ଖସିଲା ତୈଳ ଦର; ଜାଣନ୍ତୁ, ଆପଣଙ୍କ ସହରରେ କେତେ ହେଲା Petrol Diesel Price ?
Advertisement

ଖସିଲା ତୈଳ ଦର; ଜାଣନ୍ତୁ, ଆପଣଙ୍କ ସହରରେ କେତେ ହେଲା Petrol Diesel Price ?

ମହଙ୍ଗା ତେଲରୁ ସାଧାରଣ ନାଗରିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତ ୧୯ ଦିନ ହେଲା Petrol Diesel Price ସ୍ଥିର ରହିଛି। ଶେଷ ଥର ପାଇଁ ଚଳିତ ମାସର ପ୍ରଥମ ସପ୍ତାହ ଯାଏଁ ଇନ୍ଧନର ଦାମ ବୃଦ୍ଧି ହୋଇଥିଲା।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଗୁଡିକ ସୋମବାର ପୁଣି ଥରେ ପେଟ୍ରୋଲ, ଡିଜେଲର ତାଜା ରେଟ୍ ଜାରି କରିଛନ୍ତି। ମହଙ୍ଗା ତେଲ ଦର ଭିତରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦେଶରେ ଲଗାତର Petrol Diesel Price ସ୍ଥିର ରହିଛି। ଆଜି ମଧ୍ୟ ପେଟ୍ରୋଲ, ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ। କିନ୍ତୁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହୋଇଥିବା ସୂଚନା ମିଳିଛି।

ମହଙ୍ଗା ତେଲରୁ ସାଧାରଣ ନାଗରିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଗତ ୧୯ ଦିନ ହେଲା Petrol Diesel Price ସ୍ଥିର ରହିଛି। ଶେଷ ଥର ପାଇଁ ଚଳିତ ମାସର ପ୍ରଥମ ସପ୍ତାହ ଯାଏଁ ଇନ୍ଧନର ଦାମ ବୃଦ୍ଧି ହୋଇଥିଲା। ଏପ୍ରିଲ ୬ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ୮୦ ପଇସା ଲେଖାଏଁ ମହଙ୍ଗା ହୋଇଥିଲା। ମାର୍ଚ୍ଚ ୧୨ରୁ ୧୬ ଦିନରେ ତେଲ ୧୪ ଥର ମହଙ୍ଗା ହୋଇଛି। ଏହା ପରେ ୧୭ତମ ଦିନରେ ସେଥିରେ ବ୍ରେକ ଲାଗିଥିଲା। 

Also Read: IPL 2022: ହାରିବାର ରେକର୍ଡ ଭାଙ୍ଗିଲା Mumbai Indians, ଏହି ଖେଳାଳିଙ୍କ ଉପରେ ବର୍ଷିଲେ Rohit

ତାଜା ସୂଚନାନୁସାରେ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଇଛି। ନାୟମ୍ୟାକ୍ସ କ୍ରୁଡ ଅଏଲ ପ୍ରତି ବ୍ୟାରେଲ ପିଛି ୨.୪୦ ଡଲାର ଖସି ୯୯.୬୭ ଡଲାରେ ପହଞ୍ଚିଛି। ସେହିପରି ବ୍ରେଣ୍ଟ କ୍ରୁଡର ଦାମ ରବିବାର ବ୍ୟାରେଲ ପିଛା ୨.୭୩ ଡଲାର କମି ୧୦୩.୯୨ ଡଲାର ହୋଇଛି। ଏହି ତୈଳ ଦର ଆଧାରରେ ଭାରତୀୟ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଡିଜେଲର ନୂଆ ରେଡ୍ ଜାରି କରିଛନ୍ତି।

ଦେଶର ଚାରଟି ମେଟ୍ରୋ ସହରରେ ପେଟ୍ରୋଲ ୧୦୦ ପାର କରିଛି। କେବଳ ମୁମ୍ବାଇରେ ଡିଜେଲ ସେଞ୍ଚୁରୀ ମାରିଥିବା ବେଳେ ଦିଲ୍ଲୀ, ବେଙ୍ଗାଲୁରୁ ଓ କୋଲକାତାରେ ୯୬ରୁ ୯୭ ଟଙ୍କା ମଧ୍ୟରେ ରହିଛି। ମାୟାନଗରୀରେ ୧୨୦.୫୧ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ମିଳୁଛି। ନାଗପୁର ଓ ପୁନେରେ ବି ପେଟ୍ରୋଲ ୧୨୦ ଟପିଛି। ଚେନ୍ନାଇ, ପୁନେ, ଜୟପୁର, ନାଗପୁର, ଠାଣେ, ଚେନ୍ନାଇରେ ଡିଜେଲ ମୂଲ୍ୟ ୧୦୦ ଉପରେ ରହିଛି।