Advertisement
Article Detail0/zeeodisha/odisha711733
Zee OdishaCity Newsରାଜ୍ୟରେ ଆଉ ୩ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ରାଜ୍ୟରେ ଆଉ ୩ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ରେକର୍ଡ ଭାଙ୍ଗୁଛି କୋରୋନା...

ରାଜ୍ୟରେ ଆଉ ୩ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି।  ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନା ଆଉ ୪ଟି ମୁଣ୍ଡ ନେଇଛି।  ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଏଁ କୋରୋନା  ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି  

ବିଭାଗ ଦେଇଥିବା ସୂଚନା ମୁତାବକ ରାଜ୍ୟରେ ଆଉ ୩ କୋରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି।  ଗଞ୍ଜାମରୁ ୬୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେ ଡାଇବେଟିସ ରୋଗରେ ମଧ୍ୟ ଆକ୍ରାନ୍ତ ରହିଥିବା ନେଇ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲ୍ଲାରେ ଅନ୍ୟ ଜଣେ ୮୬ ବର୍ଷୀୟ ପୁରୁଷଙ୍କର ମଧ୍ୟ ଦେହାନ୍ତ ହୋଇଥିବା ଜଣାପଡ଼ିଛି।  ସେହିପରି ଭୁବନେଶ୍ୱରରେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଏହା ସହିତ ଅନ୍ୟ ଦୁଇ କୋରୋନା ରୋଗୀଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାର ୭୨ ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୫୨ ବର୍ଷୀୟ ଜଣେ ପୁରୁଷଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ବ୍ରେନ ହାମ୍ରେଜ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। 

Add Zee News as a Preferred Source

ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୪୬ଜଣଙ୍କର ମୃତ୍ୟୁ ହୋଇଛି।  ସେପଟେ ଖୋର୍ଦ୍ଧାରେ ୧୩ ଓ କଟକରେ ୮ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ପୁରୀରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନୁଗୋଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।  

About the Author