'ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲେନି ସତ କିନ୍ତୁ ଦୁହେଁ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିବା'
Advertisement

'ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲେନି ସତ କିନ୍ତୁ ଦୁହେଁ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିବା'

ସବୁ ବାଦ-ବିବାଦ ଓ କୋର୍ଟ କଚେରୀ ସତ୍ତ୍ୱେ ମଧ୍ୟ ଅନୁଭବ ମହାନ୍ତି ଶନିବାର ଦିନ ନିଜ ପତ୍ନୀ ବର୍ଷାଙ୍କୁ ତାଙ୍କ ଜନ୍ମ ଦିନ ପାଇଁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି । 

 

'ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲେନି ସତ କିନ୍ତୁ ଦୁହେଁ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିବା'

ଭୁବନେଶ୍ୱର: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଆଜି ନିଜର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଓଲିଉଡ଼ କୁଇନ୍ କୁହାଯାଉଥିବା ବର୍ଷା ପ୍ରିୟଦର୍ଶିନୀ ୧୯୮୪ ମସିହା ଅଗଷ୍ଟ ୭ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ (Cuttack) ଜନ୍ମ ଗ୍ରହଣ କରିଥିଲେ । ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ମିଳୁଛି । ଏହି କ୍ରମରେ ତାଙ୍କ ସ୍ୱାମୀ ସ୍ୱାମୀ ଅନୁଭବ ମହାନ୍ତି (Anubhav Mohanty) ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କୁ ସୁଭେଚ୍ଛା ଜଣାଇଛନ୍ତି । 

ବିଗତ ବର୍ଷରେ ବର୍ଷା ଓ ଅନୁଭବଙ୍କୁ ଓଲିଉଡ଼ର ସର୍ବଶ୍ରେଷ୍ଠ ଯୋଡି଼ ସମେତ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ସମୟ ସହ ଏହି ଯୋଡି ମଧ୍ୟ ପରସ୍ପରକୁ ଭଲପାଇ ବିବାହ କରିଥିଲେ । ଏହା ପରେ ସବୁ କିଛି ଠିକ ଥିଲା ବୋଲି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରୁଥିଲେ । କିନ୍ତୁ ସମୟର ଚକ୍ର ଆଜି ଓଲଟି ପଡିବା ପରି ମନେ ହେଉଛି । କାରଣ ଦୁହିଁଙ୍କର ପାରିବାରିକ ବିବାଦ ଏବେ କୋର୍ଟରେ ପହଞ୍ଚିଛି । ଖବର ଅନୁସାରେ ଅନୁଭବ ମହାନ୍ତି କିଛି ଦିନ ପୂର୍ବରୁ ବର୍ଷାଙ୍କୁ ଛାଡପତ୍ର ଦେବାପାଇଁ କୋର୍ଟରେ ଆବେଦନ କରିଛନ୍ତି । ଏହି ସବୁ ବାଦ-ବିବାଦ ଓ କୋର୍ଟ କଚେରୀ ସତ୍ତ୍ୱେ ମଧ୍ୟ ଅନୁଭବ ନିଜ ପତ୍ନୀ ବର୍ଷାଙ୍କୁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି । 

fallback

ଅଧିକ ପଢ଼ନ୍ତୁ: Tokyo Olympics: ଗୋଲ୍ଡ ଜିତିବା ପରେ ନୀରଜଙ୍କ ସହ କଥା ହେଲେ PM Modi, ଦେଖନ୍ତୁ Video

ଅନୁଭବ ଟ୍ୱିଟରେ ଲେଖିଛନ୍ତି, "ଆମେ ଦୁହେଁ ଭଲ ସ୍ୱାମୀ-ସ୍ତ୍ରୀ ହୋଇପାରିଲେନି ସତ କିନ୍ତୁ ଉଭୟେ ଚିର ଦିନ ପାଇଁ ଉତ୍ତମ ବନ୍ଧୁ ହୋଇ ରହିପାରିବା! ମୋର ପରିବାର, ଶୁଭେଚ୍ଛୁ, ସମର୍ଥକଙ୍କ ପକ୍ଷରୁ ଆପଣଙ୍କୁ ଜନ୍ମଦିନ ଅବସରେ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ମିଳୁ । ଜୟ ଜଗନ୍ନାଥ ।"