ଉଗ୍ର ରୂପ ନେଉଛି କୋରୋନା
Trending Photos
ସମ୍ବଲପୁର: କୋରୋନା ଭୟ।କରୋନା ସଂକ୍ରମଣର ଭୟ। ଯେଭଳି ଭାବରେ ଆସ୍ତେ ଆସ୍ତେ କାୟା ବିସ୍ତାର କରୁଛି କରୋନା ସେଥିପାଇଁ ସାଧାରଣ ଜନତା ଆତଙ୍କିତ।ଗତ କାଲି ପର୍ଯ୍ୟନ୍ତ ଖାଲି ବୁର୍ଲାରେ ୧୨ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ସାଧାରଣରେ ଆହୁରି ଭୟ ସଂଚାରିତ ହୋଇଛି।
ବୁର୍ଲାରେ ଏକାଧିକ ଲୋକାଲ ପଜିଟିଭ ବାହାରୁଥିବାରୁ ବୁର୍ଲାର କିଛି ଅଞ୍ଚଳକୁ ସମ୍ପୂର୍ଣ ଭାବେ ୪୮ ଘଣ୍ଟା ପାଇଁ ସଟ ଡାଉନ କରାଯାଇଛି । ବୁର୍ଲାର ଫାଣ୍ଡି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲେଗୁପଡା, ଗୁରୁଦ୍ୱାର କଲୋନୀ, କଣ୍ଟ୍ରାକ୍ଟର କଲୋନୀ, ଗାନ୍ଧୀ ପଡା, ଭକ୍ତି ମଣ୍ଡପ ଆଦି ସ୍ଥାନକୁ ଗତ କାଲି ଠାରୁ ସଟ ଡାଉନ କରାଯାଇଛି । ସଟ ଡାଉନ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।ଏପରିକି ଯାତାୟତ ଉପରେ ମଧ୍ୟ ଲାଗିଛି କଟକଣା । ଆଗରୁ VSSUT କଲୋନୀ, ONE R କଲୋନୀକୁ ମଧ୍ୟ ସଟ ଡାଉନ କରାଯାଇଛି ।
ଆସିଷ୍ଟାଣ୍ଟ ପ୍ରଫେସର କୋରୋନା ଆକ୍ରାନ୍ତ ହେବା ପରେ ଏହାର ଲିଙ୍କ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛି । ଦିନକୁ ଦିନ ବୁର୍ଲା ରେ ଲୋକାଲ କେସ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପର୍ଯ୍ୟନ୍ତ ୧୧ ଲୋକାଲ କେସ VSSUT ଲିଙ୍କ ରୁ ଚିହ୍ନଟ ହେଲେଣି ଏବଂ ଆଉଜଣେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ମିଶାଇ ୧୨ ଜଣ ଆକ୍ରାନ୍ତ ହୋଇଛନ୍ତି। ବୁର୍ଲା ପଶ୍ଚିମ ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ ନଗରୀ ଭାବେ ପରିଚିତ ତେଣୁ ଏହାର କିଛି ଅଞ୍ଚଳ ନୁହେଁ ବରଂ ସମ୍ପୂର୍ଣ ସମ୍ବଲପୁର ଜିଲ୍ଲାକୁ ସଟଡାଉନ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ଏମିତି କୋରୋନା ସଂକ୍ରମଣ କୁ ଆଖି ଆଗରେ ରଖି ସମ୍ବଲପୁର ଜିଲ୍ଲା କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟ ଡାଉନ କରାଯିବାକୁ ସାଧରଣରେ ଦାବି ହେଉଛି।
ବୁର୍ଲାରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ସହ ବୁର୍ଲା ମେଡିକାଲ ରହିଛି ଯାହାକୁ କି ପଶ୍ଚିମ ଓଡିଶାର ଲାଇଫ ଲାଇନ କୁହାଯାଏ । ବୁର୍ଲା ମେଡିକାଲକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ରୋଗୀ ଓ ସେମାନଙ୍କର ପରିଜନ ପ୍ରତିଦିନ ଆସୁଥିବାରୁ ପରିସ୍ଥିତି ଉତ୍କଟ ହେବାର ସମ୍ଭାବନା ରହିଛି ବୋଲି ବିଶେସଜ୍ଞ କହିଛନ୍ତି । ତେଣୁ ୪୮ ବୁର୍ଲାକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି । ତାସହ ଏଭଳି ସଂକ୍ରମଣ କାରଣରୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଲପୁର ଜିଲ୍ଲାକୁ ଦୁଇଦିନିଆଁ ସଟ ଡାଉନ ଘୋଷଣା କରାଯାଇଛି। ଗୁରୁବାର ,ଶୁକ୍ରବାର ବୁର୍ଲାର କିଛି ଅଞ୍ଚଳକୁ ସଟ ଡାଉନ କରାଯାଇଥିବା ବେଳେ ଶନିବାର ଓ ରବିବାର ସମ୍ବଲପୁର ଜିଲ୍ଲା କୁ ସଟ ଡାଉନ ଘୋଷଣା କରାଯାଇଛି।
ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ବୁର୍ଲା ଓ ସମ୍ବଲପୁର ସହର ମଧ୍ୟରେ ଯାତାୟତ ଚାଲୁଥିବାରୁ ଏଥିପ୍ରତି ଯତ୍ନଶୀଳ ନହେଲେ ଏହା ସମ୍ବଲପୁର ସହରକୁ ଖୁବଶୀଘ୍ର ମାଡିଯିବାର ଆଶଙ୍କା ସୃଷ୍ଟି ହୋଇଛି ।