)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ପୁଣି ୨୭୦୬ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୦୮,୦୦୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ସର୍ବାଧିକ କଟକରୁ ୪୧୧ ଜଣ, ଖୋର୍ଦ୍ଧାରୁ ୩୫୪ ଜଣ, ମୟୂରଭଞ୍ଜରୁ ୨୩୩ ଜଣ, ଗଞ୍ଜାମରୁ ୧୭୩ ଜଣ, ନୟାଗଡ଼ରୁ ୧୫୨ ଜଣ, ବରଗଡ଼ରୁ ୧୩୯ ଜଣ, ପୁରୀରୁ ୧୩୨ ଜଣ, ରାୟଗଡାରୁ ୧୦୧ ଜଣ, ଝାରସୁଗୁଡାରୁ ୯୩ ଜଣ, ଯାଜପୁରରୁ ୯୨ ଜଣ, କେନ୍ଦୁଝରରୁ ୮୨ ଜଣ, ସମ୍ୱଲପୁରରୁ ୮୧ ଜଣ, ଜଗତସିଂହପୁରରୁ ୭୫ ଜଣ, କେନ୍ଦ୍ରାପଡାରୁ ୬୬ ଜଣ, ଢେଙ୍କାନାଳରୁ ୬୫ ଜଣ, କୋରାପୁଟରୁ ୬୫ ଜଣ, ଭଦ୍ରକରୁ ୫୩ ଜଣ, ନବରଙ୍ଗପୁରରୁ ୫୨ ଜଣ, ବାଲେଶ୍ୱରରୁ ୩୮ ଜଣ, ସୁନ୍ଦରଗଡ଼ରୁ ୩୪ ଜଣ, କଳାହାଣ୍ଡିରୁ ୩୩ ଜଣ, ମାଲକାନଗିରିରୁ ୨୭ ଜଣ, ବଲାଙ୍ଗୀରରୁ ୨୫ ଜଣ, ସୁବର୍ଣ୍ଣପୁରରୁ ୨୪ ଜଣ, ବୌଦ୍ଧରୁ ୨୩ ଜଣ, ନୂଆପଡାରୁ ୨୩ ଜଣ, କନ୍ଧମାଳରୁ ୨୦ ଜଣ, ଅନୁଗୋଳରୁ ୧୭ ଜଣ ଏବଂ ଦେଓଗଡ଼ରୁ ୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
Another 2706 Covid patients have recovered and are being discharged on 10.09.2020
411 from Cuttack
354 from Khordha
233 from Mayurbhanj
173 from Ganjam
152 from Nayagarh
139 from Bargarh
132 from Puri
101 from Rayagada
93 from Jharsuguda
92 from Jajapur
82 from Keonjhar— H & FW Dept Odisha (@HFWOdisha) September 10, 2020
20 from Kandhamal
18 from Gajapati
17 from Anugul
5 from DeogarhThe total recovered cases of Odisha now stand at 108001
— H & FW Dept Odisha (@HFWOdisha) September 10, 2020
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୩୯,୧୨୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୯୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୦୫,୨୯୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୩,୧୮୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।