• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ମହରଗରୁ ଆସି କାନ୍ତାରରେ ହନ୍ତସନ୍ତ ! ସହାୟତାର ହାତ ବଢାଇଲେ ସବ୍ୟସାଚୀ

  ସିନେମାରେ ରହି ଯେତିକି ଚର୍ଚ୍ଚିତ ହୋଇ ନଥିଲେ, ଲକଡ଼ାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇ ସେତିକି ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ତଥା ସାମାଜିକ କର୍ମୀ ସବ୍ୟସାଚୀ ମିଶ୍ର। ନିକଟରେ ଦୁବାଇରୁ ୧୬ ଓଡ଼ିଆଙ୍କୁ ଫେରାଇ ଆଣିବା ଓ ସେମାନଙ୍କୁ ସୂଦୁର ହାଇଦ୍ରାବାଦରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ ପାଇଁ ସହାୟତାର ହାତ ବଢାଇଛନ୍ତି

ମହରଗରୁ ଆସି କାନ୍ତାରରେ ହନ୍ତସନ୍ତ ! ସହାୟତାର ହାତ ବଢାଇଲେ ସବ୍ୟସାଚୀ
ଫାଇଲ ଫଟୋ

ନୂଆଦିଲ୍ଲୀ:  ସିନେମାରେ ରହି ଯେତିକି ଚର୍ଚ୍ଚିତ ହୋଇ ନଥିଲେ, ଲକଡ଼ାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇ ସେତିକି ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ତଥା ସାମାଜିକ କର୍ମୀ ସବ୍ୟସାଚୀ ମିଶ୍ର। ନିକଟରେ ଦୁବାଇରୁ ୧୬ ଓଡ଼ିଆଙ୍କୁ ଫେରାଇ ଆଣିବା ଓ ସେମାନଙ୍କୁ ସୂଦୁର ହାଇଦ୍ରାବାଦରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ ପାଇଁ ସହାୟତାର ହାତ ବଢାଇଛନ୍ତି ସବ୍ୟସାଚୀ।  ଏହି ୧୬ ଓଡ଼ିଆଙ୍କୁ ଏକ ହୋଟେଲର କର୍ମଚାରୀ ମାନେ ହାଇଦ୍ରାବାଦରେ ବାହାର କରି ଦେଉଥିବା ବେଳେ ସବ୍ୟ ଓ ତାଙ୍କର କିଛି ସହଯୋଗୀ ସେମାନଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିଦେଇଛନ୍ତି। 

ଘଟଣାଟି ଏହିପରି। ଦୁବାଇରେ କୋରୋନା ଓ ଲକଡାଉନ ପାଇଁ ସମସ୍ୟାରେ ପଡିଥିବା ୧୬ ପ୍ରବାସୀ ଓଡ଼ିଆଙ୍କୁ ଫେରଆଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସବ୍ୟସାଚୀ। ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଜରିଆରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ତେବେ ଦୁବାଇରୁ ଫେରାଇ ଆଣିଥିଲେ ସବ୍ୟ। କ୍ୱାରେଣ୍ଟାଇନ ନିୟମକୁ ପାଳନ କରି ସେମାନଙ୍କୁ ହାଇଦ୍ରାବାଦର ଏକ ହୋଟେଲରେ ସେମାନଙ୍କ ରହିବାର ବ୍ୟବସ୍ଥା କରିଥିଲେ।  

ମାତ୍ର ସେମାନଙ୍କ ପାଖରେ ଆର୍ଥିକ ସମ୍ବଳ ସେତେଟା ମଜବୁତ ନଥିବାରୁ ହୋଟେଲର ବିଲ ପଇଠ କରିବାରେ ସେମାନେ ଅସମର୍ଥ ହୋଇ ପଡ଼ିଥିଲେ। ମାତ୍ର ୩ ଦିନ ରହିବା ପରେ ହୋଟେଲ କର୍ମଚାରୀ ସେମାନଙ୍କୁ ଖାଇବା ପିଇବା ବନ୍ଦ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ସବ୍ୟସାଚୀ ତାଙ୍କର କିଛି ବନ୍ଧୁଙ୍କ ସହାୟତାରେ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ। ତେବେ ସେହି ପ୍ରବାସୀ ଓଡ଼ିଆ ମାନେ ଆଉ ଦୁଇ ଦିନ ପରେ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି। 

ସେପଟେ ଏହି ଅସହାୟ ମାନଙ୍କୁ ବାରମ୍ବାର ସହଯୋଗର ହାତ ବଢାଇ ବେଶ ଚର୍ଚ୍ଚାରେ ରହିଛନ୍ତି ସବ୍ୟ। ଲକଡାଉନ ସମୟରେ ହଜାର ହଜାର ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାରେ ସାହାଯ୍ୟର ହାତ ବଢାଇଛନ୍ତି। କେବଳ ନିଜ ରାଜ୍ୟକୁ ଫେରାଇ ଆଣିବାରେ ନୁହେଁ, ଅଧିକାଂଶ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ଦେଇଥିବା ତଥା ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେଇଥିଲେ। ଏଥିପାଇଁ ତାଙ୍କ ଚତୁର୍ଦ୍ଦିଗରୁ ଆଜି ବି ପ୍ରଶଂସାର ସୁଅ ଛୁଟିଛି।