• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସିଲ୍ ହେଉଛି ଶିକ୍ଷା ନଗରୀ ବୁର୍ଲା

କୋଭିଡ଼ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଲକଡାଉନ, ସଟଡାଉନ ଘୋଷଣା କରାଯାଇଛି। ଯାହାକି ରାଜ୍ୟ ସାରା ବର୍ତ୍ତମାନ ସ୍ଥିତିରେ ଲାଗୁ ମଧ୍ୟ ହୋଇଛି।

ସିଲ୍ ହେଉଛି ଶିକ୍ଷା ନଗରୀ ବୁର୍ଲା
ସିଲ୍ ହେଉଛି ଶିକ୍ଷା ନଗରୀ ବୁର୍ଲା

ସମ୍ବଲପୁର: ବୁର୍ଲା ସହରରେ ଆରମ୍ଭ ହେଲା କଣ୍ଟେଣ୍ଟମେଣ୍ଟ ଜୋନ। ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନୀକୁ Containment Zone ଘୋଷଣା। ଆଜି ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୧ ହୋଇଛି। ପୂର୍ବରୁ ଜିଲ୍ଲାରେ ଦୈନିକ ସାଢ଼େ ୫୦୦ରୁ ତଳକୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି।

କୋଭିଡ଼ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଲକଡାଉନ, ସଟଡାଉନ ଘୋଷଣା କରାଯାଇଛି। ଯାହାକି ରାଜ୍ୟ ସାରା ବର୍ତ୍ତମାନ ସ୍ଥିତିରେ ଲାଗୁ ମଧ୍ୟ ହୋଇଛି। କିନ୍ତୁ ତା'ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ Containment Zone, ବୋଫର ଜୋନ ଇତ୍ୟାଦି ମଧ୍ୟ ଲାଗୁ କରାଯାଉଛି। 

Also Read: କୋରୋନା ଆକ୍ରାନ୍ତଙ୍କ 'ଆଶାର ଆଲୋକ' ଡାକ୍ତର ଲତିଫ୍

ସେହିକ୍ରମରେ ଆଜି ବୁର୍ଲା (Burla) ଅଂଚଳର କିଛି ଭାଗରେ କୋରୋନା ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନୀକୁ କଣ୍ଟେନମେଣ୍ଟ ଜୋନ (Containment Zone) ଭାବରେ ଘୋଷଣା କରାଯାଇଛି। ସେହି ଅଞ୍ଚଳରେ ବାଡ଼ ଦେବା ସହ ପୋଲିସ (Sambalpur Police) ପହରା ଦିଆଯାଇଛି। ଅକାରଣରେ ସେହି ଅଞ୍ଚଳକୁ ସାଧାରଣ ଲୋକଙ୍କ ଯିବା ଆସିବାରେ ବାରଣ କରାଯାଇଛି।

ସେହିପରି ବୁର୍ଲାସ୍ଥିତ ଏମସିଏଲ ଆନନ୍ଦ ବିହାରକୁ ଏବଂ ଜାଗୃତି ବିହାରର ଦୁଇଟି ବ୍ଲକକୁ Containment Zone ଘୋଷଣା କରାଯାଛି। ଏହି ଅଂଚଳକୁ ସିଲ କରାଯିବା ସବ କେହି ଘରୁ ନ ବାହାରିବାକୁ ଅନୁରୋଧ କରିଛି ପ୍ରଶାସନ।

Also Read: କୋରୋନା ଯୁଦ୍ଧରେ ଲଢେଇ ପାଇଁ ଲୋକଙ୍କ ସହାୟତା ଲୋଡିଲେ ଜିଲ୍ଲାପାଳ

ଏବେ ସପ୍ତାହନ୍ତ ସଟଡାଉନ (Weekend Shutdown) ଚାଲିଥିବାରୁ ଶନିବାର ଓ ରବିବାର ସମସ୍ତ ଜିଲ୍ଲାରେ ସମ୍ପୂର୍ଣ ଭାବେ ଲକଡାଉନ ପାଳନ କରାଯାଉଛି। ଗତ ୫ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନିଆ ଲକଡାଉନ (Lockdown) ଘୋଷଣା କରାଯାଇଛି।