Advertisement
Article Detail0/zeeodisha/odisha703667
Zee OdishaCity Newsସମ୍ବଲପୁରରେ ହାତୀ ଉତ୍ପାତ, ବନବିଭାଗ ନିରବଦ୍ରଷ୍ଟା

ସମ୍ବଲପୁରରେ ହାତୀ ଉତ୍ପାତ, ବନବିଭାଗ ନିରବଦ୍ରଷ୍ଟା

ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ। ଦିନକୁ ଦିନ ଏହି ହାତୀ ଉତ୍ପାତ ବଢିବାରେ ଲାଗିଛି। ଫଳରେ ଧନଜୀବନ ହାନି ହେବାରେ ଲାଗିଛି । ବିଶେଷ କରି ସମ୍ବଲପୁର ଜିଲ୍ଲାର  ସଦର ଓ ପଡିଆବାହାଲ ବନବିଭାଗ ରେଞ୍ଜର ବିଭିନ୍ନ ଗ୍ରାମାଞ୍ଚଳରେ ଗତ କେଇମାସ ମଧ୍ୟରେ ହାତୀ ଆକ୍ରମଣରେ ଏକାଧିକ ଲୋକଙ୍କ ମୄତ୍ୟୁ ହେବା ସହ ବହୁ ଲୋକଙ୍କର ଘର ଦ୍ୱ।ର ଭାଙ୍ଗି ଦେଉଛନ୍ତି ବଣୁ

ସମ୍ବଲପୁରରେ ହାତୀ ଉତ୍ପାତ, ବନବିଭାଗ ନିରବଦ୍ରଷ୍ଟା

ସମ୍ବଲପୁର: ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ। ଦିନକୁ ଦିନ ଏହି ହାତୀ ଉତ୍ପାତ ବଢିବାରେ ଲାଗିଛି। ଫଳରେ ଧନଜୀବନ ହାନି ହେବାରେ ଲାଗିଛି । ବିଶେଷ କରି ସମ୍ବଲପୁର ଜିଲ୍ଲାର  ସଦର ଓ ପଡିଆବାହାଲ ବନବିଭାଗ ରେଞ୍ଜର ବିଭିନ୍ନ ଗ୍ରାମାଞ୍ଚଳରେ ଗତ କେଇମାସ ମଧ୍ୟରେ ହାତୀ ଆକ୍ରମଣରେ ଏକାଧିକ ଲୋକଙ୍କ ମୄତ୍ୟୁ ହେବା ସହ ବହୁ ଲୋକଙ୍କର ଘର ଦ୍ୱ।ର ଭାଙ୍ଗି ଦେଉଛନ୍ତି ବଣୁଆ ହାତି । ତେବେ ବନବିଭାଗ କେବଳ ନିରବଦ୍ରଷ୍ଟା ସାଜିଥିବା ବେଳେ ଲୋକେ ଅଭିଯୋଗ କରିବା ସହ ଏନେଇ କ୍ରମେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ସମ୍ବଲପୁର ଜିଲ୍ଲାରେ ଗତ କିଛି ମାସ ହେଲା ମଣିଷ ଓ ହାତୀ ସାମନାସାମନି ପରିସ୍ଥିତି ସୄଷ୍ଟି ହୋଇଛି । ବଣୁଆ ହାତୀ ଜଙ୍ଗଲ ଛାଡି ଲୋକଙ୍କ ଜନବସତି ଅଞ୍ଚଳକୁ ଆସିବା ପରେ ମଣିଷ ହାତୀ ମୁହାଁମୁହିଁ ପରିସ୍ଥିତି ସୄଷ୍ଟି ହେବା ସହ ହାତୀଙ୍କ ଦ୍ୱାରା ବହୁ ଧନଜୀବନ ନଷ୍ଟ ହେଉଛି । ତେବେ ଜିଲ୍ଲାର ସଦର ଓ ପଡିଆବାହାଲ ବନବିଭାଗ ରେଞ୍ଜ ଅଧିନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ଜଟିଳ ରହିଛି । ପ୍ରତିଦିନ ସଂଧ୍ୟା ହେଲେ ହାତୀପଲ ଜନବସତିମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ଭଳି ଘଟଣା ନିତିଦିନ ଘଟୁଛି । ତେବେ ଏଥିଯୋଗୁଁ ବିଭିନ୍ନ ସମୟରେ ଅକାରଣରେ ଲୋକଙ୍କ ଜୀବନ ହାତୀ ଦ୍ୱାରା ଯାଉଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ତଳେ ପୁଣି ସମ୍ବଲପୁର ଜିଲାର ନୁଆଁ ବରଗାଁମାଲ ପଞ୍ଚାୟତର କୁଲସର ଗ୍ରାମରେ ଇନ୍ଦ୍ରଜିତ ଷଣ୍ଢ ନାମକ ଵ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୄତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏଥିଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ତେବେ ଜିଲ୍ଲାରେ କ୍ରମାଗତ ଭାବେ ବଣୁଆ ହାତୀଙ୍କ ଯୋଗୁଁ ଲୋକେ ଆତଙ୍କିତ ଥିବା ବେଳେ ଏହାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି । ଅପରପକ୍ଷରେ ଜିଲାର ନୂଆଁ ବରଗାଁମାଲ ପଞ୍ଚାୟତର କୁଲସର ଗ୍ରାମରେ ଇନ୍ଦ୍ରଜିତ ଷଣ୍ଢ ହାତୀ ଆକ୍ରମଣରେ ମୃତ୍ୟୂର ଖବର ପାଇଁ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରମୋଦ ରଥ ତାଙ୍କ ଗ୍ରାମକୁ ମୄତବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ କିଛି ସହାୟତା ପ୍ରଦାନ କରିଥିଲେ । ଏଥିସହ ମୄତ ବ୍ୟକ୍ତିଙ୍କ ପରିବାରଙ୍କୁ କ୍ଷତିପୁରଣ ପ୍ରଦାନ ସହ ଏହାର ସମାଧାନ ପାଇଁ କିଛି ଠୋସ ପଦକ୍ଷେପ ନେବାପାଇଁ ସେ ଦାବି କରିଥିଲେ ।

Add Zee News as a Preferred Source

ତେବେ ଜିଲ୍ଲାରେ ଲଗାତାର ବଣୁଆ ହାତୀ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଉପରେ ପ୍ରତିକ୍ରିୟା ରଖି ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କହିଛନ୍ତି ଯେ ଏହାର ଉପରେ ପଦକ୍ଷେପ ନିଆଯିବା ସହ ବନବିଭାଗ ସଜାଗ ହେଇ କାମ କରୁଛି । ତେବେ ବଣୁଆ ହାତୀଙ୍କୁ ଘଉଡାଇବା ପାଇଁ ବିଶେଷ ଯୋଜନା କରାଯିବା ସହ ହାତି ଆକ୍ରମଣରେ ମୄତ୍ୟୁ ବ୍ୟକ୍ତିଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉଥିବା ଡିଏଫଓ କହିଛନ୍ତି ।

About the Author