କରୋନାକୁ ମାତ ଦେଇ ରାଜଧାନୀବାସୀ ଖେଳିଲେ ହୋଲି
Advertisement

କରୋନାକୁ ମାତ ଦେଇ ରାଜଧାନୀବାସୀ ଖେଳିଲେ ହୋଲି

କରୋନା ଭୟ ପରେ ବି ରାଜଧାନୀ ଭୁବନେଶ୍ୱରେ ହୋଲିକୁ ଉପଭୋଗ କରିଛନ୍ତି ରାଜଧାନବାସୀ । ଭୁବନେଶ୍ୱରର ଓଲ୍ଡ଼ ଟାଉନ କୁହନ୍ତୁ ବା ଫରେଷ୍ଟ ପାର୍କ ସବୁ ଜାଗାରେ ହୋଲିକୁ ଉପଭୋଗ କରିଛନ୍ତି ରାଜଧାନୀବାସୀ । କରୋନା ଭୟ ପରେ ବି ଲୋକେ ହରିବୋଲ ପକାଇ ହୋଲି ପାଇଁ ପ୍ରସ୍ତୁତ ରହିଥିଲେ । ପ୍ରୟାସ ପକ୍ଷରୁ ରାମ ମନ୍ଦିରରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ

କରୋନାକୁ ମାତ ଦେଇ ରାଜଧାନୀବାସୀ ଖେଳିଲେ ହୋଲି

ଭୁବନେଶ୍ୱର, ସରୋଜ ବେହେରା: କରୋନା ଭୟ ପରେ ବି ରାଜଧାନୀ ଭୁବନେଶ୍ୱରେ ହୋଲିକୁ ଉପଭୋଗ କରିଛନ୍ତି ରାଜଧାନବାସୀ । ଭୁବନେଶ୍ୱରର ଓଲ୍ଡ଼ ଟାଉନ କୁହନ୍ତୁ ବା ଫରେଷ୍ଟ ପାର୍କ ସବୁ ଜାଗାରେ ହୋଲିକୁ ଉପଭୋଗ କରିଛନ୍ତି ରାଜଧାନୀବାସୀ । କରୋନା ଭୟ ପରେ ବି ଲୋକେ ହରିବୋଲ ପକାଇ ହୋଲି ପାଇଁ ପ୍ରସ୍ତୁତ ରହିଥିଲେ । ପ୍ରୟାସ ପକ୍ଷରୁ ରାମ ମନ୍ଦିରରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ କରାଯାଇଥିଲା । 

ଏଥିରେ ଯୁବତୀମାନେ ଦହିହାଣ୍ଡି ଭାଙ୍ଗିଛନ୍ତି । ହର୍ଷୋଲ୍ଲାସରେ ଶେଷ ହୋଇଛି ରଙ୍ଗର ପର୍ବ ହୋଲି । ଭୁବନେଶ୍ୱରର ମାଉମାଁ ଛକ, ଫରେଷ୍ଟ ପାର୍କ ଓ ରାମ ମନ୍ଦିରରେ ହୋଲି ପର୍ବ ବହୁ ହର୍ଷୋଲ୍ଲାସରେ ଶେଷ ହୋଇଛି । ରାଜନେତାମାନେ ନିଜ ଅଞ୍ଚଳରେ ହୋଲି ଖେଳ ସାରିବା ପରେ ପାର୍ଟି ଅଫିସକୁ ଫେରି ଯାଇଛନ୍ତି । ସେତେବେଳେ ରାଜଧାନୀବାସୀ କରୋନା ଭୟକୁ ଦୁର କରି ହୋଲିକୁ ଆପଣାଇଛନ୍ତି । ଭୁବନେଶ୍ୱର ଫରେଷ୍ଟ ପାର୍କରେ ସଂଘ ପକ୍ଷରୁ ହର୍ବାଲ ରଙ୍ଗରେ ହୋଲି ଖେଳିଥିବା ବେଳେ ଅନେକ ସ୍ଥାନରେ ହଳଦୀରେ ହୋଲି ଖେଳିଛନ୍ତି ଲୋକେ । 

ହୋଲି ଖେଳିବା ଦ୍ୱାରା ଚର୍ମ ରୋଗ ଦୁର ହେଇଥିବା ବେଳେ ହୋଲି ଭାଇଚାରାର ପର୍ବ ବୋଲି କହିଛନ୍ତି ରାଜଧାନୀବାସୀ । ପ୍ରତିବର୍ଷ ଭଳି ଫରେଷ୍ଟ ପାର୍କ ଓ ପ୍ରୟାସ ପକ୍ଷରୁ ହୋଲି ଖେଳା ଯାଇଛି । ଫରେଷ୍ଟ ପାର୍କରେ ଫୁଲ ଓ ହର୍ବାଲ ହୋଲି ଖେଳା ଯାଉଥିବା ବେଳେ ପ୍ରୟାସ ୧୩ ବର୍ଷ ଧରି ହୋଲିର ଆୟୋଜନ କରିଛି । ମହିଳାଙ୍କୁ ସମ୍ମାନ ଜମାଇ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ କରିଛି ପ୍ରୟାସ । ଯୁବତୀମାନେ ମଧ୍ୟ ବହୁତ ଜୋରଦାର ଏହାକୁ ଉପଭୋଗ କରିଛନ୍ତି । ଯେତେ ଯାହାକୁ ଦୁର୍ବିପାକ ହେଉ ଓଡିଶା ଲୋକେ ନିଜ ପରମ୍ପରାକୁ କେବେ ଭୁଲି ନ ଥାନ୍ତି । 

କରୋନା ପରି ରୋଗରେ ଗହଶଳିକ ନ ଯିବ ପାଇଁ ପ୍ରଶାସନ କହୁଥିବା ବେଳେ ଲେକେ ନିଜ ପରମ୍ପରାକୁ ନଜରରେ ରଖି ରଙ୍ଗର ପର୍ବକୁପ ଉପଭୋଗ କରିଛନ୍ତି ।