• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /City News
  • /୨୪ ଘଣ୍ଟାରେ ସର୍ବାଧିକ ୧୦ ମୁଣ୍ଡ ନେଲା କୋରୋନା

୨୪ ଘଣ୍ଟାରେ ସର୍ବାଧିକ ୧୦ ମୁଣ୍ଡ ନେଲା କୋରୋନା

ଦିନକୁ ଦିନ ବଢୁଛି କୋରୋନା ମୃତ୍ୟୁ ସଂଖ୍ୟା

Edited ByZee Odisha Desk
Published: Jul 25, 2020, 11:25 AM IST|Updated: Jul 25, 2020, 11:25 AM IST
joinshare
୨୪ ଘଣ୍ଟାରେ ସର୍ବାଧିକ ୧୦ ମୁଣ୍ଡ ନେଲା କୋରୋନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Rain Alert: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି!

    Rain Alert: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି!

    2

    Odisha News: ଆସନ୍ତାକାଲି ସୁଦ୍ଧା ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ,୨୨ଟି ଜିଲ୍ଲାକୁ ୧୧୦ କୋଟି..

    3

    Tarun Tejpal Case: ୨୦୧୩ ଯୌନ ନିର୍ଯାତନା ମାମଲା,ଦୋଷୀ ସାବ୍ୟସ୍ତ ହେଲେ ତେହଲକା ମାଗାଜିନ୍‌ର ପୂର

    4

    ୨୨ ବର୍ଷ ସଜା କାଟିବା ପରେ ବିନା ଦୋଷରେ ମୁକୁଳିଲେ ଅଭିଯୁକ୍ତ

    5

    ଦୁର୍ନୀତି ଅଭିଯୋଗରେ ପୂର୍ବତନ ଜେଇ, ମ୍ୟୁନିସିପାଲ ଇଞ୍ଜିନିୟର ଏବଂ ଠିକାଦାର ଗିରଫ

    ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୧୦ ଜଣଙ୍କ ମୁଣ୍ଡ ନେଇଛି କୋରୋନା। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି। କୋରୋନା ଜନିତ ମୃତ୍ୟୁ ତାଲିକାରେ ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାର ନାମ ଆଜି ସାମିଲ ହୋଇଛି। ଉଭୟ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ପ୍ରଥମ ଘଟଣା ହୋଇଥିବା ବେଳେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟରେ ବୃଦ୍ଧି ଘଟିଛି। 

    ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ୯ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ, ବାଲେଶ୍ୱରରୁ ଜିଲ୍ଲାରୁ ଦୁଇଜଣ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଗଜପତି, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

    ଗଞ୍ଜାମ ଜିଲ୍ଲରେ ୩ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାରେ ୬୦ ବର୍ଷୀୟ ଦୁଇ ଜଣ ଓ ୩୦ ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ସେହିପରି ୬୦ ଓ ୫୪ ବର୍ଷୀୟ ପୁରୁଷଙ୍କ ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୬୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ୩୭ ବର୍ଷୀୟ ଯୁବକଙ୍କର ମଧ୍ୟ ବାଲେଶ୍ୱର ଜିଲ୍ଲାରେ ମୃତ୍ୟୁ ହୋଇଛି। 

    ଗଜପତି ଜିଲ୍ଲାରେ ମୃତକଙ୍କ ବୟସ ୩୭ ବର୍ଷ ବୟସ ହୋଇଥିବା ବେଳେ ଝାରସୁଗୁଡ଼ାରେ ୬୧ ବର୍ଷ ବୟସ୍କ ଓ ରାୟଗଡ଼ାରେ ୪୭ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି। 

    ସେପଟେ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୩ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୫ ଜଣଙ୍କର, କଟକରେ ୯ ଜଣଙ୍କର ଗଜପତିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ା ଓ ସୁନ୍ଦରଗଡ଼ରେ ଚାରି ଜଣ, ବାଲେଶ୍ୱର ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ଝାରସୁଗୁଡ଼ା, ନୟାଗଡ଼, କନ୍ଧମାଳ ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

     

     

    Add Zee News as a Preferred Source
    TAGS:
    Corona
    virus
    lockdown
    died
    Ganjam
    Baleswar
    Gajapati