)
ଭୁବନେଶ୍ୱର: ରାଜ୍ୟରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର କୋରୋନା ଭୂତାଣୁ (Coronavirus) ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ମଙ୍ଗଳବାର ରାଜ୍ୟରେ ୨୭୮୭ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୦୨,୧୮୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୫ ଜଣ, କଟକରୁ ୨୩୦ ଜଣ, ପୁରୀରୁ ୧୯୨ ଜଣ, ମୟୂରଭଞ୍ଜରୁ ୧୫୩ ଜଣ, ଗଞ୍ଜାମରୁ ୧୧୫ ଜଣ, ବାଲେଶ୍ୱରରୁ ୭୮ ଜଣ, କେନ୍ଦୁଝରରୁ ୭୬ ଜଣ, ବରଗଡ଼ରୁ ୭୫ ଜଣ, ଯାଜପୁରରୁ ୬୮ ଜଣ, କୋରାପୁଟରୁ ୬୮ ଜଣ, ଜଗତସିଂହପୁରରୁ ୬୪ ଜଣ, ସମ୍ୱଲପୁରରୁ ୬୨ ଜଣ, ଭଦ୍ରକରୁ ୫୪ ଜଣ, ଝାରସୁଗୁଡାରୁ ୫୦ ଜଣ, ନବରଙ୍ଗପୁରରୁ ୪୫ ଜଣ, ମାଲକାନଗିରିରୁ ୪୧ ଜଣ, ସୁବର୍ଣ୍ଣପୁରରୁ ୩୬ ଜଣ, ଢେଙ୍କାନାଳରୁ ୩୫ ଜଣ, ବଲାଙ୍ଗୀରରୁ ୨୮ ଜଣ, କନ୍ଧମାଳରୁ ୨୮ ଜଣ, ନୂଆପଡାରୁ ୨୫ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ, କଳାହାଣ୍ଡିରୁ ୧୮ ଜଣ, ରାୟଗଡାରୁ ୧୮ ଜଣ, ଗଜପତିରୁ ୧୭ ଜଣ, କେନ୍ଦ୍ରାପଡାରୁ ୧୫ ଜଣ, ନୟାଗଡରୁ ୧୨ ଜଣ, ଅନୁଗୋଳରୁ ୯ ଜଣ ଏବଂ ବୌଦ୍ଧରୁ ୭ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।
Happy to share that with the discharge of 2787 #COVID19 patients today, Odisha has crossed one lakh recovered cases of Covid-19!
1145 from Khordha
230 from Cuttack
192 from Puri
153 from Mayurbhanj
115 from Ganjam
78 from Baleswar
76 from Keonjhar
75 from Bargarh
68 from Jajapur— H & FW Dept Odisha (@HFWOdisha) September 8, 2020
17 from Gajapati
15 from Kendrapara
12 from Nayagarh
9 from Anugul
7 from BoudhThe total recovered cases of Odisha now stand at 102185
— H & FW Dept Odisha (@HFWOdisha) September 8, 2020
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା ଋଷ
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୩୧ ହଜାର ୩୮୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୬୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୯୯,୩୯୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୧,୩୬୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।