• ଦେଶରେ ପରାସ୍ତ କୋରୋନା ବିରୋଧରେ ଅନ୍ତିମ ଲଢ଼େଇର ସେକେଣ୍ଡ ଫେଜ୍ ଜାରି
  • ଫ୍ରଣ୍ଟ ଲାଇନରଙ୍କ ପରେ ଦେଶବ୍ୟାପୀ ବୟସ୍କଙ୍କୁ ଦିଆଗଲା ଟିକା
  • ପିଏମ୍ ମୋଦିଙ୍କ ସମେତ ସିଏମ୍ ନବୀନ ପଟ୍ଟନାୟକ ବି ନେଲେ କୋରୋନା ଟିକା
  • ରାଜ୍ୟର ୧୫୩ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଟିକାକରଣ
  • କୋରୋନା କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା
  • ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ମନା
  • ଗର୍ଭଗୃହକୁ ପ୍ରବେଶ ବାରଣ, ଆଡ଼କାଠ ଦର୍ଶନ କରିବାକୁ ଅନୁମତି ପ୍ରଦାନ
  • ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ପ୍ରବେଶ ସ୍ଥାନରେ ହେବ ସ୍କ୍ରିନିଂ ବ୍ୟବସ୍ଥା
  • ମାର୍ଚ୍ଚରୁ ମେ' ପର୍ଯ୍ୟନ୍ତ ହେବ ପ୍ରଚଣ୍ଡ ତାତି
  • ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ଗୁଜବକୁ ନେଇ ଏପରି କହିଲେ ଅଭିନେତା ଅମ୍ଳାନଙ୍କ ପତ୍ନୀ...

ଭିଡ଼ିଓରେ ଏହାକୁ ଏକ ଦୁର୍ଘଟଣା ଦର୍ଶାଇଥିବା ବେଳେ ସେ କହିଛନ୍ତି କି, ଦୀପାବଳି (Diwali) ରେ ଘରେ ପୂଜା କରାଯାଇଥିଲା । 

ଗୁଜବକୁ ନେଇ ଏପରି କହିଲେ ଅଭିନେତା ଅମ୍ଳାନଙ୍କ ପତ୍ନୀ...

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: ଦୁଇ ଘଣ୍ଟାର ହାଇ ଭୋଲଟେଜ ଡ୍ରାମା ପରେ ମହାନଦୀ (Mahanadi) ରୁ ଉଦ୍ଧାର ହୋଇଥିଲେ ଅଭିନେତା ଅମ୍ଳାନ ଦାସ (Amlan Das) ଙ୍କ ପତ୍ନୀ (Wife Bhumika Das) । ଅମ୍ଳାନଙ୍କ ପତ୍ନୀ ଭୂମିକା (Bhumika Das) ନଦୀରେ ଖସି ପଡ଼ିବାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହୋଇଥିଲା । ପାରିବାରିକ କଳହର ଏହା ଏକ ରୂପ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ।  ମାତ୍ର ଉଭୟ ଅମ୍ଳାନ (Amlan) ଓ ଭୂମିକା (Bhumika) ଙ୍କ ପକ୍ଷରୁ ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇଥିଲେ । ଏପରିକି ଭୁମିକା ଦୁର୍ଘଟଣା ଦିନ ମୁହଁ ଖୋଲିନଥିବା ଭୁମିକା ଆଜି ଏକ ଭିଡ଼ିଓ ଜାରି କରି ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ: କେନ୍ଦ୍ର ସରକାର ଏହି ସମୟରେ ଦେବେ ମହଙ୍ଗା ଭତ୍ତା

ଭିଡ଼ିଓରେ ସେ କିପରି ନଦୀରେ ଖସି ପଡ଼ିଲେ ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ଭୁମିକା (Bhumika) । ଭିଡ଼ିଓରେ ଏହାକୁ ଏକ ଦୁର୍ଘଟଣା ଦର୍ଶାଇଥିବା ବେଳେ ସେ କହିଛନ୍ତି କି, ଦୀପାବଳି (Diwali) ରେ ଘରେ ପୂଜା କରାଯାଇଥିଲା । ମହାନଦୀ (Mahanadi) କୁ ସେ ଓ ଅମ୍ଳାନଙ୍କ ସହିତ ଆସିଥିଲେ । ମାତ୍ର ପୂର୍ବଦିନର ଉପାସ ଯୋଗୁଁ ତାଙ୍କୁ ଦୁର୍ବଳ ଲାଗୁଥିଲା । ଏହା ସହିତ ତାଙ୍କର ମୁଣ୍ଡ ବି ବୁଲାଉଥିଲା । ବ୍ରିଜ ଉପରେ ତଳକୁ ଚାହିଁ ସେ ପୂଜା ସାମଗ୍ରୀକୁ ବିସର୍ଜନ କରିବା ବେଳେ ତାଙ୍କର ପାଦ ଖସି ଯାଇଥିଲା । ଫଳରେ ସେ ନଦୀରେ ଖସି ପଡ଼ିଥିବା ନେଇ ଭୂମିକା ଭିଡ଼ିଓରେ କହିଥିଲେ । 

ଅଧିକ ପଢନ୍ତୁ : ଇଟାଲୀରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ

ସେ ଆହୁରି ମଧ୍ୟ କହିଛନ୍ତି କି, ଏହି ଘଟଣାକୁ ନେଇ ଅନେକ ଗୁଡ଼ିଏ ଗୁଜବ ସୃଷ୍ଟି କରାଯାଉଛି । ସ୍ୱାମୀ ଅମ୍ଳାନଙ୍କ ନାଁରେ ଅନେକ ଗୁଡ଼ିଏ ନକରାତ୍ମକ ଗୁଜବ ସୃଷ୍ଟି କରାଯାଉଛି । ଏପରି ନ କରିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଘଟଣା ଘଟିବା ପରେ ଅମ୍ଳାନ ଥାନାକୁ ଯାଇ ପତ୍ନୀ ଭୂମିକାଙ୍କୁ ନେଇ ଘରକୁ ଯାଇଥିଲେ । ଏହି ସମୟରେ ସେ କହିଥିଲେ କି ପତ୍ନୀ ଭୂମିକାଙ୍କ ସହିତ ବିସର୍ଜନ ପାଇଁ ନଦୀକୁ ଯାଇଥିଲେ । ଏହି ସମୟରେ ତାଙ୍କ ପତ୍ନୀ ଭୂମିକା ବ୍ରିଜ ନିକଟକୁ ଯାଇ ପୂଜାର୍ଚ୍ଚନା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ନଦୀରେ ଖସିପଡ଼ିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କରିଥିଲେ ବୋଲି ସେ ସୂଚନା ଦେଇଥିଲେ ।  ତେବେ ପାରିବାରିକ କଳହକୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଥିଲା ତାହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଅମ୍ଳାନ ।