• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

ରାଜ୍ୟରେ ପ୍ରଥମ; ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ 'ଅମୃତ ଧାରା'ର ଶୁଭାରମ୍ଭ

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗ୍ ବଜାରସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଅଛି। 

 ରାଜ୍ୟରେ ପ୍ରଥମ; ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ 'ଅମୃତ ଧାରା'ର ଶୁଭାରମ୍ଭ
ରାଜ୍ୟରେ ପ୍ରଥମ; ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ 'ଅମୃତ ଧାରା'ର ଶୁଭାରମ୍ଭ

ଭୁବନେଶ୍ୱର: କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍‌ଥ ଏଣ୍ଡ ୱଲ୍‌ନେସ୍ ଗ୍ରୁପ୍ (OSA-HWG) ମିଳିତ ଭାବେ "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ କରିଛନ୍ତି। ଆଜି ଏହାର ଉନ୍ମୋଚନ ଅବସରରେ ସୁଶାନ୍ତ କୁମାର ରାଉତ, ବିଧାୟକ ଭୁବନେଶ୍ଵର-ଉତ୍ତର, ଡ଼ା. ପ୍ରିୟବ୍ରତ ଧିର୍, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ, ସବ୍ୟସାଚୀ ମିଶ୍ର, ଅଭିନେତା ତଥା ସମାଜସେବୀ, ଡ଼ା. ଅବିନାଶ ସାମଲ, ଏମ୍ପ୍ରିଓ ଗୃପର ମୁଖ୍ୟ, ଡ଼ା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର୍ ହାଇଟେକ ମେଡିକାଲ, ପ୍ରଭିନ୍ ଅଗରୱାଲ୍, ସମାଜସେବୀ ଏବଂ ଯୋନାଲ୍ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। 

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗ୍ ବଜାରସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଅଛି। ଅକ୍ସିଜେନ୍ ଅବଶ୍ୟକତା ଥିବା କୋଭିଡ଼ (Coronavirus) ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟାରୁ (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍)ରୁ ବଞ୍ଚାଯାଇ ପାରିବ। ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଦୁଇ ଘଣ୍ଟା ଯାଏଁ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ। 

Also Read: ଓଡି଼ଶାରେ CAA ଲାଗୁ କରିବାକୁ BJD ଓ କଂଗ୍ରେସର ଦାବି

ଏହି ଆଶ୍ରୟ ସ୍ଥଳରେ ଅମ୍ଳଜାନ (Medical Oxygen) ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇଦିଆଯିବ। ଆଗାମୀଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର (Post Covid Center) ଭାବରେ ଏହା ପ୍ରଶଂସନୀୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି।

 

ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ଅଭିନେତା ସବ୍ୟସାଚୀ (Sabyasachi Mishra),  OSA-HWG, ସ୍ପର୍ଶ ହସ୍ପିଟାଲର କର୍ତ୍ତୁପକ୍ଷ ଓ BMCକୁ ସହଯୋଗ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।