ସ୍ୱର୍ଗତ ଜୀବନ ପାଣିଙ୍କ ଝିଅଙ୍କୁ ଛଡାଇ ନେଲା କୋରୋନା
Advertisement

ସ୍ୱର୍ଗତ ଜୀବନ ପାଣିଙ୍କ ଝିଅଙ୍କୁ ଛଡାଇ ନେଲା କୋରୋନା

ଆଜି କୋରୋନାରେ ଲୋକପ୍ରିୟ ଟିଭି ଆଙ୍କର ରୋହିତ ସରଦ୍ଦାନା, ସୁରଟ ଦାଦିଙ୍କ ଦେହାନ୍ତ ହୋଇଛି। ସଂଙ୍ଗୀତକାର ତଥା କବି ସ୍ୱର୍ଗତ ଜୀବନ ନନ୍ଦଙ୍କ କନ୍ୟା ନିମିଶା ଶଡ଼ଙ୍ଗୀଙ୍କୁ ମଧ୍ୟ ମହାମାରୀ ଆମଠାରୁ ଛଡାଇ ନେଇଛି।

ସ୍ୱର୍ଗତ ଜୀବନ ପାଣିଙ୍କ ଝିଅଙ୍କୁ ଛଡାଇ ନେଲା କୋରୋନା

ନୂଆଦିଲ୍ଲୀ: ପ୍ରଥମ ଠାରୁ ଭୟଙ୍କର ହେଉଛି କୋରୋନାର ଦ୍ୱିତୀୟ ଲହର। ପ୍ରତିଦିନ ସଂକ୍ରମଣ ସହ ମୃତ୍ୟୁ ସଂଖା ବୃଦ୍ଧି ପାଇବାରେ ଲାଗିଛି। ଏହି ମୃତକଙ୍କ ମଧ୍ୟରେ ଅନେକ ନାମିଦାମୀ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି। ଆଜି କୋରୋନାରେ ଲୋକପ୍ରିୟ ଟିଭି ଆଙ୍କର ରୋହିତ ସରଦ୍ଦାନା, ସୁରଟ ଦାଦିଙ୍କ ଦେହାନ୍ତ ହୋଇଛି। ସଂଙ୍ଗୀତକାର ତଥା କବି ସ୍ୱର୍ଗତ ଜୀବନ ନନ୍ଦଙ୍କ କନ୍ୟା ନିମିଶା ଶଡ଼ଙ୍ଗୀଙ୍କୁ ମଧ୍ୟ ମହାମାରୀ ଆମଠାରୁ ଛଡାଇ ନେଇଛି।

ନୂଆଦିଲ୍ଲୀ କଥକ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ସଙ୍ଗୀତ ନାଟକ ପୁରସ୍କାର ବିଜେତା ଜୀବନ ପାଣୀ (Jeevan Pani) ଙ୍କ ସୁକନ୍ୟା ନିମିଶା ଶଡ଼ଙ୍ଗୀ। ଆଜି ମଧ୍ୟାହ୍ଣରେ ୫୧ ବର୍ଷିୟା କୋରୋନା (Coronavirus) ଆକ୍ରାନ୍ତ ନିମିଶାଙ୍କ ଦେହାନ୍ତ ହୋଇଛି। ସେ ଗତ ୨୮ ତାରିଖ ଦିନ କୋରୋନା ପିଜିଟିଭ୍ ଚିହ୍ନଟ ହୋଇଥିଲେ। ଉତ୍ତର ପ୍ରଦେଶ ଗାଜିଆବାଦ (Gajhiabad)ସ୍ଥିତ ଆନନ୍ଦ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।

Also Read: ସଙ୍ଘର୍ଷର ଅନ୍ୟନାମ ରୋହିତ ସର୍ଦ୍ଦାନା; ରେଡିଓରୁ ଆରମ୍ଭ, TVରେ ଶେଷ

ନିମିଶା ଶଡ଼ଙ୍ଗୀ ଜଣେ ମିଷ୍ଟଭାଷୀ ଓ ମେଳାପି ମହିଳା ଥିଲେ। ତାଙ୍କ ବିୟୋଗରେ ପରିବାର ତଥା ସମ୍ପର୍କୀୟମାନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି। ନିମିଶାଙ୍କ ପିତା ଜୀବନ ପାଣି ଜଣେ ବହୁ ପ୍ରତିଭାର (Multi Talented) ଅଧିକାରୀ ଥିଲେ। କଳା ଓ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଓଡିଶା ସଙ୍ଗୀତ ନାଟକ ପୁରସ୍କାର (Odisha Sangeet Natak Award) ଦିଆଯାଇଥିଲା।

fallback

 ଜୀବନ ପାଣି ଏକାଧାରରେ ଜଣେ କବି, ଲେଖକ, ସଙ୍ଗୀତଜ୍ଞ ଓ ଶୀକ୍ଷାବିତ ଥିଲେ। ତାଙ୍କ ସମ୍ମାନରେ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଜୀବନ ଛଉ ନୃତ୍ୟ (Chhau Dance) ଉପରେ ଗବେଷଣା କରିଥିଲେ। ଆଜି ବି ତାଙ୍କ ଲିଖିତ ଅନେକ ବହି ଅନଲାଇନରେ ଉପଲବ୍ଧ ଅଛି।