Advertisement
Article Detail0/zeeodisha/odisha700258
Zee OdishaCity Newsରାଜ୍ୟରେ କୋରୋନା ନେଲା ଆଉ ଦୁଇ ମୁଣ୍ଡ, ୧୭ ଛୁଇଁଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ କୋରୋନା ନେଲା ଆଉ ଦୁଇ ମୁଣ୍ଡ, ୧୭ ଛୁଇଁଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ କୋରୋନା ନେଲା ଆଉ ଦୁଇ ମୁଣ୍ଡ, ୧୭ ଛୁଇଁଲା ମୃତ୍ୟୁ ସଂଖ୍ୟା

କଟକ: ରାଜ୍ୟରୁ ଆଉ ଦୁଇ ମୁଣ୍ଡ ନେଇଛି କୋରୋନା। ଦୁଇ ମୃତକ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଉଭୟଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି। ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୭ ଛୁଇଁଛି।  

ଦୁଇ ମୃତକଙ୍କ ମଧ୍ୟରେ ଜଣେ ୭୧ ବର୍ଷୀୟ ହୋଇଥିବା ବେଳେ ଅନ୍ୟ ଜଣକ ୫୩ ବର୍ଷର ବୋଲି ଜଣାପଡ଼ିଛି। ଉଭୟଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି। ୭୧ ବର୍ଷୀୟ ବୃଦ୍ଧ ଜଣକ ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ସେହିପରି ତାଙ୍କର ଡାଇବେଟିସ ଜନିତ ସମସ୍ୟା ରହିଥିବା ନେଇ ସୂଚନା ଦେଇଛନ୍ତି। ଏହି ଦୁଇ ମୃତକଙ୍କୁ ମିଶାଇ କଟକରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ସେପଟେ ରାଜ୍ୟରେ ମୋଟ ୧୭ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୮ ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪, ପୁରୀ ଓ ବରଗଡରୁ ଜଣେ ଲେଖାଏଁ ରହିଥିବା ସୂଚନା ରହିଛି।   

Add Zee News as a Preferred Source
About the Author