WhatsApp ରେ ଡିଲିଟ୍ ହୋଇ ଯାଇଥିବା ମେସେଜ୍ ପଢ଼ିବା ପାଇଁ ଆପଣାନ୍ତୁ ଏହି Tricks
Advertisement

WhatsApp ରେ ଡିଲିଟ୍ ହୋଇ ଯାଇଥିବା ମେସେଜ୍ ପଢ଼ିବା ପାଇଁ ଆପଣାନ୍ତୁ ଏହି Tricks

ବେଳେବେଳେ ହ୍ବାଟସଆପ୍ ଚାଟ୍ ଗୁଡିକ ଭୁଲ୍ ବଶତଃ ଡିଲିଟ୍ ହୋଇଯାଏ । ଏପରି ପରିସ୍ଥିତିରେ ଏହାକୁ ରିକଭରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ କିଛି ସରଳ ଟ୍ରିକ୍ସ ଆପଣାଇ ପାରିବେ ।

 

ପ୍ରତୀକାତ୍ମକ ଛବି

WhatsApp Tricks: ହ୍ବାଟସଆପର ବ୍ୟବହାର ଆଜିକାଲି ବୃତ୍ତିଗତ ଜୀବନରେ ମଧ୍ୟ ବହୁ ମାତ୍ରାରେ ହେଉଛି । ଅନେକ ଲୋକ ଏହି ଆପ୍ ମାଧ୍ୟମରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ କରନ୍ତି । ବେଳେବେଳେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଗୁଡିକ ଭୁଲ୍ ବଶତଃ ଡିଲିଟ୍ (Delete) ହୋଇଯାଏ ଓ ଆପଣ ଏହାକୁ ବହୁତ ଆବଶ୍ୟକ କରନ୍ତି । ଏପରି ପରିସ୍ଥିତିରେ ହ୍ବାଟସଆପରେ (WhatsApp) କିଛି ସହଜ ଟ୍ରିକ୍ସ ଆପଣଙ୍କ ପାଇଁ ସହାୟକ ହୋଇପାରେ । ଏଗୁଡିକ ମାଧ୍ୟମରେ ଆପଣ ପୁନର୍ବାର ଡିଲିଟ୍ ହୋଇଥିବା ମେସେଜ୍ ଗୁଡିକ ରିକଭରୀ (Massage recovery) କରିପାରିବେ ।

କିପରି ହୋଇପାରିବ ରିକଭରୀ
ହ୍ବାଟସଆପରେ ଡିଲିଟ୍ (Delete) ହୋଇଥିବା ଚାଟ୍ କିମ୍ବା ମେସେଜ୍ ରିକଭରୀ (Massage recovery) ପାଇଁ ଦୁଇଟି ଉପାୟ ଅଛି । ପ୍ରଥମେ ଆପଣ ହ୍ବାଟସଆପର ଚାଟ୍ ବ୍ୟାକଅପ୍ (WhatsApp chat backup) ବ୍ୟବହାର କରିପାରିବେ । ଦ୍ୱିତୀୟତଃ ଆପଣ ତୃତୀୟ ପକ୍ଷ ଆପ୍ (Third party app) ଡାଉନଲୋଡ୍ କରିପାରିବେ ଯେଉଁଠାରୁ ଆପଣ ଡିଲିଟ୍ ହୋଇଥିବା ମେସେଜ୍ ରିକଭରୀ କରିପାରିବେ ।

ଅଧିକ ପଢ଼ନ୍ତୁ: ରାଜନୈତିକ ମୈଦାନର ଅପରାଜିତ ଯୋଦ୍ଧା ନନ୍ଦନୀ ଶତପଥୀ

Chat Backup ବ୍ୟବହାର କରନ୍ତୁ 
ହ୍ବାଟସଆପ୍ ଆପଣଙ୍କ ଚାଟର ବ୍ୟାକଅପ୍ ସେଭ କରିବାକୁ ଅନୁମତି ଦିଏ । ଯଦି ଆପଣ ଏହି ଫିଚର ଟର୍ନ୍ ଅନ୍ କରନ୍ତି, ତେବେ ଆପଣଙ୍କର ଚାଟ୍ ଡିଲିଟ୍ ହେବା ପରେ ମଧ୍ୟ ରିକଭରୀ ହୋଇପାରିବ । ଯଦିଓ ଏହାର କିଛି ସୀମା ଅଛି । ପ୍ରଥମେ ଆପଣଙ୍କୁ ଚାଟ୍ ବ୍ୟାକଅପର (Chat backup) ବିକଳ୍ପ ଟର୍ନ୍ ଅନ୍ କରିବାକୁ ପଡିବ । ଦ୍ୱିତୀୟତଃ ଏହା ମାଧ୍ୟମରେ ଆପଣ କେବଳ ଏକ ନିର୍ଦ୍ଦିଷ୍ଟ ସମୟର ଚାଟ୍ ରିକଭରୀ କରିପାରିବେ ।

ତୃତୀୟ ପକ୍ଷ ଆପ୍ ବ୍ୟବହାର କରିପାରିବେ 
ତୃତୀୟ ପକ୍ଷ ଆପ୍ଲିକେସନ୍ (Third party app) ମାଧ୍ୟମରେ ଆପଣ ବିଲୋପିତ ହ୍ୱାଟସ୍ ଆପ୍ ମେସେଜ ଗୁଡ଼ିକୁ ସହଜରେ ରିକଭରୀ କରିପାରିବ । ଗୁଗୁଲ୍ ପ୍ଲେ ଷ୍ଟୋରରେ (Google play store) ଏପରି ଅନେକ ଆପ୍ ଉପଲବ୍ଧ । ଆପଣ ସେହି ଆପଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବାଛିପାରିବେ । ଏହି ଆପ୍ସ ଇନଷ୍ଟଲ କରିବା ପରେ, ଆପଣ ସରଳ ପଦକ୍ଷେପଗୁଡିକ ଅନୁସରଣ କରି ଚାଟ୍ ରିକଭରୀ କରିପାରିବେ ।

ଅଧିକ ପଢ଼ନ୍ତୁ: ମାତା-ପିତା କୋରାନା ସଂକ୍ରମିତ ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି

ବିଶେଷଜ୍ଞମାନେ କ’ଣ ପରାମର୍ଶ ଦିଅନ୍ତି?
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆପଣ ହ୍ବାଟସଆପ୍ ପାଇଁ କୌଣସି ତୃତୀୟ ପକ୍ଷ ଆପ୍ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଆପଣଙ୍କ ଗୋପନୀୟତାକୁ ବିପଦରେ ପକାଇପାରେ । ଆପଣଙ୍କ ତଥ୍ୟ ତୃତୀୟ ପକ୍ଷ ଆପ୍ ପାଇଁ ମଧ୍ୟ ଅସୁରକ୍ଷିତ ଅଟେ । ଏପରି ପରିସ୍ଥିତିରେ ଆପଣ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଚାଟ୍ଗୁଡ଼ିକୁ ଇମେଲକୁ ଟ୍ରାନ୍ସଫର କରି ସେଭ୍ କରିପାରିବ । ଯାହାଫଳରେ ଆପଣଙ୍କୁ ତୃତୀୟ ପକ୍ଷ ଆପ୍ ବ୍ୟବହାର କରିବାକୁ ପଡିବ ନାହିଁ ।