close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମହାବଳୀପୁରମରୁ ମୋଦି-ଜିନପିଙ୍ଗଙ୍କ ଶାନ୍ତି ବାର୍ତ୍ତା

ଦୁଇ ଦିନିଆ ଭାରତ ଗସ୍ତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ଶୁକ୍ରବାର ଅପରାହଣରେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ଜିନପିଙ୍ଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସଂଧ୍ୟାରେ ମହାବଳୀପୁରମର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଥିଲେ ଦୁଇ ନେତା।

ମହାବଳୀପୁରମରୁ ମୋଦି-ଜିନପିଙ୍ଗଙ୍କ ଶାନ୍ତି ବାର୍ତ୍ତା

ଚେନ୍ନାଇ: ଦୁଇ ଦିନିଆ ଭାରତ ଗସ୍ତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଶୁକ୍ରବାର ଅପରାହଣରେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ଜିନପିଙ୍ଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସଂଧ୍ୟାରେ ମହାବଳୀପୁରମର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଥିଲେ ଦୁଇ ନେତା । ଅର୍ଜୁନ ତପସ୍ଥଳ, ପଞ୍ଚ ରଥ ଓ ଶୋର ମନ୍ଦିର ପରିଦର୍ଶନ କରିଛନ୍ତି  ମୋଦି ଓ ଜିନପିଙ୍ଗ ।  ୧୨ ଅକ୍ଟୋବରରେ ମହାବଳୀପୁରମରେ ଭାରତ-ଚୀନ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ହେବାକୁ ଯାଉଛି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆତଙ୍କବାଦ ସହ ଶକ୍ତି, ବାଣିଜ୍ୟ ସହ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଚୀନ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ।
ଶୁକ୍ରବାର ସଂଧ୍ୟାରେ ମହାବଳୀପୁରମ ପର୍ଯ୍ୟଟନ ସ୍ଥଳ ଅର୍ଜୁନ ତପସ୍ଥଳ, ପଞ୍ଚ ରଥ ଓ ଶୋର ମନ୍ଦିର ପରିଦର୍ଶନ କରିଛନ୍ତି ମୋଦି ଓ ଜିନପିଙ୍ଗ ।  ଏହାସହିତ ମନ୍ଦିର ଓ ସମୁଦ୍ର ତଟ୍ଟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ଦୁଇ ନେତା ।  ପର୍ଯ୍ୟଟନସ୍ଥଳ ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦି, ମହାବଳୀପୁରମ ସହ ଚୀନର ଐତିହାସିକ ସମ୍ପର୍କ ଓ ଏହି ସ୍ଥାନର ଗୁରୁତ୍ୱ ସମ୍ପର୍କରେ ଜିନପିଙ୍ଗଙ୍କୁ ଜଣାଇଥିଲେ । ଶୁକ୍ରବାର ଅପରାହଣରେ ଜିନପିଙ୍ଗ ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିନପିଙ୍ଗ ମହାବଳୀପୁରମରେ ପହଞ୍ଚିବା ପରେ ତାମିଲନାଡୁର ପାରମ୍ପରିକ ପରିଧାନରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିଥିଲେ ।  
ଭାରତ ଚୀନ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ ନେଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁକୁ ଟ୍ୱିଟ କରି ପ୍ରଶଂସା କରିଥିଲେ । ଏହାସହିତ ଏହି ବୈଠକ ଭାରତ ଓ ଚୀନ ସମ୍ପର୍କକୁ ଉଚ୍ଚସ୍ତରରେ ପହଞ୍ଚାଇବ ବୋଲି ଆଶାବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ।  ଜିନପିଙ୍ଗଙ୍କ ଦୁଇ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳ, ସ୍ଥଳ ଓ ଆକାଶ ପଥ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ସୁରକ୍ଷାକର୍ମୀ  । ଅକ୍ଟୋବର ୧୨ରେ ମହାବଳୀପୁରମରେ ଭାରତ-ଚୀନ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ହେବାକୁ ଯାଉଛି । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆତଙ୍କବାଦ ସହ ଶକ୍ତି, ବାଣିଜ୍ୟ ସହ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ଦ୍ୱିତୀୟ ଥର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ଜିନପିଙ୍ଗ ।  
ଜିନପିଙ୍ଗଙ୍କ ଭାରତ ଗସ୍ତକୁ ନେଇ ଚୀନ ମିଡିଆ ଭାରତକୁ ଉଚ୍ଚ ପ୍ରଶଂସା କରିଛି । ଚୀନର ଲୋକପ୍ରିୟ ପତ୍ରିକା ଗ୍ଲୋବାଲ ଟାଇମ୍ସ ଭାରତ ଚୀନ ସମ୍ପର୍କକୁ ନେଇ ଉଚ୍ଚ ଆଶା ପୋଷଣ କରିଛି । ଏକବିଂଶ ଶତାବ୍ଦୀରେ ଭାରତ ଓ ଚୀନ ବିଶ୍ୱର ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଉଲ୍ଲେଶ ହୋଇଛି । ଏହାସହିତ ଚୀନ ମିଡିଆ ଭାରତ ଓ ଚୀନ ସମ୍ପର୍କକୁ ସମର୍ଥନ କରିଛି । ଭାରତ ଓ ଚୀନର ମିଳିତ ସ୍ୱରକୁ ବିଶ୍ୱ ଗ୍ରହଣ କରିବାକୁ ବାଧ୍ୟ ବୋଲି "ଥିଙ୍କ ଟ୍ୟାଙ୍କ୍  ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ କହିଛି ।