Advertisement
Article Detail0/zeeodisha/odisha700183
Zee OdishaCity Newsରାଜ୍ୟରେ ଆଉ ୧୬୭ ମାମଲା, ଗଜପତିରୁ ସର୍ବାଧିକ

ରାଜ୍ୟରେ ଆଉ ୧୬୭ ମାମଲା, ଗଜପତିରୁ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୬୭ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୫,୪୭୦ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା

ରାଜ୍ୟରେ ଆଉ ୧୬୭ ମାମଲା, ଗଜପତିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୬୭ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୫,୪୭୦ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନରେ ଥିଲେ। ୧୭ଟି ସ୍ଥାନୀୟ ମାମଲା ରହିଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୫୮୩ ଜଣ ଚିକିତ୍ସାଧୀନ ରହିଛନ୍ତି।୧୭ ଜଣଙ୍କ ମୃତ୍ୟୁ ହୋଇଛି। 

ତେବେ ମିଳିଥିବା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଜପତି ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୪୧ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୮, ଯାଜପୁର ଓ ରାୟଗଡ଼ାରୁ ୫ ଜଣ, ନୟାଗଡ଼ରୁ ୨ ଜଣ, ବାଲେଶ୍ୱରରୁ ୧୩ଜଣ, ଜଗତସିଂହପୁରରୁ ୧୯, କଟକ ଓ ଝାରସୁଗୁଡ଼ାରୁ ୩ଜଣ, ଢେଙ୍କାନାଳରୁ ୯ ଜଣ। ବରଗଡ଼, ପୁରୀ, ବଲାଙ୍ଗୀର ଓ କୋରାପୁଟରୁ ଜଣେ ଲେଖାଏଁ, ଗଞ୍ଜାମରୁ ୩୦ ଜଣ, ସୁନ୍ଦରଗଡ଼ରୁ ୪ ଜଣ, ମୟୂରଭଞ୍ଜରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Add Zee News as a Preferred Source
About the Author