ଖୁବ୍ ଶୀଘ୍ର ବିକ୍ରି ହେବ ଏକ ସରକାରୀ ବ୍ୟାଙ୍କ, ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ସରକାର
Advertisement

ଖୁବ୍ ଶୀଘ୍ର ବିକ୍ରି ହେବ ଏକ ସରକାରୀ ବ୍ୟାଙ୍କ, ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ସରକାର

Privatization: ସରକାର ସେପ୍ଟେମ୍ବର ସୁଦ୍ଧା ଅତି କମରେ ଗୋଟିଏ ବ୍ୟାଙ୍କର ଘରୋଇକରଣ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସାଙ୍କେତିକ ଛବି

Bank Privatization : ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟରେ ସଂଶୋଧନ କରି PSU ବ୍ୟାଙ୍କଗୁଡିକରେ (PSBs) ବିଦେଶୀ ମାଲିକାନା ଉପରେ 20% କ୍ୟାପ୍ ହଟାଇବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । ଦୁଇ ସରକାରୀ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତ ସହିତ ଏହି ସୂଚନା ଦେଇଛନ୍ତି ।

ଯଦିଓ ସଂସଦର ଚାଲୁଥିବା ବଜେଟ୍ ଅଧିବେଶନରେ ସଂଶୋଧନ ଆଣିବାକୁ ଉଦ୍ୟମ ଚାଲିଥିବାବେଳେ ପରିବର୍ତ୍ତନ ପାଇଁ କ୍ୟାବିନେଟ୍ ଅନୁମୋଦନ କିଛି ସମୟ ନେଇପାରେ । ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ସଂଶୋଧନ ହୋଇପାରେ ବୋଲି ଏକ ସମ୍ଭାବନା ଅଛି । ସୂତ୍ର ଅନୁଯାୟୀ ସରକାର ସେପ୍ଟେମ୍ବର ସୁଦ୍ଧା ଅତି କମରେ ଗୋଟିଏ ବ୍ୟାଙ୍କର ଘରୋଇକରଣ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସୂଚନାନୁସାରେ, ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ଉପରେ କାର୍ଯ୍ୟ ଚାଲିଛି । ମୋଡାଲିଟି ସ୍ଥିର କରିବାକୁ ଆନ୍ତଃ-ମନ୍ତ୍ରାଳୟ ପରାମର୍ଶ ଶେଷ ପର୍ଯ୍ୟାୟରେ ଅଛି । ଅବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ, ବିନିବେଶ ପାଇଁ ମନ୍ତ୍ରୀ ଗୋଷ୍ଠୀ ଘରୋଇକରଣ ପାଇଁ ବ୍ୟାଙ୍କଗୁଡିକର ନାମ ଚୂଡାନ୍ତ କରିବେ । ଅନ୍ତିମ ପ୍ରକ୍ରିୟା ଶୀଘ୍ର ସମାପ୍ତ ହେବ ଯାହା ଦ୍ୱାରା ଅନ୍ତତଃ ପକ୍ଷେ ଗୋଟିଏ ବ୍ୟାଙ୍କର ଘରୋଇକରଣ ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ଶେଷ ହୋଇପାରେ । 

କହି ରଖୁଛୁ ଯେ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ FY22 ରେ IDBI ବ୍ୟାଙ୍କ ସହିତ ଦୁଇଟି ସରକାରୀ ବ୍ୟାଙ୍କ ଘରୋଇକରଣ ହେବ । ଘରୋଇକରଣ ପାଇଁ NITI Aayog ଦୁଇଟି PSU ବ୍ୟାଙ୍କକୁ ମଧ୍ୟ ସର୍ଟଲିଷ୍ଟ କରିଛି, ଯଦିଓ ସେଗୁଡ଼ିକର ନାମକରଣ କରାଯାଇ ନାହିଁ । ଚଳିତ ଆର୍ଥିକ ବର୍ଷରେ ଏକ ବୀମା କମ୍ପାନୀ ବିକ୍ରି ହେବ ବୋଲି ସୀତାରମଣ ମଧ୍ୟ କହିଥିଲେ । ତେବେ ମହାମାରୀ ଯୋଗୁଁ ଏହି ଯୋଜନାଗୁଡ଼ିକ ବିଳମ୍ବିତ ହୋଇଛି । ଦୁଇଟି ସରକାରୀ ବ୍ୟାଙ୍କ ଘରୋଇକରଣରେ ଜଡିତ କୌଣସି ନିୟାମକ ସମସ୍ୟାର ସମାଧାନ ପାଇଁ ସରକାର IDBI ବ୍ୟାଙ୍କ ଉପରେ ନିବେଶକଙ୍କ ପ୍ରତିକ୍ରିୟାକୁ ମଧ୍ୟ ଅପେକ୍ଷା କରିଛନ୍ତି । ନିୟାମକ ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କିଙ୍ଗ୍ ରେଗୁଲେଟର ସହିତ ପରାମର୍ଶ ଚାଲିଛି ।

ଏହା ବି ପଢ଼ନ୍ତୁ: ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ ମାଗଣା ରାସନ ଯୋଜନା

ଏହା ବି ପଢ଼ନ୍ତୁ: କାହିଁକି ମୋଦିଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି କେଜ୍ରିୱାଲ? ବୁଝନ୍ତୁ ଏହା ପଛର ରଣନୀତି