Advertisement
Article Detail0/zeeodisha/odisha738155
Zee OdishaCity Newsଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୨୫୧୯ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୨୫୧୯ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୯୩୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୮୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ କୋରୋନା ଭୂତାଣୁ (Coronavirus) ରେ ରେକର୍ଡ ବୃଦ୍ଧି ଘଟୁଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ରବିବାର ଓଡ଼ିଶାରେ  ପୁଣି ୨୫୧୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୭୩,୨୩୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ପରିବାରରେ ହୋଇଥିବା ହତ୍ୟା କାରଣରୁ ଭାରତ ଫେରିଥିଲେ ରାଇନା !

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଜଣ, ଗଞ୍ଜାମରୁ ୨୧୬ ଜଣ, ପୁରୀରୁ ୨୧୦ ଜଣ, ରାୟଗଡ଼ାରୁ ୨୦୫ ଜଣ, କୋରାପୁଟରୁ ୧୬୯ ଜଣ, ମୟୂରଭଞ୍ଜରୁ ୧୫୦ ଜଣ, କଟକରୁ ୧୨୯ ଜଣ, ବାଲେଶ୍ୱରରୁ ୧୦୦ ଜଣ, ନୟାଗଡାରୁ ୯୫ ଜଣ, ସମ୍ୱଲପୁରରୁ ୮୫ ଜଣ, ମାଲକାନଗିରିରୁ ୮୪ ଜଣ, ଭଦ୍ରକରୁ ୭୭ ଜଣ, ଢେଙ୍କାନାଳରୁ ୭୬ ଜଣ, ନବରଙ୍ଗପୁରରୁ ୫୮ ଜଣ, କନ୍ଧମାଳରୁ ୪୮ ଜଣ, ବଲାଙ୍ଗୀରରୁ ୪୫ ଜଣ, ସୁନ୍ଦରଗଡ଼ରୁ ୪୨ ଜଣ, ଗଜପତିରୁ ୪୦ ଜଣ, କେନ୍ଦ୍ରାପଡାରୁ ୩୯ ଜଣ, ଝାରସୁଗୁଡାରୁ ୩୮ ଜଣ, କେନ୍ଦୁଝରରୁ ୩୮ ଜଣ, ସୁବର୍ଣ୍ଣପୁରରୁ ୩୩ ଜଣ, ନୂଆପଡାରୁ ୨୮ ଜଣ, ଜଗତସିଂହପୁରରୁ ୨୭ ଜଣ, ବରଗଡରୁ ୨୫ ଜଣ, କଳାହାଣ୍ଡିରୁ ୧୯ ଜଣ, ଯାଜପୁରରୁ ୧୨ ଜଣ, ଦେଓଗଡ଼ରୁ ୭ ଜଣ, ବୌଦ୍ଧରୁ ୪ ଜଣ ଏବଂ ଅନୁଗୋଳରୁ ଜଣେ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୯୩୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୮୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୭୦,୭୧୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୯,୬୮୫ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।

About the Author