MADE IN CHINA ନୁହେଁ, MADE IN PRC ଲେଖି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଚୀନ
Advertisement

MADE IN CHINA ନୁହେଁ, MADE IN PRC ଲେଖି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଚୀନ

ଭାରତ-ଚୀନ ସୀମା ଲଦାଖରେ ହିଂସା ପରେ, ଏବେ ସବୁଠି ଗୋଟିଏ ସ୍ବର । ଚୀନକୁ କଡ଼ା ଜବାବ୍ ଦେଉ ଭାରତ । ଚୀନକୁ ବିଭିନ୍ନ ଦିଗରୁ ଦୁର୍ବଳ କରାଯାଉ । ଚୀନର ଧୋକାବାଜିକୁ ଆଉ ସହ୍ୟ କରାଯାଇ ପାରିବ ନାହିଁ । 

MADE IN CHINA ନୁହେଁ, MADE IN PRC ଲେଖି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଚୀନ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ଭାରତ-ଚୀନ ସୀମା ଲଦାଖରେ ହିଂସା ପରେ, ଏବେ ସବୁଠି ଗୋଟିଏ ସ୍ବର । ଚୀନକୁ କଡ଼ା ଜବାବ୍ ଦେଉ ଭାରତ । ଚୀନକୁ ବିଭିନ୍ନ ଦିଗରୁ ଦୁର୍ବଳ କରାଯାଉ । ଚୀନର ଧୋକାବାଜିକୁ ଆଉ ସହ୍ୟ କରାଯାଇ ପାରିବ ନାହିଁ । ସାରା ଦେଶର ଜନତା ଏଥିପାଇଁ ଏକାଠି ହୋଇଛନ୍ତି।ଚୀନ୍ ବିରୋଧୀ ନାରା ଦେଉଛନ୍ତି ।ଚୀନ ରାଷ୍ଟ୍ରମୁଖ୍ୟଙ୍କ କୁଶ ପୁତ୍ତଳିକା ଦେଶର ବିଭିନ୍ନ ସ୍ଥାନରେ ଦାହ କରାଯାଉଛି । ଚୀନର ପ୍ରଡ଼କ୍ଟକୁ ବର୍ଜନ କରିବା ସବୁ ଭାରତୀୟଙ୍କ ଲକ୍ଷ୍ୟ ହୋଇଯାଇଛି ।

ଗଲୱାନ ଆକ୍ରମଣ ପରେ ଚୀନ୍ ଏବେ ଅଧିକ ଚାଲାକ୍ ହୋଇଯାଇଛି । ଭାରତ ବଜାରରେ ନିଜ ପ୍ରଡ଼କ୍ଟ ବିକ୍ରି କରିବା ଶୈଳୀରେ ଚତୁରତାପୂର୍ଣ୍ଣ ଷ୍ଟ୍ରାଟେର୍ଜି ଆପଣେଇଛି । ଭାରତୀୟଙ୍କ ‘ବହିଷ୍କାର ନାରା’ ଚୀନକୁ ଅସ୍ତବ୍ୟସ୍ତ କରିଦେଇଛି ସତ । ତଥାପି ଭାରତ ବଜାରରେ ଦବଦବା ଓ ଗ୍ରାହକଙ୍କ ଆଖିରେ ଧୂଳି ପକାଇବା ନୀତିକୁ ଭୁଲି ପାରୁନି ଚୀନ୍ ।

ଚୀନର ଚାଲାକି : ଚାଲାକି ପାଇଁ ଚୀନ୍ ବେଶ୍ ଜଣାଶୁଣା । ତେଣୁ ଚାଇନା ପ୍ରଡକ୍ଟ ବିକ୍ରି ପାଇଁ ଚୀନ୍ ଆପଣାଇଛି ନୂଆ କୌଶଳ । ପୂର୍ବରୁ ବିଭିନ୍ନ ପ୍ରଡ଼କ୍ଟରେ ନିଜ ଦେଶର ନାଁ ଲେଖୁଥିବା ଚାଇନା ଏବେ କିନ୍ତୁ ଦେଶର ନାଁ ଲେଖୁନାହିଁ । କାରଣ ପ୍ରଡ଼କ୍ଟ କିଣିଲା ବେଳେ ଭାରତୀୟ ପ୍ରଡକ୍ଟ ତିଆରି କରୁଥିବା ଦେଶର ନାମ ନିଶ୍ଚୟ ଦେଖିବେ । ପ୍ରଡକ୍ଟରେ MADE IN INDIA ଲେଖାଥିଲେ ବୁଝାଯାଏ ଯେ, ଏହା ଭାରତରେ ନିର୍ମିତ । ସେହିଭଳି MADE IN CHINA ଲେଖାଥିଲେ, ଚୀନରେ ତିଆରି ସାମଗ୍ରୀ ବଲି ଜଣାପଡ଼େ । ଗଲୱାନ ଆକ୍ରମଣ ପରେ ଚାଇନା ପ୍ରଡକ୍ଟରେ MADE IN PRC ଲେଖିବା ଆରମ୍ଭ କରିଛି । ଯେତେବେଳେ କି ପୂର୍ବରୁ ଲେଖୁଥିଲା MADE IN CHINA  । ଭାରତୀୟ ଗ୍ରାହକଙ୍କୁ କନଫ୍ୟୁଜରେ ରଖି ଚୀନ ସାମଗ୍ରୀ ବିକ୍ରି କରୁଛି ଚୀନ୍ । ତେବେ PRCର ଅର୍ଥ ହେଉଛି  (ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା) ।

 ପ୍ରଡକ୍ଟରେ ନାହିଁ ଚୀନ୍ ଭାଷାର ବ୍ୟବହାର :  କେବଳ ସେତିକି ନୁହେଁ, ଭାରତୀୟ ଉପଭୋକ୍ତାଙ୍କୁ ଧୋକ୍କା ଦେବା ପାଇଁ ଆଉ ଗୋଟିଏ କୌଶଳ ଆପଣେଇଛି ଚୀନ୍ ।

ପ୍ରଡକ୍ଟରେ ଚୀନ ଭାଷାର ବ୍ୟବହାର ପରିବର୍ତ୍ତେ ଇଂରାଜୀରେ ଲେଖୁଛି ଚୀନ୍ । ପ୍ୟାକେଟରେ ନିଜ ଦେଶର ଲୋକଙ୍କ ମୁହଁ ବଦଳରେ ଭାରତୀୟଙ୍କ ଚେହେରା ଦେଖିବାକୁ ମିଳୁଛି । ଅର୍ଥାତ୍ ପ୍ରଡକ୍ଟ ଦେଖିବା ମାତ୍ରେ ଭାରତର ଲୋକ ଏହା ନିଜ ଦେଶର ସାମଗ୍ରୀ ଚିନ୍ତା କରିବେ ଓ କିଣିବେ ।

୨୦୧୭ ମସିହାରେ ଡୋକଲାମ୍ ଆକ୍ରମଣ ପର ଠାରୁ ଚାଇନା ସାମଗ୍ରୀ ବର୍ଜନ ନାରା ତେଜୁଛି । ଦୀପାବଳୀ ଓ ହୋଲି ଭଳି ପର୍ବରେ ଚାଇନା ପ୍ରଡକ୍ଚ ନ କିଣିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଛି । ଏହାର ସୁଫଳ ମଧ୍ୟ ଅନେକ ସ୍ତରରେ ଦେଖିବାକୁ ମିଳିଥିଲା ।