• ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ପ୍ରସଙ୍ଗ
  • ଯେଉଁ ପିଲା ସ୍କୁଲ ଆସିବେନି, ସେମାନେ ଅନ୍‌ଲାଇନ କ୍ଲାସ୍‌ କରିବେ‘: ସମୀର ଦାଶ
  • ବାଲେଶ୍ୱରରେ ହେଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ
  • ଶବ ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହକୁ ସ୍ଥାନାନ୍ତର
  • କେନ୍ଦ୍ରାପଡା ରଣପଡା ଗାଁକୁ ଗଲା ହାଇଦରର ମୃତଦେହ
  • ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଷ୍ଟାର ବକ୍ସର ମେରି କମ୍
  • ସେପଟେ ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା
  • ଡୋମିନସ୍ ର ବଡ ଘୋଷଣା
  • ଟୋକିଓ ଅଲମ୍ପିକରେ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା
  • ଓଡିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଜଳିଗଲା ସମଲେଶ୍ୱରୀ ମନ୍ଦିରର ଦୀପ ଘର

ସଟ ସର୍କିଟରୁ ଅଗ୍ନିକାଣ୍ଡ (Fire Incident) ଘଟିଥିବା ଅନୁମାନ କରାଯାଉଛି। ଏହି ଆକସ୍ମିକ ଦୁର୍ଘଟଣା (Accident) ରେ କାହାରି ଜୀବନ ହାନି ହୋଇନାହିଁ।

ଜଳିଗଲା ସମଲେଶ୍ୱରୀ ମନ୍ଦିରର ଦୀପ ଘର
ଜଳିଗଲା ସମଲେଶ୍ବରୀ ମନ୍ଦିରର ଦୀପ ଘର

ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ଜଳିଗଲା ମନ୍ଦିରର ଦୀପ ଘର। ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। 

ବିଳମ୍ବିତ ରାତିରେ ସମଲେଶ୍ବରୀ ମନ୍ଦିର (Samaleswari Temple) ର ଦୀପ ଘରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୀପ ଘରର ସମସ୍ତ ସାମଗ୍ରୀ ଜଳିଯାଇଛି। ମୂଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ରାତି ପାଖାପାଖି ଦୁଇଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଅଗ୍ନିଶମ ବିଭାଗ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି।

Also Read: Cyclone Yaas; ଗଭୀର ଅବପାତର ରୂପ ନେଲା ଅବପାତ, ମଧ୍ୟାହ୍ଣ ସୁଦ୍ଧା ବାତ୍ୟାରେ ପରିଣତ

ସଟ ସର୍କିଟରୁ ଅଗ୍ନିକାଣ୍ଡ (Fire Incident) ଘଟିଥିବା ଅନୁମାନ କରାଯାଉଛି। ଏହି ଆକସ୍ମିକ ଦୁର୍ଘଟଣା (Accident) ରେ କାହାରି ଜୀବନ ହାନି ହୋଇନାହିଁ। ଆଜି ମାଁ ସମଲେଶ୍ବରୀଙ୍କର ଦୈନିକ ନୀତିକାନ୍ତିରେ କୌଣସି ବାଧା ହୋଇନାହିଁ। ସୁଚାରୁ ରୁପେ ମାଁଙ୍କର ପୂଜାର୍ଚ୍ଚନା କରାଯାଇଛି।