Advertisement
Article Detail0/zeeodisha/odisha763275
Zee OdishaCity Newsକୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ମାମଲା, ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ !

କୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ମାମଲା, ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ !

ପ୍ରଦୀପ ମହାରଥୀଙ୍କ ଏହି ଅନ୍ତିମ ଶୋଭାଯାତ୍ରାରେ ଶାସକ ଦଳର ଜଣେ ମନ୍ତ୍ରୀ ଓ କୋରୋନା ପଜିଟିଭି ହୋଇଥିବା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାମିଲ ହୋଇଥିଲେ। ଯାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି। 

କୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ମାମଲା, ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ !

ଭୁବନେଶ୍ୱର: କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ କରିଦେଇଛି ପ୍ରଶାସନ। କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର କୋଭିଡ଼ ଗାଇଡ଼ଲାଇନ ପ୍ରଣୟନ କରିଥିଲେ। ସାଧାରଣ ଲୋକଙ୍କ ଠାରୁ ପ୍ରତିପତ୍ତିଶାଳୀ ଲୋକଙ୍କ ପାଇଁ ଏହି ଗାଇଡ଼ଲାଇନ ଲାଗୁ କରାଯିବ ବୋଲି ରାଜ୍ୟ ସରକାର ରୋକଠୋକ ଶୁଣାଇଥିଲେ। 

ତେବେ ଏହାରି ମଧ୍ୟରେ କୋଭିଡ଼ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ କିଛି ରାଜଧାନୀବାସୀଙ୍କୁ ମଧ୍ୟ ଫାଇନ ଲଗାଇଛି। ତେବେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ କରି ପ୍ରଶାସନ ଯେତିକି ସୁନାମ ମୁଣ୍ଡାଇନାହିଁ, ସେତିକି ପ୍ରଶ୍ନ ବାଣର ଶିକାର ହେବାର ହୋଇଛି। ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଏହି ପ୍ରଶ୍ନ ବର୍ତ୍ତମାନ ରାଜ୍ୟବାସୀ ଉଠାଇଛନ୍ତି। 

ନିକଟରେ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ହୋଇଯାଇଥିଲା। ମହାରଥିଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ପ୍ରଦୀପ ମହାରଥୀଙ୍କ ଏହି ଅନ୍ତିମ ଶୋଭାଯାତ୍ରାରେ ଶାସକ ଦଳର ଜଣେ ମନ୍ତ୍ରୀ ଓ କୋରୋନା ପଜିଟିଭି ହୋଇଥିବା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାମିଲ ହୋଇଥିଲେ। ଯାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି। 

Add Zee News as a Preferred Source

ଯଦିଓ ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ ହେବାର କିଛି ସମୟ ମଧ୍ୟରେ ଉମା କ୍ଷମା ପ୍ରାର୍ଥନା କରିଛନ୍ତି। ଉମା କହିଛନ୍ତି କି, ମୁଁ ମୋର ଭୁଲ ବୁଝିଛି। ଏଭଳି ସ୍ଥିତିରେ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବାର ନଥିଲା। କିନ୍ତୁ ଭାବ ବିହ୍ୱଳ ହୋଇ ସାମିଲ ହୋଇଥିଲି। ଏହା ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଦଣ୍ଡ ମିଳିବ ସେ ସବୁକୁ ସ୍ୱିକାର କରିବାକୁ ମୁଁ ରାଜି ବୋଲି ଉମା କହିଛନ୍ତି। ତେବେ ଉମାଙ୍କର ଏହି କ୍ଷମା ପ୍ରାର୍ଥନାର କିଛି ସମୟ ମଧ୍ୟରେ ପୁରୀ ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଛି। 

ସେପଟେ ପୁରୀ ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟକୁ ମଧ୍ୟ ସାଧାରଣରେ ସମାଲୋଚନା କରାଯାଇଛି। ପ୍ରଦୀପ ମହାରଥୀଙ୍କର ଅନ୍ତ୍ୟେଷ୍ଟି କ୍ରିୟାକୁ ଏକାଧିକ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। କିନ୍ତୁ ଅପରାଜିତାଙ୍କ ଉପରେ ପଦକ୍ଷେପ ଗ୍ରହଣ କରିବା ପରେ ପ୍ରଶାସନ ଏପରି ହଠାତ ସକ୍ରିୟ ହୋଇ ପଡ଼ିଥିବା ନେଇ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି। 

ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ମଧ୍ୟ ବିଜେଡ଼ିକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି କି, ଶାସକ ଦଳର ଏକାଧିକ ନେତା ମନ୍ତ୍ରୀ ନିୟମ ଭାଙ୍ଗିଛନ୍ତି। ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଚିଠି ଲେଖିବି। ସାମ୍ବାଦିକ ସମ୍ମିଳନୀରେ ମହାରଥୀଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟର କିଛି ଫଟୋ ଓ ଭିଡ଼ିଓ ଦେଖାଇଥିଲେ। ସେହି ସମୟରେ ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧିନଥିବାର ଫଟୋ ମଧ୍ୟ ଦେଖାଇଥିଲେ। ତିର୍ତ୍ତୋଲରେ ନିର୍ବାଚନୀ ସଭାରେ ମଧ୍ୟ ୩୦୦ ଲୋକ ମାସ୍କ ପିନ୍ଧି ନଥିଲେ। ତାହା ଉପରେ ମୁଖ୍ୟମନ୍ତ୍ରୀ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଉପରେ ମଧ୍ୟ ଚିଠି ଲେଖିବି ବୋଲି ଅପରାଜିତା କହିଛନ୍ତି। 

About the Author