• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଗୋଷ୍ଠୀ ସଂକ୍ରମଣ ନେଇ ସମ୍ବଲପୁରରେ ଭୟର ବାତାବରଣ

କୋରୋନା ସଂକ୍ରମଣକୁ ନେଇ ଭୟଭୀତ ଓ ଆତଙ୍କିତ ଲୋକେ। ବର୍ତ୍ତମାନ ସମୟରେ ଯେଭଳି ଭାବରେ ସମ୍ବଲପୁର ସହର ମଧ୍ୟରେ କୋରୋନା ସଂକ୍ରମଣ ଆରମ୍ଭ ହୋଇଗଲାଣି ସାଧାରଣରେ ଭୟ ସୃଷ୍ଟି ହେବାରେ ଲାଗିଛି। ପ୍ରଥମେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଭିସୁଟରୁ ସଂକ୍ରମଣ ଆରମ୍ଭ ହୋଇଥିବା କୋରୋନା ବର୍ତ୍ତମାନ ସମ୍ବଲପୁର ସହରର ପଡ଼ା ସାହିରେ ସଂକ୍ରମିତ ହୋଇସାରିଲାଣି। ସମ

ଗୋଷ୍ଠୀ ସଂକ୍ରମଣ ନେଇ ସମ୍ବଲପୁରରେ ଭୟର ବାତାବରଣ

ସମ୍ବଲପୁର: କୋରୋନା ସଂକ୍ରମଣକୁ ନେଇ ଭୟଭୀତ ଓ ଆତଙ୍କିତ ଲୋକେ। ବର୍ତ୍ତମାନ ସମୟରେ ଯେଭଳି ଭାବରେ ସମ୍ବଲପୁର ସହର ମଧ୍ୟରେ କୋରୋନା ସଂକ୍ରମଣ ଆରମ୍ଭ ହୋଇଗଲାଣି ସାଧାରଣରେ ଭୟ ସୃଷ୍ଟି ହେବାରେ ଲାଗିଛି। ପ୍ରଥମେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଭିସୁଟରୁ ସଂକ୍ରମଣ ଆରମ୍ଭ ହୋଇଥିବା କୋରୋନା ବର୍ତ୍ତମାନ ସମ୍ବଲପୁର ସହରର ପଡ଼ା ସାହିରେ ସଂକ୍ରମିତ ହୋଇସାରିଲାଣି।

ସମ୍ବଲପୁର ଅଞ୍ଚଳରେ କୋରୋନାର ଦ୍ରୁତ ସଂକ୍ରମଣ କାରଣରୁ ଆତଙ୍କିତ ସାଧାରଣ ଜନତା। ପ୍ରଥମେ ସମ୍ବଲପୁର ଭିସୁଟ ଅଧ୍ୟାପିକାଙ୍କ ସଂକ୍ରମଣ ପରେ ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁର ସହରକୁ ମଧ୍ୟ ବ୍ୟାପିବାରେ ଲାଗିଛି କୋରୋନା। ସ୍ଥିତି ଅସମ୍ଭାଳ ହେଉଥିବା କାରଣରୁ ସାଧାରଣ ଜନତା ମଧ୍ୟ ଏଠାରେ ଅସୁରକ୍ଷିତ ମନେ କରୁଛନ୍ତି। ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ସଟ ଡାଉନ କିମ୍ବା ଲକଡାଉନ ପାଇଁ ଅନୁରୋଧ କରାଯାଉଛି। 

ଯେଉଁଭଳି ଭାବରେ ଅନେକ ସମୟରେ ସହର ମଧ୍ୟରେ ଲୋକଙ୍କର ସମାଗମ ଦେଖିବାକୁ ମିଳୁଛି ସେମାନେ ମଧ୍ୟ ଏ ବାବଦରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି। ସ୍ଥିତି ଏତେ ବିଗୁଡ଼ୁଛି ଯେ ସମ୍ବଲପୁର ସହରର ଅନେକ ସ୍ଥାନରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯିବା ସହ ବଫର ଜୋନ ଏବଂ ଉଫର ଜୋନ ହିସାବରେ ମଧ୍ୟ ଅନେକ ସ୍ଥାନକୁ ଘେରାବନ୍ଦୀ କରାଯାଇଛି।

ଗୋଟିଏ ପଟେ ସାଧାରଣ ଜନତା ଆତଙ୍କିତ ରହିଥିବା ବେଳେ ଅନ୍ୟପଟେ ଯେଉଁ ଅଞ୍ଚଳରେ ପଜିଟିଭ ସଂକ୍ରମିତ ବାହାରୁଛନ୍ତି ସେ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସିଲ କରୁଛି। କିନ୍ତୁ ସିଲ କଲା ପରେ ମଧ୍ୟ ସଂକ୍ରମିତଙ୍କୁ ତୁରନ୍ତ ନିଆଯାଉ ନଥିବାରୁ ଅନେକ ସ୍ଥାନରେ ଆତଙ୍କିତ ହେବା ସହ ବିରୋଧ କରୁଛନ୍ତି ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସମ୍ବଲପୁର ବଡ଼ବଜାର ରାନୀ ବଖରୀ ପଡାରେ। 

ସେଥିପାଇଁ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇଥିବା ସହ ରାସ୍ତାରୋକ ମଧ୍ୟ କରିଥିଲେ। ତା'ପରେ ଜିଲ୍ଲା ପ୍ରଶାସନ ତରଫରୁ ସଂକ୍ରମିତଙ୍କୁ ନେବା ସହ ଅଗ୍ନିଶମ ବିଭାଗ ତରଫରୁ ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା।କେବଳ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ସଚେତନ କରାଯିବ ସେମିତି କିଛିମାନେ ନାହିଁ । ସାଧାରଣ ଲୋକଙ୍କୁ ମଧ୍ୟ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି।