)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୦୮ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୧୬୩ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।
ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୯୫ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନରେ ଥିଲେ। ୧୩ଟି ସ୍ଥାନୀୟ ମାମଲା ରହିଛି।
ତେବେ ମିଳିଥିଲା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ମାଲକାନଗିରିରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ରହିଛି। କେନ୍ଦରୁଝର ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡ଼ାରୁ ୯, ବାଲେଶ୍ୱରରୁ ୪, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮, ପୁରୀରୁ ୧୫, ଗଜପତିରୁ ୭, ସୁନ୍ଦରଗଡରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ, କଟକ, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବା ସୂଚନା ରହିଛି।
ତେବେ ଏହି ୧୦୮ଟି ନୂଆ ମାମଲା ମଧ୍ୟରୁ ୧୬ ଜଣ ଅଗ୍ନିଶମ କର୍ମଚାରୀ ରହିଛି। ଯେଉଁମାନେ ନିକଟରେ ଆସିଥିବା ବାତ୍ୟାରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ।