ଗୋପାଳପୁର SEZରେ ନିର୍ମାଣ ହେବ ଔଷଧ ପାର୍କ
Advertisement

ଗୋପାଳପୁର SEZରେ ନିର୍ମାଣ ହେବ ଔଷଧ ପାର୍କ

କୋରୋନା ଭଳି ସମୟରେ ରାଜ୍ୟ ତଥା ଦକ୍ଷିଣ ଓଡ଼ିଶା ପାଇଁ ଏକ ଭଲ ଖବର । ଦକ୍ଷିଣ ଓଡ଼ିଶାରେ ନିର୍ମାଣ ହେବ ଔଷଧ ପାର୍କ । ଏହି ପାର୍କ ଗୋପାଳପୁର ଟାଟା SEZରେ ନିର୍ମାଣ ହେବାକୁ ଥିବା ବେଳେ ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମାଣ ହେବାକୁ ଥିବା ପାର୍କ ପାଇଁ ଖର୍ଚ୍ଚ ହେବ ୧୫ ଶହ କୋଟି ।

ଗୋପାଳପୁର SEZରେ ନିର୍ମାଣ ହେବ ଔଷଧ ପାର୍କ

ଜିନୁ ଜେନା (ଭୁବନେଶ୍ୱର): ଦିନକୁ ଦିନ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । ଯେଉଁଥିପାଇଁ ପୁଣି ଥରେ ମନୁଷ୍ୟ ସମାଜକୁ ଦରକାର ଶୁଦ୍ଧ ଔଷଧ । ଯାହା ବିଭିନ୍ନ ଜଡ଼ିବୁଟିରୁ ହିଁ ମିଳିପାରିବ । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ଟାଟା କର୍ତ୍ତୃପକ୍ଷଙ୍କ ସହ ମିଶି ଏକ ନିଆରା ପଦକ୍ଷେପ ନେଇଛନ୍ତି । ଦକ୍ଷିଣ ଓଡ଼ିଶାର ଗୋପାଳପୁର ଅର୍ଥନୈତିକ କରିଡର SEZରେ ଏକ ଔଷଧ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ପ୍ରାୟତଃ ବିଭିନ୍ନ ଔଷଧୀୟ ଉଦ୍ଭିଦରେ ଭରା ରହିବ ।  

ଓଡ଼ିଶାରେ ପ୍ରସ୍ତାବିତ ଔଷଧ ପାର୍କ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଔଷଧ ପାର୍କ ପାଇଁ ଗଠନ ବି ହୋଇଛି SPV । ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଔଷଧ ପାର୍କରେ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧା ହେବ ଉପଲବ୍ଧ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ହେବ ଔଷଧ ପାର୍କ ।

ନିର୍ଦ୍ଦିଷ୍ଟ କିଛି ଏକର ଜମିରେ ଏହି ପାର୍କ ନିର୍ମାଣ କରାଯାଉଛି । ନିର୍ମାଣ ଲାଗି ଖର୍ଚ୍ଚ ହେବ ୧୫ ଶହ କୋଟି ବ୍ୟୟ ଆକଳନ କରାଯାଇଛି । ଏହି ପାର୍କର ଅନ୍ୟ ଏକ ବିଶେଷତ୍ୱ ​​ହେଉଛି ଔଷଧ ପାର୍କରେ ୫୦୦୦ ଲୋକଙ୍କୁ କର୍ମ ନିୟୋଜନ ବି ମିଳିବ ।  ଦକ୍ଷିଣ ଓଡ଼ିଶାର ଅର୍ଥନୀତି ସମୃଦ୍ଧ ହେବ ।

ପାର୍କକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଲୋକମାନେ ଚାଲିବା ପାଇଁ ରାସ୍ତା ନିର୍ମାଣ କରାଯାଉଛି । ପାର୍କକୁ ସୁନ୍ଦର ଭାବେ ରୂପ ଦେବାକୁ କରାଯିବ ସମସ୍ତ ପ୍ରୟାସ । ଖୁବଶୀଘ୍ର ଏହି ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ।

ଶରୀର ସମ୍ବନ୍ଧୀୟ ରୋଗ ପାଇଁ ପାର୍କରେ ବେହେରା, ରିଥା, ତାମରିନ୍ଦ, ଅର୍ଜୁନ, ଆମଲା, କ୍ୟୁରି ପତ୍ର ଚନ୍ଦନ, ଗୁଆ, ଅମାଲତାଶ, ବେଲ, ଆମ୍ବ, ଟିସୁ, ନିମ୍, ଚମ୍ପା, କାଦମ୍ବା, କାଚନାର, ପପାୟା, ହରିସିଙ୍ଗର, କାନକ, ସରିଫା, ବନ୍ୟ ଗୁଆ , ପାଟିରାଜ ପେଣ୍ଡାଲ, ସୂତା ଗଛ, ଚିନାବାଦାମ, ଚିକୁ ଇତ୍ୟାଦି ଏହି ପାର୍କରେ ସ୍ଥାନ ପାଇପାରେ ।

ବଟାନି ବା ଉଦ୍ଭିଦ ବିଜ୍ଞାନ ବିଷୟରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ଏହି ପାର୍କ ଅତ୍ୟନ୍ତ ଲାଭଦାୟକ ହେବ । ପାର୍କରେ ଥିବା ଉଦ୍ଭିଦଗୁଡିକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ । ଏହା ବ୍ୟତୀତ ଏଠାରେ ଏକ ଲ୍ୟାବ ମଧ୍ୟ ନିର୍ମାଣ କରାଯିବ, ଯେଉଁଥିରେ ଉଦ୍ଭିଦ ସମ୍ବନ୍ଧୀୟ ପ୍ରଜାତି ବିଷୟରେ ବିସ୍ତୃତ ସୂଚନା ଦିଆଯିବ ।

ବିଭିନ୍ନ ରାଜ୍ୟ ତଥା ବିଭାଗର ପ୍ରାୟ ୫୦୦ରୁ ଅଧିକ ପ୍ରଜାତିର ପ୍ରତିନିଧିତ୍ୱ କରୁଥିବା ହଜାର ହଜାର ହର୍ବାଲ୍ ଏବଂ ଔଷଧୀୟ ଉଦ୍ଭିଦ ଏହି ପାର୍କରେ ଚାଷ କରାଯିବାକୁ ଯୋଜନା ପ୍ରସ୍ତୁତ ।  ଔଷଧ ପାର୍କ ହଳଦୀକୁ ନଷ୍ଟ ଏବଂ ବିଲୁପ୍ତରୁ ରକ୍ଷା କରିବା ତଥା ଦେଶର ପାରମ୍ପାରିକ ଔଷଧ ପ୍ରଣାଳୀକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ଉଦ୍ୟମର ଏକ ଅଂଶ ।