ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୪୫ ନୂଆ ପଜିଟିଭ
Advertisement

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୪୫ ନୂଆ ପଜିଟିଭ

ଗଞ୍ଜାମରେ ସର୍ବାଧିକ ମାମଲା

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୨୪୫ ନୂଆ ପଜିଟିଭ

ଭୁବନେଶ୍ୱର: ଗଞ୍ଜାମରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ୯୬ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହା ସହିତ ଗଞ୍ଜାମରେ ସର୍ବାଧିକ ୧୨୭୧ରେ ପହଞ୍ଚିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ସେପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୭୦ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬,୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ୩୧ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି । 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୦୮୬ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। ତେବେ କୋରୋନାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଞ୍ଚିଛି। 

ସେପଟେ ୧୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଏହି ଜିଲ୍ଲାରୁ ମୋଟ ୯୬ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ମିଳିଛି। ସେହିପରି ବାଲେଶ୍ୱର ଓ ଭଦ୍ରକରୁ ୨ ଜଣ, ବରଗଡ଼ରୁ ୧୦ ଜଣ, କଟକରୁ ୭ ଜଣ, ନୟାଗଡ଼ ଓ ଢେଙ୍କାନାଳରୁ ୩ ଜଣ। ଗଜପତି, ନବରଙ୍ଗପୁର ଓ କେନ୍ଦୁଝରରୁ ୭, ଜଗତସିଂହପୁରରୁ ୯ଜଣ, ଯାଜପୁରରୁ ୪୦, ଝାରସୁଗୁଡ଼ା, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮ ଜଣ, ଖୋର୍ଦ୍ଧାରୁ ୨୮ ଜଣ, ମୟୂରଭଞ୍ଜରୁ ୫, ସୁନ୍ଦରଗଡ଼ରୁ ୬ ସଂକ୍ରମିତ ବାହାରିଥିବା ବିଭାଗ ସୂଚନା ଦେଇଛି।