ଦ୍ୱିତୀୟ ଲହରର ପ୍ରଭାବରୁ ଶୀଘ୍ର ମୁକୁଳିବ ଦେଶର ଅର୍ଥନୀତି, ଲକଡାଉନର ପ୍ରଭାବ ସୀମିତ: ସର୍ଭେ
Advertisement

ଦ୍ୱିତୀୟ ଲହରର ପ୍ରଭାବରୁ ଶୀଘ୍ର ମୁକୁଳିବ ଦେଶର ଅର୍ଥନୀତି, ଲକଡାଉନର ପ୍ରଭାବ ସୀମିତ: ସର୍ଭେ

କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ ଦ୍ୱିତୀୟ ଲହର ସମୟରେ ଲକଡାଉନ୍ ମୁଖ୍ୟତଃ ସାମାଜିକ ଘଟଣା କିମ୍ବା ଅତ୍ୟଧିକ ଭିଡ଼କୁ ସୀମିତ ରଖିବା ପାଇଁ ଲାଗୁ କରାଯାଇଥିଲା ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି କୋଭିଡ-୧୯ ର ଦ୍ୱିତୀୟ ଲହରର (Corona second wave) ପ୍ରଭାବରୁ ଶୀଘ୍ର ମୁକୁଳିବ ହେବ ବୋଲି ଆଶା କରାଯାଉଛି । କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଦ୍ୱାରା କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ ଦ୍ୱିତୀୟ ଲହର ସମୟରେ ଲକଡାଉନ୍ (Lockdown) ମୁଖ୍ୟତଃ ସାମାଜିକ ସମାବେଶ କିମ୍ବା ଅତ୍ୟଧିକ ଭିଡ଼କୁ ସୀମିତ ରଖିବା ପାଇଁ ଲାଗୁ କରାଯାଇଥିଲା । ଆର୍ଥିକ କାର୍ଯ୍ୟକଳାପ (Financial activities) ଏଗୁଡିକ ଦ୍ୱାରା ଅଧିକ ପ୍ରଭାବିତ ହୋଇନଥିଲା ।

ସର୍ବେକ୍ଷଣ କରାଯାଇଥିବା ପ୍ରାୟ ୬୦% ସିଇଓ କହିଛନ୍ତି ଯେ ମହାମାରୀର ପ୍ରଥମ ଲହର ଅପେକ୍ଷା ସେମାନଙ୍କ କମ୍ପାନୀର ବିକ୍ରୟ ରିକଭରୀ ଦ୍ରୁତ ହେବ । ଏହି ସର୍ଭେରୁ ଜଣାପଡିଛି ଯେ ଦ୍ୱିତୀୟ ଲହର ପ୍ରଭାବରୁ ଅର୍ଥନୀତି ଶୀଘ୍ର ରିକଭରୀ ହୋଇଯିବ । ଦ୍ୱିତୀୟ ଲହର (Corona second wave) ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ଅଧିକ ପ୍ରଭାବିତ ହୋଇନଥିଲା, କାରଣ ଏହି ସମୟ ମଧ୍ୟରେ ଲକଡାଉନକୁ  ଭିଡ଼କୁ ସୀମିତ ରଖିବା ପାଇଁ ଲାଗୁ କରାଯାଇଥିଲା । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଲକଡାଉନ ଅର୍ଥନୀତିର ଅଭିବୃଦ୍ଧି (Economic growth) ଉପରେ ସୀମିତ ପ୍ରଭାବ ପକାଇବ ।

ଅଧିକ ପଢ଼ନ୍ତୁ: ବିଚିତ୍ର ଆଦେଶ, ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଦିଆଯିବ କଣ୍ଡୋମ

ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଦ୍ୱିତୀୟ ଲହରର ପ୍ରଭାବକୁ ହ୍ରାସ କରିବା ଓ ଗ୍ରାହକଙ୍କ ଭାବନାକୁ ମଜବୁତ କରିବା ପାଇଁ ଟିକାକରଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ବୋଲି ସର୍ବେକ୍ଷଣରେ କୁହାଯାଇଛି । ସର୍ବେକ୍ଷଣ କରାଯାଇଥିବା ୬୦% ସିଇଓ କହିଛନ୍ତି ଯେ ଦ୍ୱିତୀୟ ଲହର ସମୟରେ ସେମାନଙ୍କ କମ୍ପାନୀଗୁଡିକ ସେମାନଙ୍କର କାର୍ଯ୍ୟକଳାପକୁ ହ୍ରାସ କରିଛନ୍ତି ।

ଅଧିକ ପଢ଼ନ୍ତୁ: ସରକାର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଦେଉଛନ୍ତି ଚାକିରି? ଜାଣନ୍ତୁ ସତ୍ୟତା

ସର୍ଭେରେ ସାମିଲ କରାଯାଇଥିବା ୮୧ ପ୍ରତିଶତ ସିଇଓ କହିଛନ୍ତି ଯେ ଗତ ବର୍ଷର ସମାନ ଅବଧି ତୁଳନାରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଦ୍ୱିତୀୟ ଲହର ସେମାନଙ୍କ କ୍ଷେତ୍ରର ରପ୍ତାନି ଉପରେ ଅଧିକ ପ୍ରଭାବ ପକାଇବ ନାହିଁ । ସର୍ଭେରେ କୁହାଯାଇଛି ଯେ ବଡ଼ ପ୍ରୋତ୍ସାହନ ଓ ଟିକାକରଣର ଦ୍ରୁତ ଗତି ଯୋଗୁଁ ବିଶ୍ୱ ସ୍ତରରେ ଚାହିଦା ପରିସ୍ଥିତି ଭଲ ରହିଛି ।