Advertisement
Article Detail0/zeeodisha/odisha702488
Zee OdishaCity Newsପ୍ରବାସୀଙ୍କୁ ପୁଣି ସହାୟତାର ହାତ ବଢାଇଲେ ସବ୍ୟ

ପ୍ରବାସୀଙ୍କୁ ପୁଣି ସହାୟତାର ହାତ ବଢାଇଲେ ସବ୍ୟ

  ପୁଣି ଥରେ ପ୍ରବାସୀ ଓଡ଼ିଆଙ୍କୁ ସାହା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର। ଗୁଜୁରାଟରେ ଫସି ରହିଥିବା ପାଞ୍ଚ ଓଡ଼ିଆଙ୍କୁ ସାହାଯ୍ୟରେ ହାତ ବଢାଇଛନ୍ତି ସବ୍ୟ। 

ପ୍ରବାସୀଙ୍କୁ ପୁଣି ସହାୟତାର ହାତ ବଢାଇଲେ ସବ୍ୟ

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର:  ପୁଣି ଥରେ ପ୍ରବାସୀ ଓଡ଼ିଆଙ୍କୁ ସାହା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର। ଗୁଜୁରାଟରେ ଫସି ରହିଥିବା ପାଞ୍ଚ ଓଡ଼ିଆଙ୍କୁ ସାହାଯ୍ୟରେ ହାତ ବଢାଇଛନ୍ତି ସବ୍ୟ। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ସହିତ ସେମାନଙ୍କର ଚିକିତ୍ସା ମଧ୍ୟ କରାଇଛନ୍ତି। ସବ୍ୟଙ୍କ ଠାରୁ ସାହାଯ୍ୟ ପାଇଥିବା ଓଡ଼ିଆଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରାପଡ଼ାର ମାର୍ଶାଘାଇର ରମାକାନ୍ତ ଓ ତାଙ୍କର ଚାରି ଜଣ ସହଯୋଗୀ। 

ରମାକାନ୍ତ ଓ ତାଙ୍କର ସହଯୋଗୀ ଗୁଡୁରାଟରେ ରହି ଏକ ସୂତା ମିଲରେ କାର୍ଯ୍ୟ କରି ଆସୁଥିଲେ। ମାତ୍ର ନିକଟରେ ରମାକାନ୍ତଙ୍କର ଜଣେ ସହଯୋଗୀ କୁନା ପ୍ରଧାନ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ରମାକାନ୍ତ। ତେବେ କୁନାଙ୍କ ଚିକିତ୍ସା ନିମନ୍ତେ ଏକାଧିକ ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଫଳରେ ସେ ତାଙ୍କର ଚିକିତ୍ସା କରିବା ପାଇଁ ଅର୍ଥ ଯୋଗାଡ଼ କରିଥିଲେ। ଏପରିକି ନିଜ ଗାଁରୁ ମଧ୍ୟ କିଛି ଅର୍ଥ ଯୋଗାଡ଼ି କରି ତାଙ୍କର ଚିକିତ୍ସା କରାଇଥିଲେ। ମାତ୍ର ସମସ୍ତ ଅର୍ଥ ସରିଯିବା ପରେ ଓଡ଼ିଶା ଫେରିବା ପାଇଁ ସେ ସହାୟତା  ମାଗିଥିଲେ। 

ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ଅଭିନେତା ସୋନୁ ସୁଦ ଓ ସବ୍ୟସାଚ୍ଚୀଙ୍କୁ ଟ୍ୱିଟର ମାଧ୍ୟମରେ ଯୋଗାଯୋଗ କରିଥିଲେ। ଏହି ଖବର ଜାଣିବା ପରେ ସେମାନଙ୍କୁ ଓଡ଼ିଶା ଆଣିବାକୁ ତତ୍ପର ହୋଇ ପଡ଼ିଥିଲେ ସବ୍ୟ। ଓଡ଼ିଶାକୁ ସିଧାସଳଖ ଟ୍ରେନ ନଥିବା କାରଣରୁ ସେଠାରୁ ସେମାନଙ୍କୁ ଆଣିବା ପାଇଁ ଦୁଇଟି କାରର ବ୍ୟବସ୍ଥା କରିଥିଲେ। ମୁମ୍ବାଇ ପର୍ଯ୍ୟନ୍ତ କାର ଯୋଗେ ଆଣିବା ପାଇଁ ସବ୍ୟ ବ୍ୟବସ୍ଥା କରିଥିଲେ। ଆସିବା ପରେ ସେଠାରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ ଯୋଗେ ଓଡ଼ିଶା ଆଣିବାର ବ୍ୟବସ୍ଥା କରିଥିଲେ ସବ୍ୟ। 

Add Zee News as a Preferred Source

ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରବାସୀଙ୍କୁ ଭେଟିଥିଲେ ସବ୍ୟସାଚୀ। ଅସୁସ୍ଥ କୁନା ପ୍ରଧାନଙ୍କୁ ଚିକିତ୍ସା କରିବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ ସେ। ସେଠାରେ ଚିକିତ୍ସା କରି ଔଷଧ ନେବା ପରେ କୁନା, ରମାକାନ୍ତ ଓ ତାଙ୍କର ସହଯୋଗୀଙ୍କ ସହିତ ଘରକୁ ଫେରିଛନ୍ତି। 

About the Author