Hero ଓ Honda ଲଞ୍ଚ୍ କରିବେ ଏହି ବାଇକ୍: ପେଟ୍ରୋଲ ମୁକାବିଲାରେ ୫ ଗୁଣା କମ ହେବ ଖର୍ଚ୍ଚ
Advertisement

Hero ଓ Honda ଲଞ୍ଚ୍ କରିବେ ଏହି ବାଇକ୍: ପେଟ୍ରୋଲ ମୁକାବିଲାରେ ୫ ଗୁଣା କମ ହେବ ଖର୍ଚ୍ଚ

ତାଇୱାନ-ଆଧାରିତ Gogoro ବ୍ୟାଟେରୀ-ଅଦଳବଦଳ ଏବଂ ସ୍ମାର୍ଟ ମୋବିଲିଟି ସମାଧାନର ଏକ ପ୍ରଦାନକାରୀ । ହିରୋ  ବି electric ବା ବୈଦ୍ୟୁତିକ ଦୁଇ ଚକିଆ ଯାନ ତିଆରି କରିବ ଏବଂ Gogoro ସେମାନଙ୍କ ପାଇଁ ବ୍ୟାଟେରୀ ସ୍ୱାପିଂ ର ଏକ ନେଟୱାର୍କ ସ୍ଥାପନ କରିବ।

Hero ଓ Honda ଲଞ୍ଚ୍ କରିବେ ଏହି ବାଇକ୍: ପେଟ୍ରୋଲ ମୁକାବିଲାରେ ୫ ଗୁଣା କମ ହେବ ଖର୍ଚ୍ଚ

ନୂଆଦିଲ୍ଲୀ:  Upcoming Electric Scooters: ଏବେ ସାରାଦେଶରେ କୋରୋନା ମହାମାରୀ ସହ ଜନସାଧାରଣଙ୍କ ଟେନସନ ବଢାଇଛି ପେଟ୍ରୋଲ ଓ ଡିଜେଲ ଦର । ଯେତେବେଳେ ପେଟ୍ରୋଲ ଦାମ ୧୦୦ ଟଙ୍କା ରେ ପହଞ୍ଚିସାରିଛି ସେତେବେଳେ ଗାଡ଼ି ନେଇ ବାହାରକୁ ଯିବାକୁ ଶହେଥର ଭାବିବାକୁ ପଡ଼ୁଛି । ତେବେ ଏହି ସମୟରେ ସ୍କୁଟର କମ୍ପାନୀ ମାନେ ବେଶି ଫୋକସ୍ ଇଲେକ୍ଟ୍ରିକ୍ ବାଇକ୍ ଉପରେ ରଖିଛନ୍ତି । ଯାହାର ଇନ୍ଧନର ଖର୍ଚ୍ଚ ପେଟ୍ରୋଲର ମୁକାବିଲା ନୁହେଁ ତା ସହ ବରାବର ବୋଲି କୁହାଯାଉଛି ।

କିଛିଦିନ ପୂର୍ବେ Hero MotoCorp ଓ Gogoro ମିଳିତ ଭାବେ ଏକ ପାର୍ଟନରସିପର ଘୋଷଣା କରିଥିଲେ । ଯେଉଁ କ୍ରମରେ ସେ ନିଜର ପ୍ରଥମ Electric Scooter ଆର୍ଥିକ ବର୍ଷ ୨୦୨୨ ମଧ୍ୟମା ବେଳକୁ ମାର୍କେଟକୁ ଲଞ୍ଚ କରିପାରେ । ମିଡିଆ ରିପୋର୍ଟ ଅନୁସାରେ,  Electric Scooter ନାଁ Viva ରଖାଯିବା ନେଇ ସୂଚନା ଦିଆଯାଇଛି । ତାଇୱାନ-ଆଧାରିତ Gogoro ବ୍ୟାଟେରୀ-ଅଦଳବଦଳ ଏବଂ ସ୍ମାର୍ଟ ମୋବିଲିଟି ସମାଧାନର ଏକ ପ୍ରଦାନକାରୀ । ହିରୋ  ବି electric ବା ବୈଦ୍ୟୁତିକ ଦୁଇ ଚକିଆ ଯାନ ତିଆରି କରିବ ଏବଂ Gogoro ସେମାନଙ୍କ ପାଇଁ ବ୍ୟାଟେରୀ ସ୍ୱାପିଂ ର ଏକ ନେଟୱାର୍କ ସ୍ଥାପନ କରିବ। ଏହା ଦ୍ୱାରା ଗ୍ରାହକମାନେ Gogoro ନେଟୱାର୍କରୁ ବ୍ୟାଟେରୀ ଅଦଳବଦଳ କରିବାକୁ ଏକ ପ୍ଲାଟଫର୍ମ ପାଇପାରିବେ। 

Also Read: SBI ଗ୍ରାହକଙ୍କ ପାଇଁ ଭଲ ଖବର! ଘରେ ବସି ବାତିଲ୍ କରିପାରିବେ ଚେକ୍ ପେମେଣ୍ଟ, ଜାଣନ୍ତୁ Process

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, Gogoro ଭିଭା ନାମର ଟ୍ରେଡ୍ ମାର୍କ କରିସାରିଛି ଏବଂ ଭାରତ ପାଇଁ ଏହାର ପେଟେଣ୍ଟ ମଧ୍ୟ ପାଇଛନ୍ତି। Gogoro ଭିଭା ସିଟ୍ ତଳେ ଏକ ବ୍ୟାଟେରୀ ପ୍ୟାକ୍ ସହିତ ଆସିବ, ଯାହା ଡିସଚାର୍ଜ ପରେ ତୁରନ୍ତ ଅନ୍ୟ ବ୍ୟାଟେରୀ ସହିତ ବଦଳାଇ ଅନ୍ୟ ଏକ ବ୍ୟାଟେରୀ ଲଗାଯାଇପାରିବ । ତେବେ ଏହି ବାଇକ୍ ମାଇଲେଜ୍ ୮୫ କିଲୋମିଟର ହେବ ବୋଲି ଦାବି କରାଯାଉଛି।

Also Read: ପବନ ଦ୍ୱାରା ଚାର୍ଜ ହେବ ସ୍ମାର୍ଟଫୋନ୍! Xiaomi ଆଣୁଛି ଏହି ନୂଆ ଟେକ୍ନୋଲୋଜି

Hero Motocorp ବ୍ୟତୀତ ଜାପାନର ଅଟୋ କମ୍ପାନୀ ହୋଣ୍ଡା ମଧ୍ୟ ଶୀଘ୍ର ଏକ  electric ସ୍କୁଟର ଆଣିପାରେ । ହୋଣ୍ଡା ମଧ୍ୟ ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର Benly-E ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି। ୨୦୧୯ ରେ, ହୋଣ୍ଡା ପ୍ରଥମ ଥର ପାଇଁ ଏହାର Benly-E ଇଲେକ୍ଟ୍ରିକ୍ ସ୍କୁଟର ସିରିଜ୍ ଉପସ୍ଥାପନ କଲା । ବର୍ତ୍ତମାନ ଏହି ସ୍କୁଟରକୁ ଅଟୋମୋବାଇଲ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ARAI) ଦ୍ୱାରା ପରୀକ୍ଷା କରାଯାଇଥିବା ଦେଖିବାକୁ ମିଳିଛି | ତେଣୁ ଏହାର ଉନ୍ମୋଚନ ଶୀଘ୍ର କରାଯାଇପାରିବ ବୋଲି କଳ୍ପନାଜଳ୍ପନା ଚାଲିଛି। ଯଦିଓ ଏହା ବିଷୟରେ କୌଣସି ଅଧିକାରୀକ ଭାବେ ସୂଚନା ଦିଆଯାଇନାହିଁ। 

Also Read: ଭଲ ଖବର! କେନ୍ଦ୍ର ସରକାର ଏହି ମାସରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ୪୦୦୦ ଟଙ୍କା

କୌଣସି ବି electric ସ୍କୁଟର ବା ବାଇକ ପ୍ରକୃତରେ 3.5 kw ଓ 4 kw କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଥାଏ । ଏହାକୁ ଫୁଲ୍ ଚାର୍ଜ କରିବାକୁ ହେଲେ ୩ ରୁ ୪ ୟୁନିଟ ଯାଏଁ ବିଜୁଳି ଖର୍ଚ୍ଚ ହୋଇଥାଏ । ତେବେ ନିଜ ସହରରେ ବିଜୁଳି ଦର କେତେ ଅଛି ସେ ହିସାବରେ ଫୁଲ ଚାର୍ଜ କରିବାକୁ ହେଲେ ସେତିକି ଟଙ୍କା ଦେବାକୁ ପଡ଼ିବ।