Advertisement
Article Detail0/zeeodisha/odisha701240
Zee OdishaCity Newsହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ, ୫ଟି ଗେଟ ଦେଇ ହେଉଛି ନିଷ୍କାସନ

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ, ୫ଟି ଗେଟ ଦେଇ ହେଉଛି ନିଷ୍କାସନ

ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂଜାର୍ଚ୍ଚନା ପରେ ହୀରାକୁଦ ବନ୍ଧର ଗେଟ ଖୋଲାଯାଇଥିଲା। ପ୍ରଥମେ ବନ୍ଧର ୭ନମ୍ବର ଗେଟ ଖୋଲାଯାଇଥିଲା। ପରେ ଆଉ ୪ଟି ଗେଟ ଖୋଲାଯାଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ସୂଚନା ରହିଛି।  ଉପର ମୁଣ୍ଡରେ ପ୍ରବଳ ବର୍ଷର ହୀରାକୁଦ ଜଳ

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ, ୫ଟି ଗେଟ ଦେଇ ହେଉଛି ନିଷ୍କାସନ

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂଜାର୍ଚ୍ଚନା ପରେ ହୀରାକୁଦ ବନ୍ଧର ଗେଟ ଖୋଲାଯାଇଥିଲା। ପ୍ରଥମେ ବନ୍ଧର ୭ନମ୍ବର ଗେଟ ଖୋଲାଯାଇଥିଲା। ପରେ ଆଉ ୪ଟି ଗେଟ ଖୋଲାଯାଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ସୂଚନା ରହିଛି। 

ଉପର ମୁଣ୍ଡରେ ପ୍ରବଳ ବର୍ଷର ହୀରାକୁଦ ଜଳଭଣ୍ଡାରକୁ ପ୍ରଚୁର ବନ୍ୟା ଜଳ ପ୍ରବେଶ କରିଥିଲା। ଫଳରେ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଥିଲା। ବନ୍ଧର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏଥିରେ ୬୧୬ ଫୁଟ ପର୍ଯ୍ୟନ୍ତ ଜଳସ୍ତର ବଢିଥିଲା। ତେବେ ପ୍ରାୟ ଗତବର୍ଷ ତୁଳନାରେ ଏକ ମାସ ଆଗରୁ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରିବାକୁ ବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଗତକାଲି ତଳମୁଣ୍ଡ ତଥା ତଳିଆ ଅଞ୍ଚଳରେ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମାନଙ୍କୁ ସୂଚନା ଦିଆଯାଇଥିଲା। ଏପରିକି ତଳିଆ ଅଞ୍ଚଳରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସୂଚନା ମଧ୍ୟ ଦିଆଯାଇଥିଲା। 

ଆଜି ସକାଳ ପ୍ରାୟ ୧୦।୦୨ ମିନିଟରେ ପ୍ରଥମ ଗେଟ ଖୋଲିଥିଲା। ବର୍ତ୍ତମାନ ୫ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। 

Add Zee News as a Preferred Source
About the Author