Advertisement
Article Detail0/zeeodisha/odisha703305
Zee OdishaCity Newsଅନଲାଇନ ପରୀକ୍ଷାକୁ ନେଇ ବିପିୟୁଟି ଶିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ଅନଲାଇନ ପରୀକ୍ଷାକୁ ନେଇ ବିପିୟୁଟି ଶିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ବିପିୟୁଟି ଫାଇନାଲ୍ ସେମିଷ୍ଟରକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟିର ଇଞ୍ଜିନିୟରିଂର ଶେଷ ସେମିଷ୍ଟର ଆୟୋଜିତ ହେବାକୁ ଯାଉଛି.

ଅନଲାଇନ ପରୀକ୍ଷାକୁ ନେଇ ବିପିୟୁଟି ଶିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ବିପିୟୁଟି ଫାଇନାଲ୍ ସେମିଷ୍ଟରକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟିର ଇଞ୍ଜିନିୟରିଂର ଶେଷ ସେମିଷ୍ଟର ଆୟୋଜିତ ହେବାକୁ ଯାଉଛି. ଏହା ପୂର୍ବରୁ ପରୀକ୍ଷା ଶୈଳୀକୁ ନେଇ ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଅନଲାଇନ ପରୀକ୍ଷା କରୁଥିବା ସଂସ୍ଥା ଏକ ତେଲେଙ୍ଗାନା କମ୍ପାନୀ ହୋଇଥିବା ବେଳେ ଏହାଦ୍ୱାରା ପରୀକ୍ଷା, ଖାତାଦେଖା ଓ ଫଳ ପ୍ରକାଶନକୁ ନେଇ ନାନା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। 

ଏହି ପରିପ୍ରେକ୍ଷୀରେ କିଭଳି ଭାବେ ଏଭଳି ଏକ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଯାଇଛି ସେ ନେଇ ପ୍ରଶ୍ନ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ନ ଖେଳନ୍ତୁ ବୋଲି କହିଛନ୍ତି । ପୂର୍ବରୁ ସବୁ ସେମିଷ୍ଟର ସବଜେକ୍ଟିଭ୍ ପରୀକ୍ଷା ହେଉଥିବା ବେଳେ ଏବେ ଅବଜେକ୍ଟିଭ ବା ଏମସିକ୍ୟୁ ପରୀକ୍ଷା କରିବାକୁ କୁହାଯାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଏସବୁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି। 

ସେହିଭଳି ପରୀକ୍ଷା ପାଇଁ ଇଣ୍ଟରନେଟ ସହ ୧ ଏମବିପିଏସ ସ୍ପିଡ଼ ବାଧ୍ୟ୍ୟତାମୂଳକ କୁହାଯାଇଥିବା ବେଳେ ଏହି ସ୍ପିଡ଼ ସବୁ ଜାଗାରେ ସମ୍ଭବ ନୁହେଁ। ଅନ୍ୟ ବୋର୍ଡ଼ର ସମସ୍ତ ପରୀକ୍ଷା ଫଳ ପିକ୍ୟୁ ମେଥଡ଼ରେ ପ୍ରକାଶ କରି ପିଲାଙ୍କୁ ଉତ୍ତୀର୍ଣ୍ଣ କରିବାକୁ ସ୍ଥିର କରିଥିବାବେଳେ ବିପିୟୁଟି କାହିଁକି ଉଚିତ ପଦକ୍ଷେପ ନେଉନାହିଁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । 

Add Zee News as a Preferred Source

କ୍ୟାମ୍ପସରେ ଚୟନ ହୋଇଥିବା ପିଲାଙ୍କ ପାଇଁ ମାର୍କ୍ ସିଟ୍ ନିତାନ୍ତ ଆବଶ୍ୟକ। ଏଣୁ ସରକାର ଅନ୍ୟ ପରୀକ୍ଷା ଭଳି ପୂର୍ବ ସେମିଷ୍ଟର ଓ ଇଣ୍ଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

About the Author