SBI ଗ୍ରାହକଙ୍କ ପାଇଁ ଭଲ ଖବର! ଘରେ ବସି ବାତିଲ୍ କରିପାରିବେ ଚେକ୍ ପେମେଣ୍ଟ, ଜାଣନ୍ତୁ Process

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India) ନିଜ ଗ୍ରାହକଙ୍କୁ ଏକ ନୂତନ ସୁବିଧା ଦେଇଛି । SBI ନିଜର ଅନଲାଇନ୍ ବ୍ୟାଙ୍କିଂକୁ ଅପଡେଟ ସହିତ ସହଜ କରିଛି । ବର୍ତ୍ତମାନ ଏସବିଆଇ (SBI) ଗ୍ରାହକମାନେ ଘରେ ବସି ଚେକ୍ ପେମେଣ୍ଟ (Check payments) ବାତିଲ କରିପାରିବେ । ଜାଣନ୍ତୁ ପ୍ରୋସେସ .. ଇଣ୍ଟରନେଟ୍ ବ

SBI ଗ୍ରାହକଙ୍କ ପାଇଁ ଭଲ ଖବର! ଘରେ ବସି ବାତିଲ୍ କରିପାରିବେ ଚେକ୍ ପେମେଣ୍ଟ, ଜାଣନ୍ତୁ Process
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India) ନିଜ ଗ୍ରାହକଙ୍କୁ ଏକ ନୂତନ ସୁବିଧା ଦେଇଛି । SBI ନିଜର ଅନଲାଇନ୍ ବ୍ୟାଙ୍କିଂକୁ ଅପଡେଟ ସହିତ ସହଜ କରିଛି । ବର୍ତ୍ତମାନ ଏସବିଆଇ (SBI) ଗ୍ରାହକମାନେ ଘରେ ବସି ଚେକ୍ ପେମେଣ୍ଟ (Check payments) ବାତିଲ କରିପାରିବେ । ଜାଣନ୍ତୁ ପ୍ରୋସେସ ..

ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ଏହିପରି ବାତିଲ୍ କରିପାରିବେ ଚେକ୍ ପେମେଣ୍ଟ 

  1. Onlinesbi.com ରେ ଲଗ୍ଇନ୍ କରନ୍ତୁ ।
  2. e-Service ବିଭାଗରେ କ୍ଲିକ୍ କରି Stop Cheque Payment ଅପ୍ସନକୁ ଯାଆନ୍ତୁ ।
  3. ସେହି ଆକାଉଣ୍ଟ୍ ନମ୍ବର ଚୟନ କରନ୍ତୁ ଯାହାକୁ ଆପଣ ଚେକ୍ ଇସୁ କରିଛନ୍ତି ।
  4. ଟାଇପ୍ ଅଫ୍ ଚେକ୍ ଅପ୍ସନ୍ ସିଲେକ୍ଟ କରନ୍ତୁ ।
  5. Stop Reason କୁ ଯାଆନ୍ତୁ ଓ ଯେଉଁ କାରଣରୁ ଆପଣ ପେମେଣ୍ଟ ବାତିଲ୍ କରିବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ୍ କରନ୍ତୁ ।
  6. SBI ର ଏହି ସେବା ମାଗଣା ନୁହେଁ । ବ୍ୟାଙ୍କ ଏହାର ଚାର୍ଜ କାଟିବ ଯାହା ସେବା ନିଶ୍ଚିତ ହେବା ମାତ୍ରେ ଆକାଉଣ୍ଟରୁ କଟାଯିବ ।
  7. Submit ଉପରେ କ୍ଲିକ୍ କରିବା ପରେ, ସବିଶେଷ ତଥ୍ୟକୁ ପୁଣି ଥରେ ଯାଞ୍ଚ କରନ୍ତୁ । ଏହା ପରେ କନଫର୍ମ କରନ୍ତୁ ।
  8. ପୂରା ପ୍ରକ୍ରିୟା ସଫଳ ହେବା ପରେ,ଆପଣଙ୍କ ସ୍କ୍ରିନରେ ଏକ ମେସେଜ୍ ଦେଖାଯିବ । ଏଠାରେ ଆପଣ ସମସ୍ତ ବିବରଣୀ ପାଇବେ ।

ଅଧିକ ପଢ଼ନ୍ତୁ: M-Yoga app ବିଷୟରେ କିଛି ଅଜଣା କଥା, ଯାହା ଜାଣିବା ଜରୁରୀ

ୟୋନୋ ବ୍ୟାଙ୍କ ମାଧ୍ୟମରେ ମଧ୍ୟ ବନ୍ଦ ହୋଇପାରିବ ପେମେଣ୍ଟ

  • SBI Yono ଆପକୁ ଲଗ୍ଇନ୍ କରନ୍ତୁ ।
  • Request ବିକଳ୍ପ କ୍ଲିକ୍ କରି Cheque Book କୁ ଯାଆନ୍ତୁ । Stop Cheque ଚୟନ କରନ୍ତୁ ।
  • ସେହି ଆକାଉଣ୍ଟ୍ ନମ୍ବର ଚୟନ କରନ୍ତୁ ।
  • ଚେକ୍ ନମ୍ବରର ଆରମ୍ଭ ଓ ଶେଷ ଚାରି ଅଙ୍କ ଏଣ୍ଟ୍ରି କରନ୍ତୁ ।
  • ଯେଉଁ କାରଣରୁ ଚେକ୍ ପେମେଣ୍ଟ ବାତିଲ୍ କରୁଛନ୍ତି ତାହାର କାରଣ ଲେଖନ୍ତୁ ।
  • ଏହାପରେ Submit ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ଆସିବ, ଏହାକୁ ଏଣ୍ଟ୍ରି କରିବା ପରେ ପେମେଣ୍ଟ ବାତିଲ୍ ହୋଇଯିବ ।

ଅଧିକ ପଢ଼ନ୍ତୁ: Dance Teacher ହେଲେ ରାକ୍ଷୀ ସାୱନ୍ତ! ରାସ୍ତା ମଝିରେ ଅଟୋ ଡ୍ରାଇଭରଙ୍କୁ ଶିଖାଇଲେ Steps, ଦେଖନ୍ତୁ Video

ଯଦି ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇ ଚେକ୍ ପେମେଣ୍ଟ ବାତିଲ୍ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏହାର କାରଣ ଦର୍ଶାଇ ଏକ ଚିଠି ଦେବାକୁ ପଡିବ ।