଇ ନେଟୱର୍କ (Set up a standalone Wi-Fi network, no sharing)

ବ୍ୟକ୍ତିଗତ ବ୍ୟବହାର ପାଇଁ ସ୍ୱତନ୍ତ୍ର ୱାଇ-ଫାଇ ନେଟୱର୍କ ସେଟ୍ ଅପ୍ କରନ୍ତୁ । ୱାଇ-ଫାଇ ସେୟାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ନେଟୱର୍କ ସେୟାର କରିବା ଦ୍ୱାରା ଅଧିକାଂଶ ରାଉଟର ଆପଣଙ୍କୁ ଆପଣଙ୍କର ସ୍ମାର୍ଟ ହୋମ୍ ଡିଭାଇସ୍ ପାଇଁ ଏକ ପୃଥକ ନେଟୱାର୍କ ସୃଷ୍ଟି କରିବାକୁ ଅନୁମତି ଦେଇଥାଏ । ତେଣୁ ଅତିରିକ୍ତ ସୁରକ୍ଷା ପାଇଁ ଗେଷ୍ଟ ସେଟିଂ କରନ୍ତୁ । ଏହାର ଅର୍ଥ ଗେଷ୍ଟ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣଙ୍କ ୱାଇ-ଫାଇ ନେଟୱାର୍କରେ 'ଅତିଥି ସେଟିଂ' କରନ୍ତୁ ।

୫- ନୋ ପର୍ସନାଲ ପାସୱାର୍ଡ (No personal passwords)
ସ୍ମାର୍ଟ ଡିଭାଇସ ବ୍ୟବହାର କରୁଥିଲେ କୌଣସି ସର୍ପନାଲ ତଥ୍ୟ ଭିତ୍ତିକ ପାସୱାର୍ଡ ଦିଅନ୍ତୁ ନାହିଁ । ପାସୱାର୍ଡ ତିଆରି କରିବା ସମୟରେ ନିଶ୍ଚିତ କରନ୍ତୁ ଯେ ଆବଶ୍ୟକତା ଅନୁଯାୟୀ ଏହା ଜଟିଳ ପାସୱାର୍ଡ । ଯଦି ଆପଣ ଜଟିଳ ପାସୱାର୍ଡଗୁଡ଼ିକୁ ମନେ ରଖିବା କଷ୍ଟକର ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ସ୍ମାର୍ଟ ଡିଭାଇସଗୁଡ଼ିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବାକୁ ପାସୱାର୍ଡ ମ୍ୟାନେଜର୍ ବ୍ୟବହାର କରନ୍ତୁ ।

୬- ଡବଲ୍ ପ୍ରାମାଣିକରଣ ( Double authentication/2FA)
ସ୍ମାର୍ଡ ସିଭାଇସ ବ୍ୟବହାର କରୁଥିବାରୁ ଡବଲ୍ ପ୍ରାମାଣିକରଣ ବା 2FA ବ୍ୟବହାର ଜରୁରୀ । ବିଭିନ୍ନ ସ୍ମାର୍ଟ ଡିଭାଇସ ପାଇଁ ଏହାର ଭିନ୍ନ ଭିନ୍ନ ନାମ ରହିଥାଏ । ଯେପରିକି 2 ଷ୍ଟେପ ଭେରିଫିକେସନ, ଡବଲ ଫ୍ୟାକ୍ଟର ସେଟିଂ କିମ୍ବା ଡବଲ ଅଥେଣ୍ଟିକେସନ । ଏହି ସେଟିଂ ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ ।

୭- ସେଟ-ଅପ ଆଣ୍ଟି ମାଲ-ୱେର( anti-malware)
ସ୍ମାର୍ଟ ଡିଭାଇସ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଆଣ୍ଟି ମାଲୱେର ଟେକନୋଲୋଜି ବ୍ୟବହାର କରନ୍ତୁ । ବ୍ୟକ୍ତିଗତ ୱାଇ-ଫାଇ ଉପରେ ନିର୍ଭର କରୁଥିବାବେଳେ ସମସ୍ତ ଉପକରଣଗୁଡ଼ିକ ସୁରକ୍ଷିତ ରହିବା ପାଇଁ ଅତ୍ୟାଧୁନିକ ଆଣ୍ଟି-ମାଲୱେର୍ ଟେକ୍ନୋଲୋଜିକୁ ବ୍ୟବହାର କରିବାକୁ ପଡ଼ିବ ।  ଯାହାଦ୍ୱାରା ଆପଣ ଆପଣଙ୍କର ସ୍ମାର୍ଟ ଡିଭାଇସ୍ ପ୍ରତି ବିପଦକୁ ହ୍ରାସ କରିପାରିବେ ।