Advertisement
Article Detail0/zeeodisha/odisha715249

ସୁପ୍ରିମକୋର୍ଟରେ ରଥଯାତ୍ରା ପରିଚାଳନା ରିପୋର୍ଟ ଦାଖଲ କରିବ ଜିଲ୍ଲା ପ୍ରଶାସନ

ଦାଖଲ ହେବ ୬ ହଜାର ସେବାୟତଙ୍କ କୋରୋନା ରିପୋର୍ଟ

  • ଦାଖଲ ହେବ ୬ ହଜାର ସେବାୟତଙ୍କ କୋରୋନା ରିପୋର୍ଟ
  • ୪ଟି ପର୍ଯ୍ୟାୟରେ ୬୬୩୭ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
  • କୋରୋନା ପ୍ରତିହତ ପାଇଁ ନିୟୋଜିତ ହୋଇଛନ୍ତି ସ୍ୱେଚ୍ଛାସେବୀ ସଂଗଠନ
  • କୋରୋନା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ସହିତ ୬୪ଟି ଟିମ ନିୟୋଜିତ 

Trending Photos

ସୁପ୍ରିମକୋର୍ଟରେ ରଥଯାତ୍ରା ପରିଚାଳନା ରିପୋର୍ଟ ଦାଖଲ କରିବ ଜିଲ୍ଲା ପ୍ରଶାସନ

ପୁରୀ: ରଥଯାତ୍ରା ପରେ ସେବାୟତଙ୍କର ଆସିଛି କୋଭିଡ ଟେଷ୍ଟ ରିପୋର୍ଟ। ମୋଟ ୪ଟି ପର୍ଯ୍ୟାୟରେ ହୋଇଥିବା କୋରୋନା ଟେଷ୍ଟରେ ୬୬୩୭ ଜଣ ସେବାୟତଙ୍କ ମଧ୍ୟରୁ ୪ ଜଣ ସେବାୟତଙ୍କର କୋରୋନା ପଜିଟିଭ ଆସିଥିଲା  । ଆଉ ସେମାନେ ସୁସ୍ଥ ମଧ୍ୟ ହୋଇ ସାରିଲେଣି । ତେଣୁ ଏହି ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ଦାଖଲ କରାଯିବ। ଦାଖଲ ହେବା ପରେ ରଥଯାତ୍ରାର ପୁର୍ଣ୍ଣାଙ୍ଗ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। 

ସେପଟେ କୋରୋନା ନିୟନ୍ତ୍ରଣରେ ସଫଳ ରହିଛି ପୁରୀ ଜିଲା ପ୍ରଶାସନ । ଖାଲି ସେବାୟତଙ୍କ କ୍ଷେତ୍ରରେ ନୁହେଁ ପୁରୀ ଜିଲାରେ ମଧ୍ୟ କୋରୋନା ନିୟନ୍ତ୍ରଣରେ ସଫଳ ହୋଇଛି ଜିଲା ପ୍ରଶାସନ। କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ପ୍ରତିଟି ଘରେ ଘରେ ସ୍ୱେଛାସେବୀମାନେ ସଚେତନ ସୃଷ୍ଟି କରିବା ସହ କମ୍ୟୁନିଟ ଏବଂ ପ୍ରଶାସନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ପୁରୀ ଜିଲାପାଳ  ।  ଯଦି ଏହିଭଳି ପରିସ୍ଥିତି ଲାଗି ରହେ ତେବେ ଚଳିତ ବର୍ଷ ନାଗାର୍ଜୁନ ବେଶ ବି ମନ୍ଦିର ଭିତରେ କରାଯିବ। ଚଳିତ ମାସ ଶେଷରେ ବା ଅଗଷ୍ଟ ପ୍ରଥମ ସପ୍ତାହରେ ଏ ନେଇ ପରିଚାଳନା କମିଟି ବସି ଚୁଡାନ୍ତ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ  ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରଥଯାତ୍ରା ସରିବା ପରେ କୋରୋନା ନିୟନ୍ତ୍ରଣରେ ରହିଛି ନା ସଂକ୍ରମଣ ହୋଇଛି ତାର ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର । ସେ ନେଇ ୪ଟି ପର୍ଯ୍ୟାୟରେ ସରିଛି ସେବାୟତଙ୍କର କୋରୋନା ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୨୬୭୭ ଜଣ, ଦ୍ୱିତୀୟ ପର୍ଯ୍ୟାୟରେ ୨୪୭୦, ତୃତୀୟ ପର୍ଯ୍ୟାୟରେ ୨୩୦୧ ଜଣ ଓ ଚତୁର୍ଥ ପର୍ଯ୍ୟାୟରେ ୨୨୯ ଜଣ ଏହିଭଳି ମୋଟ ୬୬୩୭ ଜଣ ସେବାୟତଙ୍କର କୋରୋନା ଟେଷ୍ଟ କରାଯାଇଛି। ଆଉ ସେଥିରୁ ମାତ୍ର ୪ ଜଣ ସେବାୟତଙ୍କର କୋରୋନା ପଜିଟିଭ ବାହାରିଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ହୋମ କ୍ୱାରାଣ୍ଟାଇନରେ ରହିଥିବା ବେଳେ ଦୁଇ ଜଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

Add Zee News as a Preferred Source

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପରେ ଯେଭଳି କୋରୋନା ସଂକ୍ରମଣ ନ ହୁଏ ସେ ନେଇ ପଦକ୍ଷେପ ନିଆଯିବ। ସେହି ଅନୁସାରେ ସେବାୟତଙ୍କୁ ସାମାଜିକ ଦୁରତ୍ୱ ରକ୍ଷା କରିବା, ମାସ୍କ ପରିଧାନ କରିବା ସହ କୋରୋନା ଟେଷ୍ଟ କରି ସୁରକ୍ଷିତ ରଖାଯାଇଛି  । ସେହି ଅନୁସାରେ ଏହି ରିପୋର୍ଟକୁ ପ୍ରସ୍ତୁତ କରି ଜିଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ  । ସେପଟେ ସେବାୟତମାନେ ସୁରକ୍ଷିତ ରହି ମହାପ୍ରଭୁଙ୍କ ରଥଯାତ୍ରା ଯେଭଳି ସମ୍ପାଦନ କଲେ ଆଉ ସେହି ଅନୁସାରେ କୌଣସି ସେବାୟତଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣ ହୋଇନାହିଁ  । ସେହିପରି ଯଦି ଏହିଭଳି ପରିସ୍ଥିତି ଲାଗି ରହେ ତେବେ ଚଳିତ ବର୍ଷ ନାଗାର୍ଜୁନ ବେଶ ବି ମନ୍ଦିର ଭିତରେ କରାଯିବ  । ତେବେ ଚଳିତ ମାସ ଶେଷରେ ବା ଅଗଷ୍ଟ ପ୍ରଥମ ସପ୍ତାହରେ ଏ ନେଇ ପରିଚାଳନା କମିଟି ବସି ଚୁଡାନ୍ତ ନିଷ୍ପତି ନେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ  ।
ତେବେ କରୋନାକୁ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଗୋଷ୍ଠୀ ସ୍ୱେଚ୍ଛାସେବୀ ନିୟୋଜିତ ରହି ସଚେତନ ସୃଷ୍ଟି କରିବା ସହ କମ୍ୟୁନିଟି ଏବଂ ପ୍ରଶାସନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ସ୍ୱେଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ସେମାନେ ପେଣ୍ଠକଟା ପରେ ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ କାର୍ଯ୍ୟକରିବେ ।  ପ୍ରତି ୨୫ ଘରକୁ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି  ।  ସ୍ୱେଚ୍ଛାସେବୀମାନେ ସଂପୃକ୍ତ ବସ୍ତିର ହୋଇଥିବା ସହ ସେବା ମନୋଭାବ ରଖି କାର୍ଯ୍ୟ କରିବେ । ସ୍ୱେଚ୍ଛାସେବୀ ସୁସ୍ଥ ଥିବା ସହ ତାଙ୍କୁ ୪୦ ବର୍ଷ ବୟସରୁ କମ ହୋଇଥିବ, ହ୍ୱାଟ୍ସଅପ ବ୍ୟବହାର ଜାଣିଥିବେ, ଦୈନିକ ୫ ରୁ ୬ ଘଣ୍ଟା ସମୟ ଦେଇପାରୁଥିବେ, ଓଡିଆ ଭାଷା ଜାଣିବା ବାଧ୍ୟତାମୂଳକ । ସେମାନେ ସଂପୃକ୍ତ ପରିବାରରୁ ବୃଦ୍ଧ ବୃଦ୍ଧା, ଶିଶୁ, ଜ୍ଜର, ଥଣ୍ଡା, କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ସଚେତନ କରାଉଛନ୍ତି । 

ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ ସଙ୍ଗରୋଧ ନିୟମ ଉଲଘଂନ ସଂପର୍କରେ ମଧ୍ୟ ତଥ୍ୟ ହାସଲ କରିବା ପରେ ଆବଶ୍ୟକ ସ୍ଥଳେ ପୋଲିସ ଓ ପୌରସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯିବ । ଅନ୍ୟପକ୍ଷରେ ପୁରୀ ସହରରେ ଘରକୁ ଘର ବୁଲି କରୋନା ସଂପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି । ଏଥିନିମନ୍ତେ ୬୪ଟି ଟିମ ନିୟୋଜିତ ଅଛନ୍ତି । ଏଥିରେ ଆଶା, ଅଙ୍ଗନଓ୍ବାଡି ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି । ଆଜିସୁଦ୍ଧା ପ୍ରାୟ ୩୫ ହଜାର ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି । ଏଥିରୁ ୩୬୭ ଜଣଙ୍କ ଲକ୍ଷଣ ଥିବା ଚିହ୍ନଟ କରାଯିବା ସହ ବାହାରୁ ଆସିଥିବା  ୧୧୭ ଜଣଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ସହ ୬ ଜଣ ଉକ୍ତ ନିୟମ ଉଲଙ୍ଘନ କରିଥିବା ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ପୁରୀ ଜିଲାପାଳ  ।

About the Author