• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ଦଣ୍ଡ ବିଧାନ

ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଜି ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାର ଦୋଷୀଙ୍କୁ ଦିଆଯିବ ଦଣ୍ଡାଦେଶ।

କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ଦଣ୍ଡ ବିଧାନ

ନୂଆଦିଲ୍ଲୀ: ୧୯୯୯ ମସିହାରେ ହୋଇଥିବା କୋଇଲା ଦୁର୍ନୀତି ମାମଲାରେ ଆଜି ଦଣ୍ଡାଦେଶ ଦିଆଯିବ। ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୪ ଜଣଙ୍କୁ କଣ ଦଣ୍ଡ ଦିଆଯିବ, ତାହା ଆଜି ସିବିଆଇ କୋର୍ଟ ଜଣାଇବେ। ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ତତ୍କାଳୀନ ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ମାଇନିଂ କମ୍ପାନୀର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ୱାଲଙ୍କ ବିରୋଧରେ ବି ଦଣ୍ଡାଦେଶ ଆସିବ।

ଅକ୍ଟୋବର ୬ ତାରିଖରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାରତ ପରାଶର ଦିଲ୍ଲୀପଙ୍କ ସମେତ ମୋଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଏମାନଙ୍କୁ ଦଣ୍ଡ ବିଧାନ କରାଯିବ। ତେବେ ଏହି ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ଦିଲ୍ଲୀପ ରାୟ କାଷ୍ଟ୍ରନ ମାଇନିଂ କମ୍ପାନୀକୁ କୋଇଲା ଖଣି ଆବଣ୍ଟନ କରିଥିଲେ। ଝାଡ଼ଖଣ୍ଡର ଗିରିଡ଼ିହିର ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରିଥିଲେ। ଏହାକୁ ବିରୋଧ କରି ଗତ ୨୦୧୭ ମସିହାରେ ତାଙ୍କ ବିରୋଧରେ ସିବିଆଇ ଧାରା ୪୨୦(ଠକାମି), ୧୨୦(ବି) ଓ ୧୩-୧(ଡି) ମାମଲାର ତଦନ୍ତ ଆରମ୍ଭ କରିଥିଲେ।  

କୋଇଲା ଆବଣ୍ଟନରେ ଦୁର୍ନୀତିକୁ ନେଇ ଗତ ୭ ବର୍ଷ ମଧ୍ୟରେ ୪୦ଟି ମାମଲା ରୁଜୁ ହୋଇଛି। ଏଥିରୁ ମାତ୍ର ୮ଟିର ରାୟ ପ୍ରକାଶ ପାଇଛି, ଯେଉଥିରେ ୨୪ ଜଣ ବ୍ୟକ୍ତି ଓ ୭ଟି କମ୍ପାନୀକୁ ଦୋଷୀ ସାବ୍ୟସ୍ଥ କରାଯାଇଛି। କୋଇଲା ଦୂର୍ନୀତି ମାମଲାରେ ଦଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ବି ସାମିଲ ଅଛନ୍ତି।

ସେପଟେ କୋଇଲା ଦୂର୍ନୀତିରେ ନିଜକୁ ଦୋଷୀ ବୋଲି ବାରମ୍ବାର ଦିଲ୍ଲୀପ ରାୟ ଦାବି କରୁଛନ୍ତି। ଏହା ଏକ ରାଜନୈତିକ ଏକ ଷଡ଼ଯନ୍ତ୍ର ଓ ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।