ପେଟ ପାଇଁ ସଙ୍ଘର୍ଷ! ଜଙ୍ଗଲ ଛାଡି ମହାନଗରେ ପଶିଲେ ହାତୀପଲ
Advertisement

ପେଟ ପାଇଁ ସଙ୍ଘର୍ଷ! ଜଙ୍ଗଲ ଛାଡି ମହାନଗରେ ପଶିଲେ ହାତୀପଲ

ମହାନଦୀ କୂଳକୁ ଲାଗି ରହିଥିବା ସମ୍ବଲପୁର ମହାନଗର ନିଗମର ବହ୍ମପୁରା ଗାଁରେ ହାତୀ ଆତଙ୍କ ସୃଷ୍ଟି କରିଛନ୍ତି। ଆଗରୁ ସମ୍ବଲପୁର ଠାରୁ ଦୂରରେ ଥିବା ଗାଁରେ ହାତୀଙ୍କ ଉପଦ୍ରବ ଦେଖାଦେଉଥିବା ବେଳେ ଏଥର ମହାନଗର ନିଗମ ଅଞ୍ଚଳରେ ହାତୀ ଉତ୍ପାତ କରୁଛନ୍ତି। 

ପେଟ ପାଇଁ ସଙ୍ଘର୍ଷ! ଜଙ୍ଗଲ ଛାଡି ମହାନଗରେ ପଶିଲେ ହାତୀପଲ

ସମ୍ବଲପୁର: ଜଙ୍ଗଲ ଛାଡି ଗ୍ରାମାଞ୍ଚଳ ମୁହାଁ ହୋଇଥିବା ହାତୀ ଏବେ ମହାନଗରରେ ପ୍ରବେଶ କରିଛନ୍ତି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧ ନମ୍ବର ୱାର୍ଡ ବହ୍ମପୁରା ଗାଁରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀଙ୍କ ପାଇଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିପାଇଁ  କ୍ଷତିଗ୍ରସ୍ତ ଚାଷୀ, ବନବିଭାଗର ଅପାରଗତାକୁ ଦାୟୀ କରିଛନ୍ତି। 

ମହାନଦୀ କୂଳକୁ ଲାଗି ରହିଥିବା ସମ୍ବଲପୁର ମହାନଗର ନିଗମର ବହ୍ମପୁରା ଗାଁରେ ହାତୀ ଆତଙ୍କ ସୃଷ୍ଟି କରିଛନ୍ତି। ଆଗରୁ ସମ୍ବଲପୁର ଠାରୁ ଦୂରରେ ଥିବା ଗାଁରେ ହାତୀଙ୍କ ଉପଦ୍ରବ ଦେଖାଦେଉଥିବା ବେଳେ ଏଥର ମହାନଗର ନିଗମ ଅଞ୍ଚଳରେ ହାତୀ ଉତ୍ପାତ କରୁଛନ୍ତି। ଗତ ତିନିଦିନ ହେବ ବହ୍ମପୁରା ଗାଁରେ ୧୦ରୁ ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ ପାଇଁ ଚିନ୍ତା ବଢ଼ିଯାଇଛି। ହାତୀପଲ ଗ୍ରାମର ଏକାଧିକ ଚାଷୀଙ୍କର ଧାନ ଜମିର ଶହ ଶହ ଏକର ଫସଲ ନଷ୍ଟ କରିଛନ୍ତି। ବିକ୍ରି ପାଇଁ ବସ୍ତାରେ ଭର୍ତି କରାଯାଇଥିବା ଧାନକୁ ବି ଖାଇବା ସହ ପାଦରେ ଦଳି ନଷ୍ଟ କରିଛନ୍ତି। 

Also Read: ଆରମ୍ଭରୁ ମଣ୍ଡି ଅଚଳ; ଆଠ ଦିନ ହେଲା କାକର ଖାଉଛି ଧାନ, ବୁଝାଇ ପାରୁନି ପ୍ରଶାସନ

କ୍ଷତିଗ୍ରସ୍ତ ଚାଷୀ ହାତୀ ଉପଦ୍ରବରୁ ଯେଉଁ ଫସଲ ରକ୍ଷା ପାଇ ଯାଇଛି ସେ ଗୁଡିକୁ ସାଇତି  ରଖିବାରେ ଲାଗି ପଡିଛନ୍ତି। ବ୍ରହ୍ମପୁରା ଗ୍ରାମ ସମ୍ବଲପୁର ମହାନଗର ନିଗମର ୧ ନମ୍ବର ୱାର୍ଡରେ ଗତବର୍ଷ ପ୍ରଥମ କରି ହାତୀଙ୍କ ଚଳପ୍ରଚଳ ଦେଖାଦେଇଥଲା। ଏଥର କିନ୍ତୁ ହାତୀପଲ ଧାନ ଅମଳ ସମୟ ଆରମ୍ଭରୁ ହିଁ ଗ୍ରାମକୁ ପ୍ରବେଶ କରି ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଗ୍ରାମବାସୀମାନେ ବାରମ୍ବାର ଏନେଇ ବନବିଭାଗକୁ ଜଣାଇଥିଲେ ବି ବନବିଭାଗ କୌଣସି ଆଖିଦୄର୍ଶିଆ ପଦକ୍ଷେପ ନ ନେବାରୁ ଏବେ ଏପରି ଅବସ୍ଥା ହୋଇଥିବା  କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି।

fallback 

ଅନ୍ୟପଟେ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ରୋକିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦେବାପାଇଁ ବହ୍ମପୁରା ଗ୍ରାମବାସୀ ଦାବି କରିଛନ୍ତି। ଗୋଟିଏ ପଟେ ଅଦିନିଆ ବର୍ଷା ସହ ଧାନ ବିକ୍ରି ସମସ୍ୟା ପାଇଁ ଚିନ୍ତାରେ ଥିବା ବହ୍ମପୁରା ଚାଷୀଙ୍କ ପାଇଁ ହାତୀ ଉପଦ୍ରବ, ବୋଝ ଉପରେ ନଳିତା ବିଡା ସଦୃଶ ଦୁଃଖ ଆଣି ଦେଇଛି। ତେବେ ଖାଦ୍ୟ ଅନ୍ୱେଷଣରେ ହାତୀ ଗ୍ରାମକୁ ପଶି ଆସିଥିବା କୁହାଯାଉଛି।