ହଟହଟା କଲା ୨୦ ହଜାର, ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଥାନାଧିକାରୀ
Advertisement

ହଟହଟା କଲା ୨୦ ହଜାର, ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଥାନାଧିକାରୀ

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ SC/ST Actରେ ରୁଜୁ ହୋଇଥିବା ଏକ ମାମଲାର ରଫାଦାଫା ପାଇଁ ସେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ମହଙ୍ଗା ପଡିଲା ଅତ୍ୟଧିକ ଲୋଭ। ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆI ମାମଲାର ସମାଧାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ସୋମବାର ଭିଜିଲାନ୍ସ ଧରିଛିI 

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ SC/ST Actରେ ରୁଜୁ ହୋଇଥିବା ଏକ ମାମଲାର ରଫାଦାଫା ପାଇଁ ସେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଅଲେଖ ଗରଡ଼ିଆଙ୍କ ଠାରୁ ଲାଞ୍ଚ ଆକାରରେ ନେଇଥିବା ୨୦ ହଜାର ଟଙ୍କା ଜବତ କରାଯାଇଛି। 

Also Read: ଚାରି ଶିଶୁ ସମେତ ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା, ଘର ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଲାଞ୍ଚ ମାମଲାରେ ଧରାପଡିବା ପରେ IIC ଅଲେଖ ଗରଡ଼ିଆଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ରେଡ୍ କରାଯାଇଛି। ଗରଡିଆ, ସମ୍ବଲପୁର ଯୁଯୁମରାର ବାସିନ୍ଦା। ତାଙ୍କ ବିରୁଦ୍ଧରେ U/S 7 PC (Amendment) Act 2018 ଲଗାଇ କଟକ ଭିଜିଲାନ୍ସ ଥାନାର କେସ୍ ନଂ-୧୦ରେ ଏକ ମାମଲା ରୁଜୁ କରାଯାଇଛି।