ଭୟଙ୍କର ରୂପ ନେଲା ଲଘୁଚାପ, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ
Advertisement

ଭୟଙ୍କର ରୂପ ନେଲା ଲଘୁଚାପ, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଅଦିନିଆ ବର୍ଷାରେ କଲବଲ ଅଧା ଓଡିଶା। ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି।

 

ଭୟଙ୍କର ରୂପ ନେଲା ଲଘୁଚାପ, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଆଜି ଅପରାହ୍ଣ ସୁଦ୍ଧା ଅନ୍ଧ୍ରର କାକିନାଡା ଅତିକ୍ରମ କରିବ। ଏହାରି ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। କିଛି ସ୍ଥାନରେ ଝଡତୋଫାନ ହୋଇପାରେ।

ଲଘୁଚାପ ପ୍ରଭାବରେ ଗତ ୨ଦିନ ହେଲା ରାଜ୍ୟର ବର୍ଷା ଜାରି ରହିଛି। ଆଜି ଲଘୁଚାପ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାରି ପ୍ରଭାବରେ ଦକ୍ଷିଣ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ କୋରାପୁଟ, ଗଞ୍ଜାମ, ରାୟଗଡା, ନବରଙ୍ଗପୁର, ଗଜପତି, ମାଲକାନଗିରି, ପୁରୀ ଓ ଜଗତସିଂହପୁରକୁ ୟେଲୋ ୱାରିଂ ଜାରି କରାଯାଇଛି।

ପ୍ରବଳ ବର୍ଷା ସହ କିଛି ସ୍ଥାନରେ ୪୫ରୁ ୫୫ କିମି ବେଗରେ ପବନ ବୋହିବ। ଏହି ସମୟରେ ସମୂଦ୍ର ଅଶାନ୍ତ ରହିବ। ବଡ ବଡ ଢେଉ ଉଠିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୂଦ୍ର ବାରଣ କରାଯାଇଛି। ସେପଟେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଲଘୁଚାପର ସେତେଟା ପ୍ରଭାବ ଦେଖା ଦେବ ନାହିଁ। ତଥାପି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେପଟେ ଆସନ୍ତା ୧୫ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ୧୭ ତାରିଖ ସୁଦ୍ଧା ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି। ପଶ୍ଚମ-ଉତ୍ତର ପଶ୍ଚିମ ଦିଗ ଦେଇ ଆନ୍ଧ୍ର ଉପକୂଳରେ ମାଡ ହେବ। କିନ୍ତୁ ଅବପାତରରେ ପରିଣତ ହେବାର ଆଶାକ୍ଷୀଣ, ତେଣୁ ରାଜ୍ୟରେ ପ୍ରବଳ ବର୍ଷା ହୋଇ ନ ପାରେ।